
ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର) ଭାରତରେ କୋଟିପତିଙ୍କ ସଂଖ୍ୟା ବୃଦ୍ଧି ପାଉଛି। ବର୍ଷକୁ କୋଟିଏ ଟଙ୍କାରୁ ଅଧିକ ଉପାର୍ଜନ କରୁଥିବା ଟିକସଦାତାଙ୍କ ସଂଖ୍ୟା ଗତ ୪ ବର୍ଷ ମଧ୍ୟରେ ୬୦% ବୃଦ୍ଧି ପାଇଛି। ୬୦% କହିଲା ବେଳକୁ ସିନା ଢେର୍ ବେଶି ଲାଗୁଛି କିନ୍ତୁ ପ୍ରକୃତ ସଂଖ୍ୟା ଜାଣିଲେ ନିରାଶ ହେବେ। ସଂଖ୍ୟା ଟି ହେଉଛି ମାତ୍ର ଏକ କୋଟି ୪୦ ଲକ୍ଷ।
କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ସୋମବାର ଏହି ତଥ୍ୟ ପ୍ରକାଶ କରିଛି। ୨୦୧୪-୧୫ ଆର୍ଥିକ ବର୍ଷରେ କୋଟିଏ ଟଙ୍କାରୁ ଅଧିକ ରୋଜଗାର କରୁଥିବା ଟିକସଦାତାଙ୍କ ସଂଖ୍ୟା ୮୮ ହଜାର ୬୪୯ ଥିବା ବେଳେ ୨୦୧୭-୧୮ରେ ଏହା ୧,୪୦,୧୩୯ କୁ ବୃଦ୍ଧି ପାଇଛି।
ଗତ ୪ ବର୍ଷ ମଧ୍ୟରେ ଆୟକର ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ଗଠନମୂଳକ ପଦକ୍ଷେପ ଯୋଗୁ ଏହି ସଂଖ୍ୟା ବୃଦ୍ଧି ପାଇଛି ବୋଲି ସିବିଡିଟିର ଅଧ୍ୟକ୍ଷ ସୁଶିଲ ଚନ୍ଦ୍ରା ପ୍ରକାଶ କରିଛନ୍ତି। ଖାଲି ସେତିକି ନୁହେଁ, ଆୟକର ରିଟର୍ନ ଫାଇଲିଂ ମଧ୍ୟ ଯଥେଷ୍ଟ ବୃଦ୍ଧିପାଇଛି ବୋଲି ସେ ପ୍ରକାଶ କରିଛନ୍ତି।
from Odisha Reporter https://ift.tt/2OFAbre
No comments:
Post a Comment