
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂସାଏ ପଖାଳ ଆଉ ପିଆଜ ଟିକେ ହେଲେ ଓଡ଼ିଆଙ୍କ ପେଟ ପୂରିଯାଏ ବୋଲି କଥାରେ କହନ୍ତି। କଥାଟା ଅବଶ୍ୟ ମିଛ ନୁହେଁ, କାରଣ ଏ ପିଆଜରେ ଯେ, ଭରପୂର ମାତ୍ରାରେ ପୋଷକ ତତ୍ୱ ରହିଛି ସେ କଥାକୁ ହୁଏତ ଦିନେ ଅନୁଭବ କରିଥିଲେ ଆମ ପୂର୍ବଜ। ଆଉ ଖାସ୍ ସେହି କାରଣରୁ ସାରା ଭାରତରେ ମସଲାଦାର ଖାଦ୍ୟକୁ ସ୍ୱାଦିଷ୍ଟ କରିବାରେ ପିଆଜ ହିଁ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।
ସାଧାରଣତଃ ଖାଦ୍ୟକୁ ସ୍ୱାଦିଷ୍ଟ କରିବାକୁ ବ୍ୟବହାର କରାଯାଉଥିଲେ ବି ପିଆଜରେ ରହଛି ଅନେକ ଭଲ ଗୁଣ। କ୍ୟାଲୋରୀର ମାତ୍ରା କମ୍ ଏବଂ ଫାଇବର୍ ପ୍ରଚୁର ପରିମାଣରେ ଥିବାରୁ ଏହା ଏକ ସ୍ୱାସ୍ଥ୍ୟ ଉପକାରୀ ଦ୍ରବ୍ୟ ଭାବେ ଗ୍ରହଣୀୟ। ପିଆଜର ଏହି ଗୁଣ ଲାଗି ବଡ଼ ବଡ଼ ରୋଗକୁ ଉପଶମ କରିବାରେ ଏହା ସାହାଯ୍ୟ କରିଥାଏ।
ପିଆଜର ସେହି ଭଲ ଗୁଣଗୁଡ଼ିକ
- ପିଆଜ ଖାଇଲେ କ୍ୟାନସର୍ ଏବଂ ହୃଦ୍ଘାତର ଆଶଙ୍କା କମ୍ ହୋଇଥାଏ।
- ଏଥିରେ ଆଣ୍ଟି- ଅକ୍ସିଡାଣ୍ଟ୍ ରହିଛି, ଯାହା ଶରୀରରେ କ୍ୟାନସର୍ ସେଲ୍କୁ ବିକଶିତ କରିବାକୁ ଦେଇ ନ ଥାଏ।
- ଏହାକୁ ନିୟମିତ ସେବନ କରିବା ଦ୍ୱାରା ହାର୍ଟ ଷ୍ଟ୍ରୋକ୍ର ଆଶଙ୍କା କମ୍ ରହିଥାଏ।
- ଯଦି ଆପଣଙ୍କୁ ଥଣ୍ଡାଜ୍ୱର ହୋଇଛି, ତେବେ ପିଆଜ ଖାଆନ୍ତୁ। ଏହାଦ୍ୱାରା ଆପଣ ଶୀଘ୍ର ସୁସ୍ଥ ହୋଇଯିବେ।
- ପିଆଜରେ କ୍ରୋମିୟମ୍ ରହିଛି, ଯାହା ଶରୀରରେ ସୁଗାର୍କୁ ନିୟନ୍ତ୍ରଣ କରିବା ସହିତ ରକ୍ତ ସଞ୍ଚାଳନକୁ ସନ୍ତୁଳୀତ କରିଥାଏ।
- ଏହା ସହିତ ପିଆଜ ଶରୀରରେ ରକ୍ତ ଜମାଟ ବାନ୍ଦିବାକୁ ଦେଇ ନ ଥାଏ।
- ପ୍ରତିଦିନ ପିଆଜ ଖାଇଲେ, ମାଂସପେଶୀକୁ ଗ୍ଲୁକୋଜ୍ ମିଳିଥାଏ।
- ଯଦି ଆପଣ କୌଣସି ପୋକ କାମୁଡାକ ଶିକାର ହେଉଛନ୍ତି, ତେବେ ସେହି ସ୍ଥାନରେ ପିଆଜର ରସ ଲଗାନ୍ତୁ, ଯନ୍ତ୍ରଣାରୁ ଉପଶମ ପାଇବେ।
- ପିଆଜରେ ଥିବା ଫାଇବର୍ ପେଟ ସଫା କରିବାରେ ସାହାଯ୍ୟ କରିଥାଏ।
- ଏହାକୁ ଖାଇବା ଦ୍ୱାରା ଗ୍ୟାଷ୍ଟିକ୍ ସିଣ୍ଡ୍ରୋମ୍ ବା କୋଷ୍ଠକାଠିନ୍ୟ ଦୂର ହୋଇଥାଏ।
ଧ୍ୟାନ ଦିଅନ୍ତୁ-
ପିଆଜ ମାତ୍ରାଧିକ ସେବନ କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ବାନ୍ତି ହେବାର ସମ୍ଭାବନା ରହିଛି। ଏହା ବ୍ୟତୀତ ଯେଉଁ ବ୍ୟକ୍ତି ପାକସ୍ଥଳୀ ଜନିତ ରୋଗରେ ପୀଡ଼ିତ ସେମାନେ ମଧ୍ୟ ପିଆଜ ଖାଇବାଠାରୁ ଦୂରେଇ ରୁହନ୍ତୁ।
from Odisha Reporter https://ift.tt/2BXF735
No comments:
Post a Comment