ଘଣ୍ଟା ପ୍ରତି ୧୦ କିମି ବେଗରେ ଆସୁଛି ଓଡ଼ିଶାମୁହାଁ ‘ତିତ୍‌ଲି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 9, 2018

ଘଣ୍ଟା ପ୍ରତି ୧୦ କିମି ବେଗରେ ଆସୁଛି ଓଡ଼ିଶାମୁହାଁ ‘ତିତ୍‌ଲି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗର କେନ୍ଦ୍ରୀୟସ୍ଥଳ ତଥା ଦକ୍ଷିଣ-ପୂର୍ବ ଅଞ୍ଚଳରେ ସୃଷ୍ଟି ହୋଇଥିବା ଡିପ୍ରେସନ୍‌ ଧୀରେ ଧୀରେ ଘନୀଭୂତ ହୋଇ ମଙ୍ଗଳବାର ଡିପ୍‌ ଡିପ୍ରେସନ୍‌ର ରୂପ ନେଇଛି। ଏହା ଧୀରେ ଧୀରେ ଆନ୍ଧ୍ର ଏବଂ ଓଡ଼ିଶା ଉପକୂଳ ଅଭିମୁଖେ ଗତି କରୁଛି। ତେବେ ଏହି ଡିପ୍‌ ଡିପ୍ରେସନ୍‌ ଆଜି ସନ୍ଧ୍ୟା ବା ରାତି ସୁଦ୍ଧା ବାତ୍ୟା ରୂପ ନେବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।ଏହି ସମ୍ଭାବ୍ୟ ବାତ୍ୟାର ନାମ ତିତ୍‌ଲି ରଖାଯାଇଛି।

ଗତ ୬ ଘଣ୍ଟା ମଧ୍ୟରେ ଏହି ଡିପ୍‌ ଡିପ୍ରେସନ୍‌ ଘଣ୍ଟା ପ୍ରତି ୧୦ କିମି ବେଗରେ ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହେଉଛି। ଗୋପାଳପୁରର ଦକ୍ଷିଣପୂର୍ବ ଦିଗରେ  ୫୩୦ କିମି ଏବଂ କଳିଙ୍ଗପଟନମ୍‌ର   ପୂର୍ବ-ଦକ୍ଷିଣପୂର୍ବ ଦିଗରେ ୪୮୦ କିମି ଦୂରରେ ଏହା କେନ୍ଦ୍ରୀଭୂତ ହୋଇଥିବା ଆଇଏମ୍‌ଡି ବୁଲେଟିନ୍‌ରେ କୁହାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ବାତ୍ୟାର ରୂପ ନେଇପାରେ। ଏହାର ପ୍ରଭାବରେ ଓଡ଼ିଶା ଓ ଆନ୍ଧ୍ରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

‘ତିତଲି’ର ଗତିପଥ

ଏହି ଡିପ୍‌ ଡିପ୍ରେସନ୍‌ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ କିଛି ସମୟ ପାଇଁ ଗତି କରି ବାତ୍ୟାର ରୂପ ଧାରଣ କରି ଅକ୍ଟୋବର ୧୧ ସକାଳ ସୁଦ୍ଧା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି। କଳିଙ୍ଗପଟନମ୍‌ ଏବଂ ଗୋପାଳପୁର ମଧ୍ୟବର୍ତ୍ତୀ ଅଞ୍ଚଳରେ ଏହାର ଲ୍ୟାଣ୍ଡଫଲ୍ ହେବାର ସମ୍ଭାବନା ରହିଛି। ତା’ପରେ ଏହା ଗତିପଥ ପରିବର୍ତ୍ତନ କରି ଉତ୍ତରପୂର୍ବ ଦିଗକୁ ମୁହାଁଇବ ଏବଂ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ଅତିକ୍ରମ କରି  ପଶ୍ଚିମବଙ୍ଗ ଆଡକୁ ଅଗ୍ରସର ହେବ। ଏହି ପ୍ରକ୍ରିୟାରେ ଏହା ଧୀରେ ଧୀରେ ଦୁର୍ବଳ ହୋଇଯିବ ବୋଲି ଆଇଏମଡି ଅନୁମାନ କରିଛି।

କଣ ରହିବ ପ୍ରଭାବ

‘ତିତଲି’ର ପ୍ରଭାବରେ ଓଡ଼ିଶାର ଗଞ୍ଜାମ, ଗଜପତି , ପୁରୀ ଏବଂ ଜଗତସିଂହପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହି ସମୟରେ ଘଣ୍ଟାପ୍ରତି ୪୫ରୁ ୫୫ କିମି ବେଗରେ ପବନ ବହିବ। ତେବେ ଲ୍ୟାଣ୍ଡଫଲ୍ ବେଳେ ଏହାର ବେଗ ଅତିବେଶୀରେ ୮୦ରୁ ୯୦ କିମି ରହିବ ଓ ସ୍ଥଳବିଶେଷରେ ୧୦୦ କିମି ଛୁଇଁପାରେ ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ବାତ୍ୟା ଆଶଙ୍କାକୁ ଦେଖି ରାଜ୍ୟ ସରକାର ଏହାର ମୁକାବିଲା କରିବାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଆବଶ୍ୟକ ଅନୁସାରେ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।

ଜଏଣ୍ଟ ରିଲିଫ କମିଶନର ପ୍ରଭାତ ରଞ୍ଜନ ମହାପାତ୍ର କହିଛନ୍ତି,“ ସମ୍ଭାବ୍ୟ ବାତ୍ୟା ମୁକାବିଲା ଲାଗି ସମସ୍ତ ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ହେଲେ ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯିବ। ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖିବା ସହ ଉଦ୍ଧାର କାର୍ଯ୍ୟ ପାଇଁ ୩୦୦ ବୋଟ୍ ବି ପ୍ରସ୍ତୁତ ରଖାଯାଇଛି।’



from Odisha Reporter https://ift.tt/2Nv93pn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages