୨୫ରେ ମହିଳା କଂଗ୍ରେସର ‘ସ୍ୱାଭିମାନ ସଂକଳ୍ପ ସମାବେଶ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 23, 2018

୨୫ରେ ମହିଳା କଂଗ୍ରେସର ‘ସ୍ୱାଭିମାନ ସଂକଳ୍ପ ସମାବେଶ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡିଶାର ମହିଳାମାନଙ୍କୁ ସ୍ୱାଭିମାନର ସହ ବଞ୍ଚିବା ନିମନ୍ତେ ସଂକଳ୍ପିତ କରିବା ଓ ଜନଜାଗରଣ ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆସନ୍ତା ୨୫ତାରିଖ ଗୁରୁବାର ପିସିସି ମୁଖ୍ୟାଳୟରେ ‘ସ୍ୱାଭିମାନ ସଂକଳ୍ପ ସମାବେଶ’ ଅନୁଷ୍ଠିତ ହେବ।

ରାଜ୍ୟ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ବିଧାନସଭା ଓ ସଂସଦରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଓ ମହିଳାଙ୍କୁ ସମ୍ମାନ ଦାବି ସହ ମହିଳାମାନଙ୍କ ପ୍ରତିି ବଢୁଥିବା ଅପରାଧ ଓ ହିଂସା ତଥା ରନ୍ଧନ ଗ୍ୟାସର ମୂଲ୍ୟବୃଦ୍ଧି ପ୍ରତିବାଦରେ ଚଳିତମାସ ୨୫ତାରିଖରେ ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ‘ସ୍ୱାଭିମାନ ସଂକଳ୍ପ ସମାବେଶ’ ଅନୁଷ୍ଠିତ ହେବ।

ଏହି ସମାବେଶକୁ ଏଆଇସିସି ସମ୍ପାଦକ ତଥା ଓଡ଼ିଶା ମହିଳା କଂଗ୍ରେସ ପ୍ରଭାରୀ ସନ୍ଧ୍ୟା ସାୱାଲାଖେ ଉଦଘାଟନ କରିବେ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଏହି ଅବସରରେ ଉପସ୍ଥିତ ରହିବେ। ରାଜ୍ୟ କଂଗ୍ରେସର ବହୁ ବରିଷ୍ଠ ନେତାଙ୍କ ସମେତ ମହିଳା କଂଗ୍ରେସର ଜିଲ୍ଲା ସଭାପତିଙ୍କ ଠାରୁ ଆରମ୍ଭ କରି ତ୍ରିସ୍ତରୀୟ ନିର୍ବାଚନରେ ବିଜୟୀ ଓ ପରାଜିତ ମହିଳା ନେତ୍ରୀମାନେ ବହୁ ସଂଖ୍ୟାରେ ଏହି ସମାବେଶରେ ଯୋଗ ଦେବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି।

ମହିଳା କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ନାବାଳିକାଙ୍କ ସମେତ ମହିଳାଙ୍କ ପ୍ରତି ଦୁଷ୍କର୍ମ, ଯୌନ ଶୋଷଣ, ପାରିବାରିକ ହିଂସା ଓ ଅପରାଧ ବୃଦ୍ଧି ପାଇବାରେ ଲାଗିଛି। ଉଭୟ ସଂସଦ ଓ ବିଧାନସଭାରେ ୩୩ % ସଂରକ୍ଷଣ ,ପେଟ୍ରୋଲିୟମ ସାମଗ୍ରୀ ଓ ରନ୍ଧନ ଗ୍ୟାସର ମୂଲ୍ୟ ବୃଦ୍ଧିକୁ ରୋକିବା ଏବଂ ନିଶାମୁକ୍ତ ସମାଜ ଗଠନ କରିବା କ୍ଷେତ୍ରରେ ଉଭୟ ବିଜେପି ଓ ବିଜେଡି ସରକାର ବିଫଳ ହୋଇଛନ୍ତି। ଏପରିକି ଶିକ୍ଷା, ଚିଟଫଣ୍ଡ ଦୁର୍ନୀତି, ଇନ୍ଦିରା ଆବାସ ଓ ଶୌଚାଳୟ ନିର୍ମାଣରେ ବ୍ୟାପକ ଅର୍ଥ ତୋଷରପାତ ସହିତ ଖାଦ୍ୟ ସୁରକ୍ଷା ଯୋଜନାରେ ଡିଲର ଠାରୁ ଧାଡ଼ିରେ ଛିଡ଼ା ହୋଇ ଖାଦ୍ୟ ସାମଗ୍ରୀ ଗ୍ରହଣ କରିବା ମହିଳାଙ୍କ ପ୍ରତି ଚରମ ଅପମାନ ସଦୃଶ ହୋଇଛି। ଦଳୀୟ ଭିତ୍ତିରେ ଏବେ ସମବାୟ ଓ ଏସଏଚଜି ଋଣ ଯୋଗାଣ ଚାଲିଛି।

ଏସବୁକୁ ପ୍ରଦେଶ କଂଗ୍ରେସ ମହିଳା କମିଟି ତୀବ୍ର ବିରୋଧ କରୁଛି ଏବଂ ଏହାକୁ ବରଦାସ୍ତ କରାଯିବ ନାହିଁ। ଏହାର କଡ଼ା ଜବାବ ଦେବା ନିମନ୍ତେ ସଂକଳ୍ପ ସମାବେଶରେ ବିଚାରବିମର୍ଶ ହେବ ବୋଲି ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ସୂଚନା ଦେଇଛନ୍ତି।

 



from Odisha Reporter https://ift.tt/2Ao4Ct8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages