ସିରିଜ୍‌ ଜିତିଲା ପାକିସ୍ତାନ, ଦ୍ୱିତୀୟ ଟେଷ୍ଟ୍‌ରେ ଅଷ୍ଟ୍ରେଲିଆ ୩୭୩ ରନ୍‌ରେ ପରାସ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 19, 2018

ସିରିଜ୍‌ ଜିତିଲା ପାକିସ୍ତାନ, ଦ୍ୱିତୀୟ ଟେଷ୍ଟ୍‌ରେ ଅଷ୍ଟ୍ରେଲିଆ ୩୭୩ ରନ୍‌ରେ ପରାସ୍ତ

ଦୁବାଇ: ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ୍‌କୁ କଷ୍ଟେମଷ୍ଟେ ଡ୍ର ରଖିବାକୁ ସକ୍ଷମ ହୋଇଥିବା ଟିମ୍‌ ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ୍‌ରେ ଶୋଚନୀୟ ପରାଜୟ ବରଣ କରିଛି। ଆବୁ ଧାବିରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ୍‌ରେ ପାକିସ୍ତାନ ବିଶାଳ ୩୭୩ ରନ୍‌ ବ୍ୟବଧାନରେ ଟିମ୍‌ ପେନ୍‌ଙ୍କ ଅଷ୍ଟ୍ରେଲିଆ ଦଳକୁ ହରାଇ ୧-୦ରେ ସିରିଜ୍‌ କବଜା କରିଛି।

ମ୍ୟାଚରେ ଦଶଟି ୱିକେଟ୍‌ ଦଖଲ କରିଥିବା ପାକ୍ ବୋଲର୍‌ ମହମ୍ମଦ ଆବ୍ବାସଙ୍କ ପ୍ରଚଣ୍ଡ ଆକ୍ରମଣ ଆଗରେ ଟିମ୍‌ ଅଷ୍ଟ୍ରେଲିଆର ବ୍ୟାଟସ୍‌ମ୍ୟାନ୍‌ମାନେ ସଂପୂର୍ଣ୍ଣ ଆତ୍ମସମର୍ପଣ କରିଥିଲେ। ଦ୍ୱିତୀୟ ଟେଷ୍ଟ୍‌କୁ ଜିତିବା ପାଇଁ ପାକିସ୍ତାନ ଅଷ୍ଟ୍ରେଲିଆ ଆଗରେ ୫୩୮ ରନ୍‌ର ଟାର୍ଗେଟ ରଖିଥିଲା। ଏହାକୁ ପିଛା କରି ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ୍‌ରେ ମାତ୍ର ୧୬୪ ରନ୍‌ କରିପାରିଥିଲା।

ଅଷ୍ଟ୍ରେଲିଆ ପକ୍ଷରୁ ଆହତ ଥିବା ଉସମାନ୍‌ ଖ୍ୱାଜା ବ୍ୟାଟିଂ କରିବାକୁ ଆସି ନଥିଲେ। ପ୍ରଥମ ଇନିଂସରେ ପାଞ୍ଚଟି ୱିକେଟ୍‌ ନେଇଥିବା ମହମ୍ମଦ ଆବ୍ବାସ ଦ୍ୱିତୀୟ ଇନିଂସ୍‌ରେ ମଧ୍ୟ ୫ଟି ୱିକେଟ୍‌ ଦଖଲ କରି ଟିମ ଅଷ୍ଟ୍ରେଲିଆର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ।

ପାକିସ୍ତାନ ଦ୍ୱିତୀୟ ଟେଷ୍ଟ୍‌ରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ତେବେ ଦଳ ପ୍ରଥମ ଇନିଂସ୍‌ରେ ମାତ୍ର ୨୮୨ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଏହାର ଜବାବ୍‌ରେ ଅଷ୍ଟ୍ରେଲିଆ ତା’ର ପ୍ରଥମ ଇନିଂସ୍‌ରେ ମାତ୍ର ୧୪୫ ରନ୍‌ କରିପାରିଥିଲା।

ପ୍ରଥମ ଇନିଂସ୍‌ରେ ୧୩୭ ରନ୍‌ରେ ଅଗ୍ରଣୀ ରହିଥିବା ପାକିସ୍ତାନ ଦ୍ୱିତୀୟ ଇନିଂସ୍‌ରେ ୯ ୱିକେଟ୍‌ ହରାଇ ୪୦୦ ରନ୍‌ କରିବା ପରେ ପାଳି ଘୋଷଣା କରିଥିଲା।

ଏହାର ପିଛା କରି ଅଷ୍ଟ୍ରେଲିଆ ୯ ୱିକେଟ୍‌ ହରାଇ ୧୬୪ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଶେଷ ୱିକେଟ୍‌ ଭାବେ ଖ୍ୱାଜା ବ୍ୟାଟିଂ କରିବାକୁ ନ ଆସିବାରୁ ଅମ୍ପାୟାର ପାକିସ୍ତାନକୁ ୩୭୩ ରନ୍‌ରେ ବିଜୟୀ ଘୋଷଣା କରିଥିଲେ।

ଦୁଇଟି ଯାକ ଇନିଂସ୍‌ରେ ୫ଟି ଲେଖାଏ ୱିକେଟ୍‌ ପାଇଥିବା ମହମ୍ମଦ ଆବ୍ବାସଙ୍କୁ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ବିବେଚନା କରାଯାଇଛି। ତାଙ୍କୁ ମ୍ୟାନ୍ ଅଫ୍ ଦି ସିରିଜ୍ ପୁରସ୍କାର ମଧ୍ୟ ମିଳିଛି।
ପ୍ରଥମ ଇନିଂସ୍‌ରେ ପାକିସ୍ତାନ ପକ୍ଷରୁ ଅଧିନାୟକ ସର୍ଫରାଜ ଅହମ୍ମଦ ଓ ଓପନର୍ ପଖର ଜମାନ୍ ୯୪ ରନ୍ ଲେଖାଏ କରିଥିବା ବେଳେ ଅଷ୍ଟ୍ରେଲିଆ ପକ୍ଷରୁ ସ୍ପିନର୍ ନାଥନ ଲିୟନ୍ ସର୍ବାଧିକ ୪ଟି ଓ ଏମ ଲବୁସାଙ୍ଗେ ୩ଟି, ମିଚେଲ୍‌ ଷ୍ଟାକ ୨ଟି ଓ ମିଚେଲ ମାର୍ଶ ଗୋଟିଏ ୱିକେଟ୍‌ ନେଇଥିଲେ।


ପ୍ରଥମ ଇନିଂସ୍‌ରେ ଅଷ୍ଟ୍ରେଲିଆ ପକ୍ଷରୁ ଆରୋନ୍ ଫିଞ୍ଚ ସର୍ବାଧିକ ୩୯, ଏମ୍‌ ଲବୁସାଙ୍ଗେ ୨୫ ଓ ମିଚେଲ୍ ଷ୍ଟାକ୍ ୩୪ ରନ୍‌ର ଇନିଂସ୍‌ ଖେଳିଥିଲେ। ପାକିସ୍ତାନ ପକ୍ଷରୁ ସ୍ପିଡ୍‌ଷ୍ଟର ମହମ୍ମଦ ଆବ୍ବାସ ୫ଟି ୱିକେଟ୍ ନେଇଥିବା ବେଳେ ବିଲ୍ଲାଲ ଆସିଫ ୩ଟି ଓ ୟାସିର ଶାହା ଗୋଟିଏ ୱିକେଟ୍ ନେଇଥିଲେ।

ଦ୍ୱିତୀୟ ଇନିଂସ୍‌ରେ ପାକିସ୍ତାନ ପକ୍ଷରୁ ବାବର ଆଜମ ସର୍ବାଧିକ ୯୯ ରନ୍ କରିଥିବା ବେଳେ ସର୍ଫରାଜ ୮୧, ଫଖର ୬୬ ଓ ଆଝାର ଅଲ୍ଲୀ ୬୪ ରନ୍ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ନାଥନ ଲିୟନ ୪ଟି ୱିକେଟ୍‌ ପାଇଥିବା ବେଳେ ଏମ୍‌ ଲବୁସାଙ୍ଗେ ୨ଟି ଓ ମିଚେଲ୍‌ ଷ୍ଟାକ ଏବଂ ମିଚେଲ୍ ମାର୍ଶ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।


ଦ୍ୱିତୀୟ ଇନିଂସ୍‌ରେ ଅଷ୍ଟ୍ରେଲିଆ ପକ୍ଷରୁ ଏମ ଲବୁସାଙ୍ଗେ ସର୍ବାଧିକ ୪୩ ରନ୍‌ କରିଥିବା ବେଳେ ଆରୋନ ଫିଞ୍ଚ ୩୧, ଟ୍ରାଭିସ୍‌ ହେଡ୍‌ ୩୬ ରନ୍ କରିଥିଲେ। ପାକିସ୍ତାନ ବୋଲର୍ ମହମ୍ମଦ ଆବ୍ବାସ ୫ଟି ୱିକେଟ୍ ନେଇଥିବା ବେଳେ ୟାସିର ଶାହା ୩ଟି ଓ ମୀର ହାମଜା ଗୋଟିଏ ୱିକେଟ୍‌ ପାଇଛନ୍ତି।



from Odisha Reporter https://ift.tt/2P9r5m5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages