ଏସିଆ କପ୍‌ ବେଳେ କାହିଁକି ବିଶ୍ରାମ ନେଇଥିଲେ ବିରାଟ୍‌, ମୁହଁ ଖୋଲିଲେ ଶାସ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 2, 2018

ଏସିଆ କପ୍‌ ବେଳେ କାହିଁକି ବିଶ୍ରାମ ନେଇଥିଲେ ବିରାଟ୍‌, ମୁହଁ ଖୋଲିଲେ ଶାସ୍ତ୍ରୀ

(ଓଡ଼ିଶା ରିପୋର୍ଟର)- ଗତ ଏସିଆ କପ୍‌ରୁ ଟିମ୍‌ ଇଣ୍ଡିଆର ନିୟମିତ ଅଧ‍ନାୟକ ବିରାଟ୍‌ କୋହଲିଙ୍କୁ ବିଶ୍ରାମ ଦେବା ବାବଦରେ ବିଭିନ୍ନ ଚର୍ଚ୍ଚା ଲାଗି ରହିବାପରେ ଶେଷରେ ମୁହଁ ଖୋଲିଛନ୍ତି ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ। ସେ କହିଛନ୍ତି, “ବିରାଟଙ୍କୁ ବିଶ୍ରାମର ଆବଶ୍ୟକତା ଥିଲା। ଶାରିରୀକଭାବେ ବିରାଟ୍ ଗୋଟିଏ ଷଣ୍ଢ ପରି। ତାଙ୍କୁ ପଡ଼ିଆ ବାହାରେ ରଖିବା ଅସମ୍ଭବ। କିନ୍ତୁ ଏହା ମଧ୍ୟ ବିଚାର କରିବାକୁ ହେବ ଯେ, ସେ ଖେଳିବା ସମୟରେ ତାଙ୍କର ତୀବ୍ରତାର ସ୍ତର ମଧ୍ୟ କିଛି କମ୍‌ ନଥାଏ। ତେଣୁ ଏହା ମାନସିକ ସ୍ତରରେ ତାଙ୍କ ଉପରେ ଚାପ ସୃଷ୍ଟି କରିବା ସ୍ୱାଭାବିକ।”

ଶାସ୍ତ୍ରୀ କହିଛନ୍ତି, “ତାଙ୍କୁ ବିଶ୍ରାମ ଦେବା ଅର୍ଥ କ୍ରିକେଟ୍‌ରୁ ସାମାନ୍ୟ ବିରତି ଦେବା ଏବଂ ପୁଣି ଥରେ ପଡ଼ିଆକୁ ସତେଜ୍‌ ହୋଇ ଫେରିବାକୁ ସୁଯୋଗ ଦେବା।”

ଅନ୍ୟ ମାନଙ୍କ ପାଇଁ ମଧ୍ୟ ଭବିଷ୍ୟତରେ ସେହି ନିୟମ ଲାଗୁ କରାଯିବ ବୋଲି ସେ ଏହି ଅବସରରେ ସୂଚନା ଦେବା ସହ କହିଛନ୍ତି, ଯଶପ୍ରୀତ୍‌ ବୁମ୍‌ରା ଏବଂ ଭୁବନେଶ୍ୱର କୁମାରଙ୍କ ମଧ୍ୟ ବିଶ୍ରାମ ଦରକାର ହେଉଛି, ଯାହାଫଳରେ ଗୁରୁତ୍ୱପୂର୍ଣ୍ଣ ସିରିଜ୍‌ ପାଇଁ ସେମାନେ ଫିଟ୍‌ ରହିବା ନିଶ୍ଚିତ ହେବ।



from Odisha Reporter https://ift.tt/2P3bEIJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages