#MeToo: ବିନୀତାଙ୍କ ନାଁରେ ମାନହାନି କେସ୍ କଲେ ‘ସଂସ୍କାରୀ ବାବୁଜୀ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 13, 2018

#MeToo: ବିନୀତାଙ୍କ ନାଁରେ ମାନହାନି କେସ୍ କଲେ ‘ସଂସ୍କାରୀ ବାବୁଜୀ’

ମୁମ୍ବାଇ: ଫିଲ୍ମ ଓ ଟେଲି ଦୁନିଆର ସଂସ୍କାରୀ ବାବୁଜୀ ଭାବେ ଜଣାଶୁଣା ବରିଷ୍ଠ ଅଭିନେତା ଆଲୋକନାଥ ତାଙ୍କ ବିରୋଧରେ ଆସିଥିବା ଦୁଷ୍କର୍ମ ମାମଲାକୁ ଏକ ମନଗଢ଼ା କାହାଣୀ ବୋଲି କହିବା ସହ ଅଭିଯୋଗକାରୀ ଫିଲ୍ମ ପ୍ରଯୋଜକ ବିନୀତା ନନ୍ଦାଙ୍କ ନାଁରେ ମାନହାନି ମୋକଦ୍ଦମା କରିଛନ୍ତି। ଆଲୋକ ନାଥଙ୍କ ଓକିଲ ଅଶୋକ ସାରୋଗୀ ତାଙ୍କ ପକ୍ଷରୁ ଏଭଳି ମାମଲା ରୁଜୁ କରିଛନ୍ତି।

ଶ୍ରୀ ସାରୋଗୀ କହିଛନ୍ତି, ଅଭିଯୋଗକାରୀ ଯେଉଁ ‘ମି ଟୁ’ ଅଭିଯାନ ଜରିଆରେ ଆଲୋକ ନାଥଙ୍କ ନାଁରେ ଅଭିଯୋଗ କରିଛନ୍ତି, ତାହା ସଂପୂର୍ଣ୍ଣ ଭିତ୍ତିହୀନ। ଏଭଳି ଅଭିଯୋଗ ହେତୁ ଆଲୋକ ନାଥଙ୍କ ମାନସମ୍ମାନରେ କ୍ଷତି ପହଞ୍ଚିଛି। ତେଣୁ ଆମେ ବାଧ୍ୟ ହୋଇ ଆଇନ୍‌ର ଆଶ୍ରୟ ନେଇଛୁ ବୋଲି ସେ କହିଛନ୍ତି।

ପ୍ରଥମେ ଅଭିନେତ୍ରୀ ତନୁଶ୍ରୀ ଦତ୍ତ ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ। ଏହାପରେ ଜଣଙ୍କ ପରେ ଜଣେ ସେଲିବ୍ରିଟି ସେମାନଙ୍କ ସହ ଘଟିଥିବା ଯୌନ ନିର୍ଯାତନା କଥା କହି ଆସୁଛନ୍ତି। ଏହିକ୍ରମରେ ୯୦ ଦଶକର ଲୋକପ୍ରିୟ ଶୋ “ତାରା”ର ପ୍ରଯୋଜକ ବିନୀତା ନନ୍ଦା ତାଙ୍କ ସହ ଆଲୋକ ନାଥ ୨୦ ବର୍ଷ ତଳେ ଦୁଷ୍କର୍ମ କରିଥିବା ସୋଶାଲ୍‌ ମିଡିଆରେ ଅଭିଯୋଗ କରିଥିଲେ। ଆଲୋକ ନାଥ ତାଙ୍କୁ ନିଶାଯୁକ୍ତ ପାନୀୟ ଦେଇ ଦୁଷ୍କର୍ମ କରିଥିବା ସେ କହିଥିଲେ।



from Odisha Reporter https://ift.tt/2Py3sR2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages