ଏପଟେ ମଦର ପ୍ରସାର, ସେପଟେ ‘ନିଶାମୁକ୍ତ ଓଡ଼ିଶା’ ଗଠନ ପାଇଁ ସରକାରୀ ର‌୍ୟାଲି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 1, 2018

ଏପଟେ ମଦର ପ୍ରସାର, ସେପଟେ ‘ନିଶାମୁକ୍ତ ଓଡ଼ିଶା’ ଗଠନ ପାଇଁ ସରକାରୀ ର‌୍ୟାଲି

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର) : ନିର୍ବାଚନୀ ବର୍ଷରେ ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନବୀନ ପଟ୍ଟନାୟକ ସରକାର ଏବେ ଏକ ନୂଆ ଭେଳିକି ଆରମ୍ଭ କରିଛନ୍ତି। ମଦ ବିକ୍ରି ଓ ପ୍ରସ୍ତୁତିର ବ୍ୟାପକ ପ୍ରଚାର ପ୍ରସାର ମାଧ୍ୟମରେ ରାଜକୋଷ ବୃଦ୍ଧି କରୁଥିବା ନବୀନ ପଟ୍ଟନାୟକ ସରକାର ଏବେ ‘ନିଶାମୁକ୍ତ ଓଡ଼ିଶା’ ଗଠନର ସ୍ୱପ୍ନର ଭେଳିକି ଲୋକଙ୍କୁ ଦେଖାଇବାକୁ ଚେଷ୍ଟା କରିଛନ୍ତି।

ଡାହାଣୀ ଭଳି ଲାଗି ଗୁଣିଆ ହୋଇ ଝାଡ଼ିବାର ଅଭିନୟ କରି ନିଶାମୁକ୍ତ ସମାଜ ଗଠନର ଲକ୍ଷ୍ୟ ରଖିଥିବା ସଚେତନ ଭୋଟରଙ୍କୁ ଦ୍ୱନ୍ଦ୍ୱରେ ପକାଇବାର ଅଭିନବ ପ୍ରୟାସ ସରକାର କରିଛନ୍ତି।
୪୫୦କୋଟି ଟଙ୍କାର ବଜେଟ୍ ବରାଦରେ ରାଜ୍ୟ ସରକାର ଗଠନ କରିଥିବା ‘ବିଜୁ ଯୁବ ବାହିନୀ’ର ସ୍ୱେଚ୍ଛାସେବୀମାନେ ଆସନ୍ତାକାଲି ଗାନ୍ଧି ଜୟନ୍ତୀରେ ‘ନିଶାମୁକ୍ତ ଓଡ଼ିଶା’ ଗଠନ ପାଇଁ ଏକ ବିଶାଳ ର‌୍ୟାଲିରେ ସାମିଲ ହେବେ।

ଜନତା ମଇଦାନରେ ହେବାକୁ ଥିବା ଏହି ର‌୍ୟାଲିରେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଓ ରାଜ୍ୟ ଯୁବ କଲ୍ୟାଣ ବୋର୍ଡର କାର୍ଯ୍ୟକାରୀ ଅଧ୍ୟକ୍ଷ ଅରୂପ ପଟ୍ଟନାୟକ ଯୋଗ ଦେବେ। ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ସରକାରଙ୍କ ଏହି ସ୍ୱେଚ୍ଛାସେବୀମାନଙ୍କୁ (ବିଜୁ ଯୁବ ବାହିନୀର ସଦସ୍ୟ) ଶପଥ ପାଠ କରାଇବେ ବୋଲି ଜଣାପଡ଼ିଛି।

ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାରର ଅବକାରୀ ବିଭାଗ ଗତ କିଛିବର୍ଷ ଧରି ରାଜ୍ୟରେ ମଦର ବ୍ୟାପକ ପ୍ରସାର ମାଧ୍ୟମରେ ରାଜକୋଷକୁ ବୃଦ୍ଧି କରିବାକୁ ଚାହୁଁଥିବାବେଳେ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗର ଅଧୀନରେ କାର୍ଯ୍ୟରତ ବିଜୁ ଯୁବ ବାହିନୀ ସଦସ୍ୟମାନେ ‘ନିଶାମୁକ୍ତ ଓଡ଼ିଶା’ ଗଠନର ସ୍ୱପ୍ନ ଦେଖିଛନ୍ତି। ତେବେ ପ୍ରଶ୍ନ ଉଠୁଛି, ସରକାରଙ୍କ ଗୋଟିଏ ବିଭାଗ ମଦର ଅବାଧ ବିକ୍ରି ଉପରେ ଗୁରୁତ୍ୱ ଦେଉଥିବାବେଳେ ଅନ୍ୟ ଏକ ବିଭାଗର ଅଢ଼େଇ ଲକ୍ଷରୁ ଅଧିକ ସଦସ୍ୟ(ବିଜୁ ଯୁବ ବାହିନୀ) ନିଶାମୁକ୍ତ ଓଡ଼ିଶା କଥା ଚିନ୍ତା କରୁଛନ୍ତି କିଭଳି?

ସରକାରରେ ବାଁ ହାତ କଥା କ’ଣ ଡାହାଣ ହାତ ପାଖରେ ପହଞ୍ଚୁନି ନା ବାସ୍ତବରେ ସରକାର ଏଭଳି ଏକ କାର୍ଯ୍ୟକ୍ରମ ମାଧ୍ୟମରେ ଭୋଟରଙ୍କୁ ବିଭ୍ରାନ୍ତ କରିବା ପାଇଁ ପ୍ରୟାସ କରିଛନ୍ତି ?

ସୂଚନା ଅନୁସାରେ, ୨୦୦୦ ମସିହାରେ ନବୀନ ପଟ୍ଟନାୟକ ସରକାର କ୍ଷମତାକୁ ଆସିବା ସମୟରେ ରାଜ୍ୟରେ ମଦରୁ ମାତ୍ର ୧.୩୫ କୋଟି ଟଙ୍କାର ରାଜସ୍ୱ ମିଳୁଥିଲା। ମାତ୍ର ଗତବର୍ଷ ଏହି ପରିମାଣ ୩୩୦୦କୋଟି ଟଙ୍କାରେ ପହଞ୍ଚିଛି। ଏପରିକି ଏହି ମଦ ବିକ୍ରି ବୃଦ୍ଧି ପାଇ ଗତ ଦୁଇମାସ ପୂର୍ବରୁ ମଦ ବିକ୍ରି ଓ ପ୍ରସ୍ତୁତି ନିମନ୍ତେ ଲାଇସେନ୍ସ ପ୍ରଦାନର କ୍ଷମତାକୁ ମନ୍ତ୍ରୀଙ୍କ ହାତରୁ କାଢ଼ି ନେଇ ଜିଲ୍ଲାପାଳମାନଙ୍କୁ ନ୍ୟସ୍ତ କରାଯାଇଛି।

ତେଣୁ ଏଥିରୁ ରାଜ୍ୟକୁ ନିଶାମୁକ୍ତ କରିବାରେ ନବୀନ ପଟ୍ଟନାୟକ ସରକାରର ଆନ୍ତରିକତା ଜଳଜଳ ହୋଇ ଦିଶୁଥିବାବେଳେ ବିଜୁ ଯୁବ ବାହିନୀର ଏଭଳି ‘ନିଶାମୁକ୍ତ ଓଡ଼ିଶା’ ଭେଳିକି କାହିଁକି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।



from Odisha Reporter https://ift.tt/2DSZ7X4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages