ବିଜୁ ଯୁବ ବାହିନୀ ପରେ ଏବେ ନବୀନ ମିଡିଆ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 1, 2018

ବିଜୁ ଯୁବ ବାହିନୀ ପରେ ଏବେ ନବୀନ ମିଡିଆ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ରାଜ୍ୟବାସୀଙ୍କ ଟିକସ ଅର୍ଥରୁ ୪୫୦କୋଟି ଟଙ୍କା ଖର୍ଚ୍ଚ କରି ‘ବିଜୁ ଯୁବ ବାହିନୀ’ ଗଢ଼ି ଦଳୀୟ କର୍ମୀଙ୍କୁ ସରକାରୀ କଳରେ ଥଇଥାନ କରିବା ପରେ ଏବେ କର୍ମୀମାନଙ୍କୁ ‘ସାମ୍ବାଦିକ’ର ମାନ୍ୟତା ଦେବାଭଳି ଏକ ସାଂଘାତିକ ଉଦ୍ୟମ ଆରମ୍ଭ କରିଛି ଶାସକ ବିଜେଡି।

ସୂଚନା ଅନୁସାରେ, ନବୀନ ପଟ୍ଟନାୟକ ଫ୍ୟାନ୍ କ୍ଲବ (ଏନପିଏଫସି) ମାଧ୍ୟମରେ ଏବେ ବିଜେଡି ସମର୍ଥକମାନଙ୍କୁ ସାମ୍ବାଦିକର ମାନ୍ୟତା ଦେବା ପାଇଁ ‘ପ୍ରେସ୍ କାର୍ଡ’ ବଣ୍ଟନ କରାଯାଉଥିବା ଜଣାପଡ଼ିଛି। ସୋଶାଲ ମିଡିଆରେ ଥିବା ଏହି ଏନପିଏଫସି କ୍ଲବରେ ଏବେ ପ୍ରାୟ ୭ଲକ୍ଷ ସଦସ୍ୟ ଅଛନ୍ତି ଓ ସମସ୍ତେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସମର୍ଥକ ଭାବେ ଜଣାଶୁଣା।

ନିଜକୁ ନବୀନଙ୍କ ଓ ବିଜେଡିର ଦୃଢ଼ ସମର୍ଥକ କହୁଥିବା ଜଣେ ବ୍ୟକ୍ତି ସୋଶାଲ ମିଡିଆରେ ପୋଷ୍ଟ୍ କରିଥିବା ତଥ୍ୟରୁ ସୂଚନା ମିଳିଛି। ଖୋଳତାଡ଼ରୁ ଜଣାପଡ଼ିଛି ଯେ, ଏହି ଫ୍ୟାନ୍ କ୍ଲବ ଏବେ ନିଜର ସଦସ୍ୟମାନଙ୍କୁ ପ୍ରେସ୍ କାର୍ଡ ବଣ୍ଟନ କରୁଛି। ଓଡ଼ିଶା ସହ ଯୋଡ଼ି ହେବା ପାଇଁ ଏହା ଏକ ନୂଆ ପ୍ଲାଟଫର୍ମ ବୋଲି ଏହି ଫ୍ୟାନ୍ କ୍ଳବ ଦାବି କରିଛି। ରାଜ୍ୟତମାମ ଏବେ ଏଭଳି ପ୍ରେସ୍ କାର୍ଡ ବଣ୍ଟନ କରାଯାଇ ସେମାନଙ୍କୁ ନିଜ ନିଜ ଅଞ୍ଚଳର ଖବର ସଂଗ୍ରହ କରିବାକୁ କୁହାଯାଇଛି।

ଏପରିକି ରାଜ୍ୟ ସରକାରଙ୍କ ଦ୍ୱାରା କର୍ମଜୀବୀ ସାମ୍ବାଦିକଙ୍କ ପାଇଁ ଘୋଷଣା କରାଯାଇଥିବା ସାମାଜିକ ସୁରକ୍ଷା ଯୋଜନା (ବୀମାଠୁ ଆରମ୍ଭ କରି ଅନ୍ୟାନ୍ୟ ସୁବିଧା)କୁ ଏହି ଫ୍ୟାନ୍ କ୍ଲବ ଦ୍ୱାରା ଅଧିସ୍ୱୀକୃତ ସାମ୍ବାଦିକମାନେ ପାଇପାରିବେ ବୋଲି ପ୍ରତିଶ୍ରୁତି ଦିଆଯାଉଛି।

ଏବେ ପ୍ରଶ୍ନ ଉଠୁଛି, ଦଳୀୟ କର୍ମୀମାନଙ୍କୁ ‘ସାମ୍ବାଦିକ’ର ମାନ୍ୟତା ଦେବା ପାଇଁ ନବୀନ ପଟ୍ଟନାୟକ ଫ୍ୟାନ୍ କ୍ଲବ ଯେଉଁ କାର୍ଯ୍ୟକ୍ରମ ହାତକୁ ନେଇଛି ତାହା କ’ଣ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋଙ୍କ ଜାଣତରେ ହେଉଛି? ଗଣତନ୍ତ୍ରକୁ ତଳିତଳାନ୍ତ କରିବା ଓ ଚତୁର୍ଥ ସ୍ତମ୍ଭର ସ୍ୱରକୁ ସବୁଦିନ ପାଇଁ ଚପାଇ ରଖିବାକୁ ଏହା ବିଜେଡିର ଆଉ ଏକ ନୂଆ ଚାଲ୍ ନୁହେଁ ତ? ଯଦି ଏସବୁ ନବୀନଙ୍କ ଜାଣତରେ ଚାଲିଥାଏ ତାହା ନିଶ୍ଚିତ ପାଇଁ ଭବିଷ୍ୟତ ପିଢ଼ିଙ୍କ ପାଇଁ ସତର୍କ ଘଣ୍ଟି।

ନବୀନଙ୍କ ନାଁରେ ଫ୍ୟାନ୍ କ୍ଲବ ଗଠନ ହେବା ଓ ସଦସ୍ୟମାନଙ୍କୁ ସାମ୍ବାଦିକର ମାନ୍ୟତା ଦେବାକୁ ପ୍ରେସ୍ କାର୍ଡ ବଣ୍ଟନ କରାଯିବା ଭିତରେ ଅନେକ ଫରକ ରହିଛି। ଯଦି ନବୀନ ବାସ୍ତବରେ ଗଣତନ୍ତ୍ରର ସୁରକ୍ଷା କରିବାକୁ ଚାହୁଁଥାନ୍ତି ତା’ହେଲେ ଏହି ଫ୍ୟାନ୍ କ୍ଲବର ଏଭଳି ପ୍ରୟାସ ଉପରେ ତୁରନ୍ତ ଆଇନଗତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ଚର୍ଚ୍ଚା।



from Odisha Reporter https://ift.tt/2NS72IW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages