ବିଜୟରୁ ଆରମ୍ଭ: ଓମାନକୁ ୧୧-୦ରେ ପରାସ୍ତ କଲା ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 18, 2018

ବିଜୟରୁ ଆରମ୍ଭ: ଓମାନକୁ ୧୧-୦ରେ ପରାସ୍ତ କଲା ଭାରତ

hockey

ମସ୍କଟ: ଓମାନର ରାଜଧାନୀ ମସ୍କଟରେ ଗତକାଲିଠାରୁ ଆରମ୍ଭ ହୋଇଛି ପୁରୁଷ ହକି ଏସିଆନ୍ ଚାମ୍ପିଅନ୍‌ସିପ୍ ଟ୍ରଫି। ଗତକାଲି ଭାରତ ତାର ପ୍ରଥମ ମ୍ୟାଚ୍‌ରେ ଆୟୋଜକ ଓମାନକୁ ୧୧-୦ରେ ପରାସ୍ତ କରିଛି।

ଭାରତ ପ୍ରଥମରୁ ପ୍ରଭାବଶାଳୀ ଖେଳ ପ୍ରଦର୍ଶନ କରି ନଥିଲା। ପ୍ରଥମ କ୍ୱାର୍ଟରେ କେହି କାହା ଉପରେ ଗୋଲ ଦେଇ ନଥିଲେ। କିନ୍ତୁ ତା’ପର ୪୫ ମିନିଟ୍‌ରେ ଓମାନର ଅବସ୍ଥା ଖରାପ କରି ଦେଇଥିଲେ ଭାରତୀୟ ଖେଳାଳି।

ଭାରତ ଦେଇଥିବା ୧୧ଟି ଗୋଲ୍‌ ମଧ୍ୟରୁ ୮ଟି ପେନାଲ୍‌ଟି କର୍ଣ୍ଣର ମାଧ୍ୟମରେ ହୋଇଥିଲା।

ଯୁବ ଖେଳାଳି ଦିଲ୍‌ପ୍ରୀତ୍‌ ସିଂହଙ୍କ ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ହୋଇଥିଲେ। ସେ ୩ଟି ଗୋଲ୍ ଦେଇଥିଲେ।

ଭାରତ ପ୍ରଥମ ଗୋଲ୍ ୧୭ତମ ମିନିଟ୍‌ରେ ଦେଇଥିଲା। ଏହି ଗୋଲ୍ ଦେଇଥିଲେ ଲଲିତ୍ ଉପାଧ୍ୟାୟ।

ହରମନପ୍ରୀତ୍ ସିଂହ, ନୀଳକଣ୍ଠ ଶର୍ମା, ମନଦୀପ ସିଂହ, ଗୁରଜନ୍ତ ସିଂହ, ଆକାଶଦୀପ ସିଂହ,ବରୁଣ କୁମାର ଓ ଚିଙ୍ଗଲେନ୍‌ସନା ସିଂହ ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ।

ଆସନ୍ତାକାଲି ଭାରତ ତା’ର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ।



from Odisha Reporter https://ift.tt/2NLcvMQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages