ହେୟାର୍‌ କଲର୍‌ ପରେ ଆଲର୍ଜି ହେଉଥିଲେ, କରନ୍ତୁ ଏହି ସବୁ ଘରୋଇ ଉପଚାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 7, 2018

ହେୟାର୍‌ କଲର୍‌ ପରେ ଆଲର୍ଜି ହେଉଥିଲେ, କରନ୍ତୁ ଏହି ସବୁ ଘରୋଇ ଉପଚାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆଜିକାଲି ସମସ୍ତେ ପର୍‌ଫେକ୍ଟ ଓ ଷ୍ଟାଇଲିସ୍‌ ଦେଖାଯିବାକୁ ଚାହାଁନ୍ତି। ଆଉ ସେଥିପାଇଁ ଅଧିକାଂଶ ନିଜ ହେୟାର୍‌ କଲର୍‌ କରିଥା’ନ୍ତି। କାରଣ ହେୟାର୍‌ କଲର୍‌, ଲୁକ୍‌ ବଦଳାଇ ଦେବାର ସବୁଠୁ ସହଜ ଉପାୟ। କିନ୍ତୁ ଆପଣ ଜାଣନ୍ତି, ହେୟାର ଡାଇରେ କିଛି ଏପରି କେମିକାଲ୍‌ ଥାଏ, ଯାହାଦ୍ୱାରା ଆପଣଙ୍କ ତ୍ୱଚାରେ ଆଲର୍ଜି ମଧ୍ୟ ହୋଇଥାଏ। ଏହିପ୍ରକାରର କେମିକାଲ୍‌ଯୁକ୍ତ ଡାଇର ବ୍ୟବହାର ଯୋଗୁ ଆପଣଙ୍କ ତ୍ୱଚା କୁଣ୍ଡାଇ ହେବା, ଫଳି ଯିବା, ଲାଲ୍‌ ପଡ଼ିଯିବା ଭଳି ସମସ୍ୟା ଦେଖାଯାଏ।

ଆଜି ଆମେ ଆପଣଙ୍କୁ ହେୟାର ଡାଇରୁ ହେଉଥିବା ଆଲର୍ଜିରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପାୟ ବତାଇବୁ।

ଆଲୋଭେରା ଜେଲ୍‌: ଆଲୋଭେରାର ବ୍ୟବହାର ତ୍ୱଚାର ସମସ୍ତ ସମସ୍ୟାକୁ ସମାଧାନ କରିପାରେ। ଆଲୋଭେରାରେ ଆଣ୍ଟି-ବ୍ୟାକ୍ଟେରିଆଲ ଓ ଆଣ୍ଟି-ଫଙ୍ଗାଲ ଗୁଣ ରହିଛି। ଏଥିପାଇଁ ଏହା ସ୍କିନ୍‌ ଆଲର୍ଜିକୁ ବହୁତ ଶୀଘ୍ର ଭଲ କରେ। ଆଲୋଭେରା, ହେୟାର୍‌ ଡାଇରୁ ହେଉଥିବା ଆଲର୍ଜିରୁ ଉପଶମ ଦେଇଥାଏ। ଏହା ବ୍ୟତୀତ ଆଲୋଭେରା ଚୁଟି ପାଇଁ ଭଲ। ସାମାନ୍ୟ ଆଲୋଭେରା ଜେଲ୍‌ ହାତରେ ନେଇ ଏହାକୁ ଧୀରେ ଧୀରେ ମୁଣ୍ଡରେ କୁଣ୍ଡାଇ ହେଉଥିବା ଜାଗାରେ ୩୦ ମିନିଟ ଯାଏ ଲଗାନ୍ତୁ। ଧ୍ୟାନ ଦିଅନ୍ତୁ, ଆଲର୍ଜି ହୋଇଥିବାବେଳେ ମୁଣ୍ଡରେ ତେଲ କି ଶାମ୍ପୁ ଲଗାଇବେ ନାହିଁ।

