ପରିବହନ ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଟମାଟୋ ମାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 9, 2018

ପରିବହନ ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଟମାଟୋ ମାଡ଼

ପଟ୍ଟାମୁଣ୍ଡାଇ (ପ୍ରବିର କୁମାର ନାୟକ): ଦଳୀୟ ଭିତ୍ତିରେ ରାସନ୍‌ କାର୍ଡ ବଣ୍ଟନ କରାଯାଇଥିବା ଅଭିଯୋଗ ଆଣି କଂଗ୍ରେସ କର୍ମୀମାନେ ଆଜି ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁଙ୍କ ଗାଡ଼ି ଉପରକୁ ଟମାଟୋ ମାଡ଼ କରିଛନ୍ତି। ଏପରିକି ମନ୍ତ୍ରୀ ଗୋ ବ୍ୟାକ୍‌ ଗୋ ବ୍ୟାକ୍‌ ନାରା ଦେଇଛନ୍ତି। ଏହି ଘଟଣାରେ ରାଜନଗର ଥାନା ପୁଲିସ ୧୫ ଜଣ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି।

ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ଆଜି ରାଜନଗର ବ୍ଲକରେ ରାସନ୍‌କାର୍ଡ ବଣ୍ଟନ କରାଯାଉଥିଲା। ଏଥିରେ ଯୋଗଦେବା ପାଇଁ ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ ଯାଉଥିଲେ। ମନ୍ତ୍ରୀ ରାଜନଗର କଂଗ୍ରେସ ଅଫିସ୍‌ ସମ୍ମୁଖ ରାସ୍ତା ଦେଇ ଯାଉଥିବା ବେଳେ କର୍ମୀମାନେ ଗାଡ଼ି ଉପରକୁ ଟମାଟୋମାଡ଼ କରିଥିଲେ। ଟମାଟୋ ମନ୍ତ୍ରୀଙ୍କ ଗାଡ଼ିରେ ବାଜିଥିବା ଦେଖିବାକୁ ମିଳିଛି। ଏହାସହ ସେମାନେ ‘ମନ୍ତ୍ରୀ ଗୋ ବ୍ୟାକ୍‌, ଗୋ ବ୍ୟାକ୍‌’ ନାରା ଦେଇଥିଲେ।

ରାଜନଗର ଥାନା ପୁଲିସ ଏହି ଘଟଣାରେ ୧୫ ଜଣ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି।

ରାସନ୍‌ କାର୍ଡ ବଣ୍ଟନରେ ଅନିୟମିତତା ଅଭିଯୋଗ ଆଣି କଂଗ୍ରେସ କର୍ମୀମାନେ ଆଜି ସକାଳେ ରାସ୍ତାରୋକ କରିଥିଲେ। ପୁଲିସ ସେମାନଙ୍କୁ ଘଉଡ଼ାଇ ଦେଇଥିଲା। ଫଳରେ କଂଗ୍ରେସ କର୍ମୀମାନେ ସେଠାରୁ ପଳାଇ ଯାଇଥିଲେ। ଯଦି ସେହି ସମୟରେ ପୁଲିସ ସତର୍କ ରହିଥାଆନ୍ତେ, ତାହାହେଲେ ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଟମାଟୋ ମାଡ଼ ହୋଇନଥାଆନ୍ତା ବୋଲି ଆଲୋଚନା ହେଉଛି।

ତେବେ ମନ୍ତ୍ରୀ ଶ୍ରୀ ସାହୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି-“ଓଷଧ ବିକଳରେ କଂଗ୍ରେସ ତାଟିଆ କାମୁଡ଼ୁଛି।”



from Odisha Reporter https://ift.tt/2RBgcaY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages