
ପାଣାଜୀ: ଦୀର୍ଘଦିନ ହେଲା ନୂଆଦିଲ୍ଲୀର ଏମ୍ସରେ ଚିକିତ୍ସିତ ହେଉଥିବା ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ହସ୍ପିଟାଲ୍ରେ ହିଁ ମେଣ୍ଟ ସହଯୋଗୀଙ୍କ ସହ ବୈଠକ କରିଛନ୍ତି। ଦୀର୍ଘଦିନରୁ ପାରିକର ହସ୍ପିଟାଲ୍ରେ ଥିବାରୁ ମେଣ୍ଟରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଥିଲା। କାଳେ ସରକାର ଗଠନରେ ସହଯୋଗ କରିଥିବା କୌଣସି ଦଳ ବିଜେପିର ହାତ ଛାଡ଼ି ଦେବ,ସେଭଳି ଆଶଙ୍କାକୁ ଦୃଷ୍ଟିରେ ରଖି ପାରିକର ଏଭଳି ଏକ ଜରୁରୀ ବୈଠକ ଡକାଇଥିବା କୁହାଯାଇଛି।
ବୈଠକରେ ବିଭାଗ ବଣ୍ଟନ ସମ୍ପର୍କରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ତେବେ ପୂର୍ବଭଳି ଗୃହ, ଅର୍ଥ, ଶିକ୍ଷା ଓ ସାଧାରଣ ପ୍ରଶାସନ ବିଭାଗ ନିଜ ପାଖରେ ରଖିବାକୁ ପାରିକର ଇଚ୍ଛା ପ୍ରକାଶ କରିଛନ୍ତି। ସେହିଭଳି କ୍ୟାବିନେଟ୍ ମନ୍ତ୍ରୀମାନଙ୍କୁ ଅତିରିକ୍ତ ବିଭାଗ ଦାୟିତ୍ୱ ଦେବାକୁ ପାରିକର ତାଙ୍କ ମେଣ୍ଟ ସହଯୋଗୀ ଦଳଗୁଡ଼ିକ ସହ ଆଲୋଚନା କରିଛନ୍ତି।
ଦଶହରା ପରେ କ୍ୟାବିନେଟ୍ ମନ୍ତ୍ରୀମାନଙ୍କୁ ଅତିରିକ୍ତ ବିଭାଗର ଦାୟିତ୍ୱ ଦିଆଯିବ ବୋଲି ଜଣାପଡ଼ିଛି। କାରଣ ପାରିକର ପାଖାପାଖି ୨୪ଟି ବିଭାଗର ଦାୟିତ୍ୱ ନିଜେ ତୁଲାଉଥିଲେ। ଏବେ ସେ ଅସୁସ୍ଥ ଥିବାରୁ କ୍ୟାବିନେଟ୍ ମନ୍ତ୍ରୀମାନଙ୍କ ମଧ୍ୟରେ ଅତିରିକ୍ତ ବିଭାଗ ବାଣ୍ଟି ଦିଆଯିବ ବୋଲି ଜଣାପଡ଼ିଛି।
from Odisha Reporter https://ift.tt/2RRSFCW
No comments:
Post a Comment