ଟି-ଟ୍ରି ଅଏଲ୍‌: ଏହାକୁ ମଧ୍ୟ ଆପଣ ହେୟାର୍‌ ଡାଇରୁ ଆଲର୍ଜି ହୋଇଥିବା ସମୟରେ ବ୍ୟବହାର କରିପାରିବେ। କାରଣ ଟି-ଟ୍ରି ଅଏଲରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ୍‌ ଗୁଣ ତ୍ୱଚା କୁଣ୍ଡାଇ ହେବା, ଫଳି ଯିବା ଓ ଜଳାପୋଡ଼ା ହେବା ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ।

ନିମ ପତ୍ର: ନିମ ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି। ଏହା ଶରୀରର ବହୁ ସମସ୍ୟାକୁ ଦୂର କରିଥାଏ। ଆଲର୍ଜିକୁ ଦୂର କରିବା ପାଇଁ  ନିମ ପତ୍ରକୁ ୬ ରୁ ୮ ଘଣ୍ଟା ଯାଏ ପାଣିରେ ବତୁରାଇ ରଖନ୍ତୁ ଓ ଏହାପରେ ଏହାକୁ ଭଲଭାବେ ପେଷି ଦିଅନ୍ତୁ। ଏହି ନିମ ପତ୍ର ବଟାକୁ ଆଲର୍ଜି ହୋଇଥିବା ସ୍ଥାନରେ ଲଗାନ୍ତୁ ଓ ଲଗାଇବାର ୩୦ ମିନିଟ ପରେ ଧୋଇ ଦିଅନ୍ତୁ।

ଦହି ଓ ଲେମ୍ବୁ: ଲେମ୍ବୁର ରସ ଆଣ୍ଟିସେପ୍ଟିକ ଗୁଣରେ ଭରପୁର। ଏହା ଚୁଟିକୁ ରଙ୍ଗ କରିବା ଦ୍ୱାରା ହେଉଥିବା ଆଲର୍ଜି ଭଲ କରିଦିଏ। ଚୁଟି ରଙ୍ଗ କରିବା ପରେ ଦହି ଓ ଲେମ୍ବୁ ରସ ମିଶାଇ ମୁଣ୍ଡରେ ଲଗାନ୍ତୁ। ଏହା ଆପଣଙ୍କୁ ଆଲର୍ଜି ହେବାରୁ ସୁରକ୍ଷା ଦେବ।

ତୁଳସୀ ପତ୍ର ଓ ରସୁଣ: କିଛି ତୁଳସୀ ପତ୍ରକୁ ବାଟି ସେଥିରେ ଅଳ୍ପ ଅଲିଭ୍‌ ଅଏଲ, ୨ପାଖୁଡ଼ା ରସୁଣ, ଅଳ୍ପ ଲୁଣ ଓ ଗୋଲମରିଚ ଗୁଣ୍ଡ ମିଶାଇ ଏହାକୁ ଆଲର୍ଜି ହୋଇଥିବା ସ୍ଥାନରେ ଲଗାନ୍ତୁ। କିଛି ସମୟ ପରେ ଏହାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଦେଖିବେ, ଏହା ଖୁବ୍‌ ଶୀଘ୍ର ଆଲର୍ଜିକୁ ଭଲ କରିଦେବ।

ତେବେ ମନେ ରଖନ୍ତୁ, ଯଦି ଏପରି ଆଲର୍ଜିରୁ ଆପଣଙ୍କୁ ବହୁତ କଷ୍ଟ ହେଉଛି ବା ଦେହ ସାରା ଲାଲ୍‌ ଚକଡ଼ା ଚକଡ଼ା ହୋଇ ଫଳି ଯାଉଛି, ତେବେ ସର୍ବପ୍ରଥମେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।



from Odisha Reporter https://ift.tt/2E7bsHs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages