ଏମିତି ଗୋଲ୍‌ ଆପଣ କେବେ ଦେଖିଛନ୍ତି କି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 13, 2018

ଏମିତି ଗୋଲ୍‌ ଆପଣ କେବେ ଦେଖିଛନ୍ତି କି

କାଇରୋ: ଫୁଟ୍‌ବଲ୍‌ରେ ଆପଣ ଅନେକ ଧରଣର ଗୋଲ୍‌ ଦେଖିଥିବେ। ହେଲେ ଏବେ ସୋଶାଲ୍‌ ମିଡିଆରେ ଯେଉଁ ଗୋଲ୍‌ ଭିଡିଓ ଭାଇରାଲ୍‌ ହୋଇଛି, ତାହା ଆପଣ ନ ଦେଖିଲେ କେବେ ବିଶ୍ୱାସ କରିପାରିବେ ନାହିଁ। ଇଜିପ୍ଟର ଫୁଟ୍‌ବଲ୍‌ କିଙ୍ଗ ତଥା ଲିଭର୍‌ପୁଲ୍‌ର ଷ୍ଟାର ଖେଳାଳି ମହମ୍ମଦ ଶାଲା ଏକ ଅଭୂତ ପୂର୍ବ ଗୋଲ୍‌ ଦେଇ ସାରା ବିଶ୍ୱକୁ ଜଳକା କରିଦେଇଛନ୍ତି।

ସେ କର୍ଣ୍ଣରରୁ ଏକ ବଲ୍‌କୁ ସିଧା ସଳଖ ଗୋଲ୍‌ ଭିତରକୁ ମାରି ଚର୍ଚ୍ଚାକୁ ଆସିଛନ୍ତି। ଶୁକ୍ରବାର ରାତିରେ ଆଫ୍ରିକା କପ୍‌ କ୍ୱାଲିଫାୟର ମ୍ୟାଚ୍‌ରେ ଇଜିପ୍ଟ ଓ ସ୍ୱାଜିଲ୍ୟାଣ୍ଡ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚ୍‌ଟିକୁ ଇଜିପ୍ଟ ୪-୧ରେ ମଧ୍ୟ ଜିତିଥିଲା। ତେବେ ମ୍ୟାଚ୍‌ ଅପେକ୍ଷା ଶାଲା ଦେଇଥିବା ଗୋଲ୍‌ର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ଦ୍ୱିତୀୟାର୍ଦ୍ଧରେ ଇଜିପ୍ଟକୁ ଏକ ଲଙ୍ଗ କର୍ଣ୍ଣର୍‌ ମିଳିଥିଲା। ଏହାକୁ ଶାଲା ମାରିବେ ବୋଲି ନିଷ୍ପତ୍ତି ନେଇଥିଲେ। ଦଳର ଅନ୍ୟ ଖେଳାଳିମାନେ ଗୋଲ୍‌ ଆଗରେ ପୋଜିସନ୍‌ ମଧ୍ୟ ନେଇଥିଲେ। ହେଲେ ଶାଲା ବେଶ୍‌ ଚତ୍ମକାର ଢଙ୍ଗରେ ବଲ୍‌ଟିକୁ ଲଙ୍ଗ କର୍ଣ୍ଣର୍‌ରୁ ସିଧାସଳଖ ସ୍ୱାଜିଲ୍ୟାଣ୍ଡର ଗୋଲ୍‌ ଭିତରକୁ ମାରିଦେଇଥିଲେ।

ଏହି ଗୋଲ୍‌ ପରେ ଅବଶ୍ୟ ଶାଲା ଆହତ ହୋଇ ଯାଇଥିଲେ। କିନ୍ତୁ ତାଙ୍କ ଗୋଲ୍‌ ଦେବାର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବା ସହ ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିଛି।

ଦେଖନ୍ତୁ ଭିଡିଓ:



from Odisha Reporter https://ift.tt/2A7XCAI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages