
ପଟ୍ଟାମୁଣ୍ଡାଇ (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ବଳଭଦ୍ର ପ୍ରସାଦ ଗାଁରେ କୁମ୍ଭୀର ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଆହତ ଜଣକ ହେଲେ ଛଇଳା ଦାସ। ତାଙ୍କୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ଛଇଳା ଶୌଚ ପାଇଁ ଘର ପଛପଟ ନାଳକୁ ଯାଇଥିବା ବେଳେ କୁମ୍ଭୀର ହାବୁଡ଼ରେ ପଡ଼ି ଯାଇଥିଲେ। କୁମ୍ଭୀରଟି ତାଙ୍କୁ ନାଳ ଭିତରକୁ ଟାଣି ନେଇଥିଲା। ତେବେ କୌଣସି ପ୍ରକାରେ ଛଇଳା ନିଜକୁ କୁମ୍ଭୀର କବଳରୁ ମୁକୁଳାଇବାକୁ ସକ୍ଷମ ହୋଇଥିଲେ ଓ ନାଳ ଉପରକୁ ଚାଲି ଆସିଥିଲେ। ପରେ ପରିବାର ଓ ଗାଁ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
from Odisha Reporter https://ift.tt/2CJkHLM
No comments:
Post a Comment