୨୫ ପଣବନ୍ଦୀଙ୍କୁ ଢାଲ କରି ଖସିବାର ପ୍ରୟାସ, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 17, 2018

୨୫ ପଣବନ୍ଦୀଙ୍କୁ ଢାଲ କରି ଖସିବାର ପ୍ରୟାସ, ଦେଖନ୍ତୁ ଭିଡିଓ

ରିଓ (ଓଡ଼ିଶା ରିପୋର୍ଟର): ଚୋର, ଡକାୟତ ଏବଂ ସେହିଭଳି ଅଭିଯୁକ୍ତମାନଙ୍କର ଖସିଯିବାର ତରିକା ନିଶ୍ଚୟ ନିଆରା। ସେଥିପାଇଁ ବୋଧେ କୁହାଯାଏ ନେଇ ଆଣି ଥୋଇଜାଣିଲେ ଚୋରି ବିଦ୍ୟା ଭଲ। କିଛି ଡକାୟତ ଏମିତି ଏକ ଅଭିନବ ଉପାୟରେ ଖସିଯିବାର ପ୍ରୟାସ କର ଫସିଯାଇଥିବାର ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାକୁ ଆରମ୍ଭ କରିଛି।

ବ୍ରାଜିଲର ଏକ ଘଟଣାରେ ଏକ ଲଟେରୀ ଦୋକାନରେ ଡକାୟତି କରିବାରେ ବିଫଳ ହେବାପରେ ଏକ ଗ୍ୟାଙ୍ଗର ସଦସ୍ୟମାନେ ୨୫ ଜଣ ପଣବନ୍ଦୀଙ୍କୁ ନେଇ ଘଟଣାସ୍ଥଳରୁ ଫେରାର ହେବାକୁ ଉପାୟ ପାଞ୍ଚିଥିଲେ। ସେମାନେ ୨୫ ଜଣ ପଣବନ୍ଦୀଙ୍କୁ ଏକାଠି କରି ସେମାନଙ୍କୁ ନିଜର ଢାଲ ବନାଇଥିଲେ। ଆଉ ପୁଲିସ୍ ତାଙ୍କ ପିଛା କରିଥିଲା। ୩ ଘଣ୍ଟା ଧରି ଏହି ନାଟକ ଚାଲିଥିଲା। ଏହି ଡକାୟତଙ୍କ ମଧ୍ୟରୁ ୪ ଜଣ ପୁଲିସ୍‌ ଗୁଳିରେ ପ୍ରାଣ ହରାଇଥିଲେ ଏବଂ ଜଣେ ଗିରଫ ହୋଇଥିଲା। ସମସ୍ତ ପଣବନ୍ଦୀ ଅକ୍ଷତ ଉଦ୍ଧାର ହୋଇଥିଲେ।

ଭିଡିଓ ସୌଜନ୍ୟ: ଡେଲି ମେଲ୍‌ (Daily Mail)



from Odisha Reporter https://ift.tt/2EqjOtS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages