ବାଘୁଣୀ ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍‌ କରିବା ପାଇଁ ବନ ବିଭାଗ ନାକେଦମ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 23, 2018

ବାଘୁଣୀ ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍‌ କରିବା ପାଇଁ ବନ ବିଭାଗ ନାକେଦମ୍‌

ଅନୁଗୋଳ (ବିରଜା ଦାସ/ଅରିନ୍ଦମ ଦାସ): ସାତକୋଶିଆରେ ପ୍ରଥମ ପର୍ଯ୍ୟାୟ ଅପରେସନ ‘ସୁନ୍ଦରୀ’ ଫେଲ୍‌ ମାରିଛି। ବନ ବିଭାଗ ଓ ଟ୍ରାଙ୍କୁଲାଇଜିଙ୍ଗ ଟିମ୍‌କୁ ନାକେଦମ୍ କରିଛି ମଣିଷଖିଆ ବାଘୁଣୀ ‘ସୁନ୍ଦରୀ’। ଟିମ୍‌କୁ ଚକ୍‌ମା ଦେଇ ଖସିଯାଇଛି ‘ସୁନ୍ଦରୀ’।

GPS ଟ୍ରାକିଂ ସୂଚନା ଆଧାରରେ ବାଘୁଣୀ ଏବେ କୁମୁରି ଓ ବାଘମୁଣ୍ଡା ଗାଁ ମଝି ଜଙ୍ଗଲରେ ବିଚରଣ କରୁଥିବା ଜାଣି ୬ ଜଣିଆ ଟିମ୍ ଖୋଜି ସେଠାରେ ପହଞ୍ଚିଥିଲା। ହେଲେ ବୁଦା ପଛରେ ଲୁଚିଥିବା ବାଘୁଣୀ ‘ସୁନ୍ଦରୀ’ ସମସ୍ତଙ୍କ ଆଖିରେ ଧୂଳି ଦେଇ ସେଠାରୁ ଚମ୍ପଟ ମାରିଥିଲା। ଏବେ ସେ କେଉଁଠି ଅଛି, ଠାବ କରିବା ପାଇଁ GPS ଟ୍ରାକିଂ ଇନ୍‌ଷ୍ଟ୍ରୁମେଣ୍ଟ ଧରି ଘୂରି ବୁଲୁଛନ୍ତି ବନ କର୍ମଚାରୀ।

ଆଜି ଅପରାହ୍ନରୁ ପୁଣି ଅଭିଯାନ ଆରମ୍ଭ ହୋଇଥିଲା। ରାତି ସୁଦ୍ଧା ବାଘୁଣୀକୁ କାବୁ କରିବାକୁ ଲକ୍ଷ୍ୟ ରଖିଛି ବନ ବିଭାଗ। ଆଉ ତାକୁ ଟ୍ରାଙ୍କୁଲାଇଜ୍ କରାଯିବା ପରେ ‘ସୁନ୍ଦରୀ’କୁ ସୁରକ୍ଷିତ ରଖିବାକୁ ସାଥୀରେ ଯନ୍ତା ମଧ୍ୟ ଧରି ବୁଲୁଛି ଟିମ୍‌। ବାଘୁଣୀର ସୁରକ୍ଷା ସୁନିଶ୍ଚିତ କରିବା ସହ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବାକୁ ୨ ପ୍ଲାଟୁନ୍ ଫୋର୍ସକୁ ମଧ୍ୟ ଅପରେସନରେ ସାମିଲ ହୋଇଛନ୍ତି।

ଗୋଟିଏ ବଳଦକୁ ଶିକାର କରିବା ପରେ ଗତକାଲି ରାତିରେ ‘ସୁନ୍ଦରୀ’କୁ ଶେଷ ଥର ପାଇଁ କୁମୁରୀ ଗାଁ ପାଖ ଜଙ୍ଗଲରେ ଦେଖିବାକୁ ମିଳିଥିଲା। ତା’ପରଠାରୁ ନିଆଁ ଜାଳି ରାତି ସାରା ଉଜାଗର ରହିବା ସହ ଅସ୍ତ୍ରଶସ୍ତ୍ର ଧରି ଲୋକମାନେ ଗାଁରେ ପଇଁତରା ମାରୁଛନ୍ତି। ଆଉ ଆଜି ଦିନବେଳା ବି ‘ସୁନ୍ଦରୀ’ ଭୟରେ ଗାଁରେ ତାଟି କବାଟ ପଡ଼ିଯାଇଛି। ବାଘୁଣୀ କାବୁ ନହେବା ଯାଏ ଘରେ ରହିବାକୁ ପରାମର୍ଶ ଦେଇଛି ବନ ବିଭାଗ। ସେପଟେ ବାଘୁଣୀ କାବୁ ହେବା ପରେ ତାକୁ ରାଇଗୁଡ଼ାସ୍ଥିତ ଏନ୍‌କ୍ଲୋଜରକୁ ପଠାଯିବ ବୋଲି ପୁଣି ଦୋହରାଇଛନ୍ତି ପିସିସିଏଫ୍ ସନ୍ଦୀପ ତ୍ରିପାଠୀ।

ସେପଟେ ‘ସୁନ୍ଦରୀ’କୁ କିନ୍ତୁ ଅଧିକ ହିଂସ୍ର ବୋଲି ମନେ କରୁନାହାନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ। ‘ସୁନ୍ଦରୀ’ର ଆଚରଣ ଅନ୍ୟ ବାଘଙ୍କଠାରୁ ଅଲଗା ଥିବାବେଳେ ସେ ଘଞ୍ଚ ଜଙ୍ଗଲରେ ରହିବାକୁ ପସନ୍ଦ କରୁନି। ତା’ସହ ଯେହେତୁ ‘ସୁନ୍ଦରୀ’ ତା’ର ଶିକାରକୁ ଠିକ୍ ଭାବେ ଖାଇ ପାରୁନି, ତେଣୁ ସେ ପୁଣି ନୂଆ ଶିକାର କରୁଛି। ଏହାଛଡ଼ା ସେ ମଣିଷ ସଂସ୍ପର୍ଶରେ ଆସି ସାରିଥିବାରୁ ସାତକୋଶିଆ ଆଉ ତା’ ପାଇଁ ଅନୁକୂଳ ନୁହେଁ। ବରଂ ନନ୍ଦନକାନନ କିମ୍ବା ବାନ୍ଧବଗଡ଼ ଜଙ୍ଗଲକୁ ଫେରାଇ ନିଆଯିବା ଉଚିତ୍ ବୋଲି କହିଛନ୍ତି ବନ୍ୟ ବିଶେଷଜ୍ଞ ଲାଲା ଅଶ୍ୱିନୀ କୁମାର ସିଂହ।



from Odisha Reporter https://ift.tt/2Pk6gnZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages