ଆଖୁ କ୍ଷେତରେ ଓହ୍ଲାଇଲା ବାୟୁସେନା ବିମାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 5, 2018

ଆଖୁ କ୍ଷେତରେ ଓହ୍ଲାଇଲା ବାୟୁସେନା ବିମାନ

plane

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଏକ ବିମାନ ଉତ୍ତର ପ୍ରଦେଶର ବାଗପତରେ ଆଖୁ କ୍ଷେତରେ ଅବତରଣ କରିବାକୁ ବାଧ୍ୟ ହୋଇଛି।

ଫଟୋରେ ବିମାନଟି ଯେମିତି ଢଙ୍ଗରେ ରହିଛି, ତାକୁ ଦେଖିଲେ ଲାଗୁଛି, ତାହା ଆକାଶରୁ ଖସି ପଡ଼ିଛି। ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁ ପାଇଲଟ୍ ବିମାନଟିକୁ ଆଖୁ କ୍ଷେତରେ ଓହ୍ଲାଇବାକୁ ବାଧ୍ୟ ହୋଇଥିଲେ।

ସୂଚନାଯୋଗ୍ୟ, ବାୟୁସେନାର ଏକ ଛୋଟ ବିମାନ ହିଣ୍ଡନ୍‌ ବିମାନ ବନ୍ଦରରୁ ଉଡ଼ାଣ ଭରିଥିଲା। ବିମାନଟି ଏୟାରଫୋର୍ସ ଡେ’ ପାଇଁ ପ୍ରସ୍ତୁତି ଚଳାଇଥିଲା। ତେବେ ବାଗପତ ନିକଟରେ ପହଞ୍ଚିବା କ୍ଷଣି ଏଥିରେ ତ୍ରୁଟି ଦେଖାଯାଇଥିଲା। ତେଣୁ ପାଇଲଟ୍‌ ଦ୍ୱୟ ଆଖୁ ଜମିରେ ଏହାକୁ ଅବତରଣ କରିଥିଲେ।

ପାଇଲଟ୍‌ମାନେ ସୁରକ୍ଷିତ ଅଛନ୍ତି। ବାୟୁ ସେନା ପକ୍ଷରୁ ମାମଲାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।



from Odisha Reporter https://ift.tt/2OD7JVZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages