ଏମ୍‌ସିଏ-ବିସିସିଆଇ ବିବାଦ: ଫଳ ଭୋଗିଲେ ମହିଳା କ୍ରିକେଟ୍‌ ଟିମ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 17, 2018

ଏମ୍‌ସିଏ-ବିସିସିଆଇ ବିବାଦ: ଫଳ ଭୋଗିଲେ ମହିଳା କ୍ରିକେଟ୍‌ ଟିମ୍‌

ମୁମ୍ବାଇ: ମୁମ୍ବାଇ କ୍ରିକେଟ୍‌ ଆସୋସିଏସନ୍‌(ଏମ୍‌ସିଏ) ଓ ବିସିସିଆଇ ମଧ୍ୟରେ ଚାଲିଥିବା ବିବାଦ ଯୋଗୁ ମହିଳା ଟି-୨୦ ଟିମ୍‌ର ବିଶ୍ୱକପ୍‌ ଅଭ୍ୟାସ ଅଟକି ଯାଇଛି। ବିସିସିଆଇ ମୁମ୍ବାଇର ୱାଙ୍ଖଡେଠାରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ୍‌ ୪ର୍ଥ ଦିନିକିଆକୁ ଅନ୍ୟତ୍ର ସ୍ଥାନାନ୍ତର କରିବାରୁ ହିଁ ବିବାଦର ସୂତ୍ରପାତ ହୋଇଥିଲା। ୱାଙ୍ଖଡେ ବଦଳରେ ବ୍ରାବର୍ଣ୍ଣ ଷ୍ଟାଡିୟମ୍‌ରେ ୪ର୍ଥ ଦିନିକିଆ ହେବ ବୋଲି ବିସିସିଆଇ କହିଛି।

ବିସିସିଆଇର ଏହି ନିଷ୍ପତ୍ତି ଉପରେ କ୍ଷୁବ୍ଧ ହୋଇ ଏମ୍‌ସିଏ ୱାଙ୍ଖଡେ ମହିଳା ଦଳକୁ ଅଭ୍ୟାସ ପାଇଁ ଅନୁମତି ଦେଇନାହିଁ। ଫଳରେ ଆସନ୍ତା ୯ ତାରିଖରୁ ହେବାକୁ ଥିବା ମହିଳା ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଅଭ୍ୟାସ୍‌ କରିପାରିନାହିଁ।

ଅନ୍ୟପକ୍ଷରେ ବିସିସିଆଇ ଅପ୍ରତ୍ୟାଶିତ ଭାବେ ୪ର୍ଥ ଦିନିକିଆକୁ ସ୍ଥାନାନ୍ତର କରିଥିବାରୁ ଏମ୍‌ସିଏ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଏମ୍‌ସିଏର କହିବା କଥା ଭେନ୍ୟୁ ପରିବର୍ତ୍ତନ ହୋଇଥିଲେ ହେଁ ବୋର୍ଡ ପକ୍ଷରୁ ବିଧିବଦ୍ଧ ଏହା ଏମ୍‌ସିଏ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇ ନାହିଁ। ତେଣୁ ହାଇକୋର୍ଟ କୌଣସି ନିଷ୍ପତ୍ତି ନ ନେବା ଯାଏ, ଏମ୍‌ସିଏ ମହିଳା ଦଳକୁ ଅଭ୍ୟାସ୍‌ ପାଇଁ ଅନୁମତି ଦେଇପାରିବ ନାହିଁ ବୋଲି ଏହାର କର୍ତ୍ତୃପକ୍ଷ କହିଛନ୍ତି।



from Odisha Reporter https://ift.tt/2yIuhdZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages