ସିଂହଶୂନ୍ୟ ହେବ କି ଭାରତ ? ଗିର୍‌ରେ ୧୮ ଦିନରେ ୨୧ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 2, 2018

ସିଂହଶୂନ୍ୟ ହେବ କି ଭାରତ ? ଗିର୍‌ରେ ୧୮ ଦିନରେ ୨୧ ମୃତ

ଅହମ୍ମଦାବାଦ (ଓଡ଼ିଶା ରିପୋର୍ଟର)- ଗୁଜରାଟ୍‌ର ଗିର୍‌ ଜଙ୍ଗଲରୁ ସପ୍ତାହକ ତଳେ ଏକ ମାଈ ସିଂହ ସହିତ ଏକ ସିଂହ ଶାବକର ମୃତ ଦେହ ମିଳିବା ପରେ ଆଉ ଏବେ ଜଙ୍ଗଲରୁ ଆଉ ୧୦ଟି ମୃତ ଦେହ ଉଦ୍ଧାର କରାଯାଇଛି। ଯାହାଫଳରେ ଗତ ୧୮ ଦିନରେ ସିଂହମୃତ୍ୟୁ ସଂଖ୍ୟା ୨୧ ଛୁଇଁ ସାରିଛି।

ଏହି ଜାତୀୟ ଅଭୟାରଣ୍ୟରେ କିଛିଦିନ ମଧ୍ୟରେ ଏଭଳି ସିଂହ ମଡ଼କ ଜଙ୍ଗଲ ଅଧ‍କାରୀ ଏବଂ ପଶୁପ୍ରେମୀଙ୍କ ଚିନ୍ତା ବଢ଼ାଇଦେଇଛି। ଅନ୍ତର୍କନ୍ଦଳ ଏବଂ କିଡ୍‌ନୀ ଓ ଲିଭର୍‌ ଜନିତ ସଂକ୍ରମଣ କାରଣରୁ ଏଭଳି ହୋଇଛି ବୋଲି ବନ୍ୟପ୍ରାଣୀ ବିଭାଗ ଦର୍ଶାଇଛି।

ଏଭଳି ଘଟଣା ଘଟିବା ପରେ ବର୍ତ୍ତମାନ ଗିର୍‌ ଅଭୟାରଣ୍ୟ କର୍ତ୍ତୃପକ୍ଷ ୩୧ଟି ସିଂହଙ୍କୁ ଆନିମଲ୍‌ କେୟାର୍‌ ସେଣ୍ଟର୍‌କୁ ପଠାଇ ଦେଇଛନ୍ତି, ସେଠାରେ ସେମାନଙ୍କ ଗତିବିଧି ଓ ସ୍ୱାସ୍ଥ୍ୟାବସ୍ଥା ଅନୁଶୀଳନ କରାଯାଉଛି। ଏହି ଅଭୟାରଣ୍ୟରେ ପ୍ରତିବର୍ଷ ପ୍ରାୟ ୧୦୦ ସିଂହଙ୍କର ମୃତ୍ୟୁ ହୁଏ। ତନ୍ମଧ୍ୟରୁ ବର୍ଷାଋତୁର ୩ ମାସରେ ଏହାର ମାତ୍ରା ଅଧିକ ହୋଇ ହାରାହାରି ୩୧ରୁ ୩୨ ଯାଏ ପହଞ୍ଚିଯାଏ।

ବର୍ତ୍ତମାନ ଏହି ଅଭୟାରଣ୍ୟରେ ୫୨୩ଟି ସିଂହ ଅଛନ୍ତି, ସେଥିରୁ ୧୦୯ଟି ସିଂହ, ୨୦୧ଟି ସିଂହୀ, ୭୩ଟି କିଶୋର ସିଂହ ଏବଂ ୧୪୦ଟି ସିଂହ ଶାବକ ଅଛନ୍ତି।



from Odisha Reporter https://ift.tt/2P4kFRY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages