କେରଳରେ ଧୂମ୍‌ଧାମ୍‌ରେ ଦୀପାବଳି ପାଳନ ହୁଏ ନାହିଁ, କାହିଁକି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 27, 2018

କେରଳରେ ଧୂମ୍‌ଧାମ୍‌ରେ ଦୀପାବଳି ପାଳନ ହୁଏ ନାହିଁ, କାହିଁକି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀପାବଳି ଏକ ଦେଶବ୍ୟାପୀ ପର୍ବ ହୋଇଥିଲେ ମଧ୍ୟ ଦକ୍ଷିଣ ଭାରତୀୟ ରାଜ୍ୟ କେରଳରେ ଦୀପାବଳି ଧୂମ୍‌ ସେମିତି ଜମେନି। କେବଳ ଥିରୁଅନନ୍ତପୁରମ୍‌କୁ ଛାଡି ଅନ୍ୟ ସ୍ଥାନଗୁଡିକରେ କାଁ ଭାଁ ଦୀପାବଳି ପାଳନ କରାଯାଇଥାଏ। ଏଣୁ କେରଳ ଲୋକଙ୍କ ପାଇଁ ଏହା ଏକ ବଡ଼ ପର୍ବ ନୁହେଁ।
ହେଲେ କେବେ ଭାବିଛନ୍ତି, କେରଳରେ କ’ଣ ପାଇଁ ଏ ପର୍ବ ଏତେ ଜମେନି?

ଏ ନେଇ ଅନେକ କାରଣ ଶୁଣିବାକୁ ମିଳେ। ତା ହେଲେ ଆସନ୍ତୁ ଜାଣିବା ସେ ସବୁ କାରଣ ସମ୍ପର୍କରେ।

୧ମ କାରଣ: ଭାରତ ଏକ କୃଷି ପ୍ରଧାନ ଦେଶ ହୋଇଥିବାରୁ ପ୍ରାୟ ସମସ୍ତ ପର୍ବ ଚାଷ ସହିତ ସମ୍ପୃକ୍ତ। ଦୀପାବଳି ମଧ୍ୟ ଏପରି ଏକ ପର୍ବ, ଯାହା ଧାନ ଚାଷ ଆରମ୍ଭ କରିବା ପୂର୍ବରୁ ପାଳନ ହୋଇଥାଏ। । ଚାଷ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଖୁସିରେ ଦୀପାବଳି ପର୍ବ ପାଳନ କରାଯିବା ବିଧି ମଧ୍ୟ ରହିଛି। କିନ୍ତୁ ଅନ୍ୟ ସମସ୍ତ ରାଜ୍ୟଠାରୁ କେରଳରେ ଚାଷ କରିବା ଋତୁ ଅଲଗା।
ଏଠାରେ ଧାନ ଚାଷ ଆରମ୍ଭ କରିବାର ମାସ ହେଉଛି ଏପ୍ରିଲ୍‌/ମେ । ଏଣୁ ଏହି ମାସରେ ସେମାନେ ଭଗବାନ ବିଷ୍ଣୁଙ୍କୁ ଆରାଧନା କରି ଧାନ ଫସଲକୁ ସ୍ୱାଗତ କରିଥାନ୍ତି। ଏଠାକାର ଚାଷୀ ମସଲାଜାତୀୟ ଦ୍ରବ୍ୟ ଏବଂ ନଡ଼ିଆ ଚାଷ ବହୂଳ ଭାବେ କରିଥାନ୍ତି। ଏଣୁ ଏହାର ଚାଷ ଆରମ୍ଭ କରିବା ସମୟ ମଧ୍ୟ ଭିନ୍ନ। ଏଣୁ ଏଠାକାର ଅଧିବାସୀ ଏହି ପର୍ବକୁ ସେତେଟା ଗୁରୁତ୍ୱ ଦିଅନ୍ତିନି ବୋଲି କୁହାଯାଏ।

୨ୟ କାରଣ: ଦୀପାବଳିକୁ ବର୍ଷାଋତୁ ପରେ ପରେ ପାଳନ କରାଯାଇଥାଏ। ବର୍ଷା ଋତୁରେ ଯେଉଁ ସବୁ ଶସ୍ୟ ପୋକ ଜନ୍ମ ନେଇଥାନ୍ତି, ସେମାନେ ଦୀପାବଳିର ଦୀପର ଆଲୋକ, ଧୂଆଁ ଏବଂ ବାଣ ନିଆଁରେ ଜୀବନ ହରାଇଥାନ୍ତି। କିନ୍ତୁ କେରଳରେ ଏମିତି ଚିନ୍ତାଧାରା ଅମୂଳକ ବୋଲି କୁହାଯାଏ। ଏହା ଏକ ବର୍ଷା ବହୂଳ ରାଜ୍ୟ ହୋଇଥିବାରୁ ଅଧିକାଂଶ ସ୍ଥାନରେ ବର୍ଷା ପ୍ରତି ମାସ ଏବଂ ସପ୍ତାହରେ ହୋଇଥାଏ। ସେଥିପାଇଁ ବର୍ଷାରେ ଜନ୍ମୁଥିବା ପୋକଙ୍କୁ ମାରିବା ପାଇଁ ଦୀପୀବଳି ଉପଯୁକ୍ତ ସମୟ ନୁହେଁ ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ୱାସ। ଶୀତ ଋତୁର ଆରମ୍ଭରେ ଦୀପାବଳି ପାଳନ କରାଯାଉଥିବା ବେଳେ କେରଳରେ ଦୀପାବଳି ପର୍ଯ୍ୟନ୍ତ ମଧ୍ୟ ବର୍ଷା ଥମି ନ ଥାଏ। ଏଣୁ ଏହି କାରଣରୁ କେରଳରେ ଦୀପାବଳି ପାଳନ ହୋଇ ନ ଥାଏ।

୩ୟ କାରଣ: ଭୌଗୋଳିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ କେରଳରେ ପାଶ୍ଚାତ୍ୟ ସଂସ୍କୃତିର ଛାପ ଦେଖିବାକୁ ମିଳିଥାଏ। ସେଠାରେ ବୈଦିକ ପରମ୍ପରା ରହିଥିଲେ ମଧ୍ୟ ଖ୍ରୀଷ୍ଟଧର୍ମର ପ୍ରଭାବ ରହିଛି। ଏଣୁ ମିଶ୍ର ସଂସ୍କୃତିକ ପ୍ରଭାବରେ ଲୋକ ଏଠାରେ ବସବାସ କରିଥାନ୍ତି। ହୋଇପାରେ ଏହି କାରଣରୁ ଏଠାରେ ଦୀପାବଳିକୁ ମହତ୍ତ୍ୱ ଦିଆଯାଇ ନାହିଁ ବୋଲି କୁହାଯାଇପାରେ।

ପୌରାଣିକ ତଥା ୪ର୍ଥ କାରଣ: କେରଳର ପାରମ୍ପରିକ ପର୍ବ ହେଉଛି ‘ଓଣମ୍‌’। ଯାହା ଅସୁରଙ୍କ ରାଜା ବଳିଙ୍କ ସ୍ମୃତିରେ ପାଳନ କରାଯାଇଥାଏ। ଲୋକକଥା ମୁତାବକ ବଳି ଭଗବାନ ବାମନଙ୍କ ଦ୍ୱାରା ପାତାଳକୁ ଯିବାପରେ ବର୍ଷକରେ ଥରୁଟିଏ ନିଜ ମାଟିକୁ ଫେରିବାକୁ ନିବେଦନ କରିଥିଲେ। ଆଉ ସେହି ସମୟଟି ହେଉଛି ‘ଓଣମ୍‌’। କେରଳବାସୀଙ୍କ ମତରେ ଅସୁର ବଳି କେରଳର ରାଜା ଥିଲେ। ସେ ପରାଜିତ ହୋଇ ପୁନର୍ବାର ନିଜ ଜନ୍ମମାଟିକୁ ଫେରୁଥିବାରୁ ଓଣମ୍‌ ପର୍ବ ପାଳନ ହୁଏ।
କିନ୍ତୁ ଦୀପାବଳି ହେଉଛି ବିଜୟର ପର୍ବ। ପୁରାଣ କାହାଣୀ ଅନୁସାରେ, ରାମ ଓ ରାବଣ ଯୁଦ୍ଧ ପରେ ରାଜା ରାମ ରାବଣକୁ ବଧ କରି ଅଯୋଧ୍ୟା ଫେରିବା ପରେ ଦୀପାବଳି ଉତ୍ସବର ପାଳନ କରାଯାଇଥିଲା। କିନ୍ତୁ ଅସୁରମାନେ ରାମକୁ ପୂଜା କରି ନ ଥାନ୍ତି। ଏହି କାରଣକୁ କେରଳବାସୀ ଦୀପାବଳି ପାଳନ କରନ୍ତି ନାହିଁ।
କେରଳରେ ଅଧିକାଂଶ ହିନ୍ଦୁ ଭଗବାନ ରାମଙ୍କୁ ନୁହେଁ କେବଳ କୃଷ୍ଣଙ୍କୁ ପୂଜା କରିଥାନ୍ତି। ଏଣୁ କେରଳରେ ଯେଉଁ କେତେକ ଅଂଶରେ ଦୀପାବଳି ପାଳନ କରାଯାଇଥାଏ, ସେଠାରେ ଭଗବାନ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ଏହି ଉତ୍ସବ ପାଳନ ହୋଇଥାଏ। କାରଣ ଏହି ଦିନ ଶ୍ରୀକୃଷ୍ଣ ରାକ୍ଷସ ନରାକାସୁରକୁ ବଧ କରିଥିଲେ ।

ସାଂସ୍କୃତିକ ବିବିଧତା: କେରଳରେ ହିନ୍ଦୁ ଦ୍ରାବିଡିଆନ୍‌, ମୁସଲମାନ, ଖ୍ରୀଷ୍ଟିଆନ୍ ଏବଂ ଜେୱିସ୍‌ ଧର୍ମର ଲୋକ ବସବାସ କରିଥାନ୍ତି। ସେଠାରେ ଥିବା ମସଲା ଶିଳ୍ପ ଯୋଗୁ ଭାରତ ବାହାରେ ଚାଇନା ଏବଂ ସେଣ୍ଟ୍ରାଲ୍‌ ଏସିଆରେ ମଧ୍ୟ କେରଳ ଜଣାଶୁଣା। ଏହା ସହିତ କେରଳ ଏକ ଧର୍ମନିରପେକ୍ଷ ରାଜ୍ୟ ମଧ୍ୟ। ସବୁ ଧର୍ମର ଲୋକ ବସବାସ କରୁଥିବାରୁ ହୁଏତ ଦୀପାବଳିକୁ ଏଠାରେ  ସାର୍ବଜନୀନ ପର୍ବ ଭାବେ ପାଳନ କରାଯାଏ ନାହିଁ।



from Odisha Reporter https://ift.tt/2ORHLyY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages