‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ ଉନ୍ମୋଚନକୁ ନେଇ ବିଦେଶୀ ଗଣମାଧ୍ୟମରେ ବି ଚର୍ଚ୍ଚା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 30, 2018

‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ ଉନ୍ମୋଚନକୁ ନେଇ ବିଦେଶୀ ଗଣମାଧ୍ୟମରେ ବି ଚର୍ଚ୍ଚା

ଅହମ୍ମଦାବାଦ: ଆଜି ସର୍ଦ୍ଦାର ବଲ୍ଳଭ ଭାଇ ପଟେଲଙ୍କ ଜନ୍ମତିଥି ସମଗ୍ର ଦେଶରେ ଉତ୍ସାହର ସହିତ ପାଳନ ହେଉଛି। ଏହି ମହାନ ଜନନାୟକଙ୍କ ଅବଦାନକୁ ଚିର ସ୍ମରଣୀୟ କରିବା ପାଇଁ ଦେଶ ସାରା ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି ‘ରନ୍‌ ଫର୍‌ ୟୁନିଟି’। ଆଉ ଆଜି ହିଁ ଉଦ୍‌ଘାଟିତ ହେବ ପ୍ରଧାନମନ୍ତ୍ର ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନର ପ୍ରକଳ୍ପ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି, ଯାହାକି ସମଗ୍ର ବିଶ୍ୱରେ ସର୍ବୋଚ୍ଚ ୧୮୨ ମିଟର ଉଚ୍ଚତା ବିଶିଷ୍ଟ।

୨୦୧୩ ମସିହା ଅକ୍ଟୋବର ମାସରେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ମୋଦି ଏହାର ଶିଳାନ୍ୟାସ କରିଥିଲେ, ଯେତେବେଳେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ। ନର୍ମଦା କୂଳରେ ୨୯୮୯ କୋଟି ବ୍ୟୟର ଏହି ପ୍ରକଳ୍ପକୁ ଅଯଥା ଖର୍ଚ୍ଚ ଦର୍ଶାଇ ସ୍ଥାନୀୟ ଆଦିବାସୀ ଏବଂ କୃଷକମାନେ ଆଜିର ଦିନକୁ ‘କଳା ଦିବସ’ ରୂପେ ପାଳନ କରୁଛନ୍ତି। ଶାସନରେ ଥିବା ଭାରତୀୟ ଜନତା ପାର୍ଟି ପକ୍ଷରୁ ଏହାକୁ ’ଭାରତର ବୃଦ୍ଧି ପାଉଥିବା ସମୃଦ୍ଧିର ପ୍ରତୀକ’ ଏବଂ ‘ଲୋକପ୍ରିୟ ଜାତୀୟ ବ୍ୟକ୍ତିତ୍ୱଙ୍କ ଅବଦାନକୁ ସ୍ୱୀକାର କରିବାର ପ୍ରୟାସ’ କୁହାଯାଉଥିଲେ ହେଁ ଏହା ଉଭୟ ପ୍ରଶଂସା ଓ ସମାଲୋଚନା ସାଉଁଟିଛି।

ତେବେ ଏହି ଆଧାରରେ ଆସନ୍ତୁ ଜାଣିବା ଏହାକୁ ନେଇ ବିଦେଶରେ କ’ଣ ରହିଛି ଚର୍ଚ୍ଚା।

ଆମେରିକା- ୱାଶିଂଟନ୍‌ ପୋଷ୍ଟରେ ପ୍ରକାଶିତ ଏକ ରିପୋର୍ଟ ଦର୍ଶାଇଛି ଭାରତର ରାଜନୀତିକ ମୁଖ୍ୟଙ୍କ ଅହଂକୁ ଚରିତାର୍ଥ ପାଇଁ ୬୦୦ ଫୁଟର ଏହି ପ୍ରତିମା ନିର୍ମାଣ କରାଯାଉଛି, ଯାହାକୁ ନେଇ ଭାରତ ସର୍ବୋଚ୍ଚ ପ୍ରତିମା ନିର୍ମାଣର ବୃଥା ଗର୍ବ କରୁଛି। ମୋଦି ଏପରିକି ବୃହତ ପରିମାଣର ଅର୍ଥ ଜୁଆରେ ଲଗାଇଛନ୍ତି ଯାହାକି ତାଙ୍କର ହିନ୍ଦୁ ରାଜନୀତିକ ପୃଷ୍ଠଭୂମି ଏବଂ ତାଙ୍କ ରାଜ୍ୟ ଗୁଜରାଟରେ ସ୍ଥିତି ବଞ୍ଚାଇବା ସହିତ ବିଶ୍ୱରେ ପରିଚିତି ପାଇବା ପାଇଁ ସେ ପ୍ରୟାସ କରୁଛନ୍ତି ବୋଲି ୱାଶିଂଟନ୍ ପୋଷ୍ଟ ଦର୍ଶାଇଛି। ସର୍ବମୋଟରେ କହିବାକୁ ଗଲେ ବିଜେପି ସମସ୍ତଙ୍କ ଅଜାଣତରେ ୨୦୧୯ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିସାରିଛି ବୋଲି ଏହି ପ୍ରମୁଖ ଗଣମାଧ୍ୟମ ସଂସ୍ଥା ଲେଖିଛି। ଏହି ରିପୋର୍ଟ ୱାଶିଂଟନ୍‌ ପୋଷ୍ଟ ବ୍ୟତୀତ କ୍ୟାନାଡ଼ାର ନ୍ୟାସନାଲ ପୋଷ୍ଟ ଏବଂ ପାକିସ୍ତାନର ଦି ଡନ୍‌ରେ ପ୍ରକାଶିତ।

ପାକିସ୍ତାନ- ସେହିଭଳି ପାକିସ୍ତାନରେ ମଧ୍ୟ ଏକ୍ସପ୍ରେସ୍‌ ଟ୍ରିବ୍ୟୁନ୍‌ ଦର୍ଶାଇଛି, ଏହି ପ୍ରତିମା ନିର୍ମାଣ କରି ଜଣେ ଲୋକପ୍ରିୟ ନେତାଙ୍କ ଅବଦାନକୁ ସ୍ୱୀକାର କରି ଏବଂ ପ୍ରଚାର କରି ବିଜେପି ଏକ ଉଦାହରଣ ସୃଷ୍ଟି କରିଛି, କାରଣ ସର୍ଦ୍ଦାର ପଟେଲ ଜଣେ କଂଗ୍ରେସ ସଦସ୍ୟ ଥିଲେ ଯାହାକି ବିଜେପି ବିପକ୍ଷରେ ବିରୋଧୀ ଦଳର ଭୂମିକା ନେଉଛି। ଜିଓ ନ୍ୟୁଜ୍‌ ଦର୍ଶାଇଛି, ଏହା ଜାତୀୟ ସଦ୍ଦିଚ୍ଛାର ଫୁଆରା ସଦୃଶ। ଏହି ଖବର ସରବରାହ ସଂସ୍ଥା ମଧ୍ୟ ୨୦୧୯ ମସିହାର ନିର୍ବାଚନ କଥା ଉଲ୍ଲେଖ କରିଛି।

ଚୀନ୍‌- ସାଉଥ୍‌ ଚାଇନା ପୋଷ୍ଟରେ ଏଏଫ୍‌ପିର ଏକ ରିପୋର୍ଟ ପ୍ରକାଶ କରିଛି, ଯାହା ଦର୍ଶାଇଛି, ଏହା ହିନ୍ଦୁ ଯୋଦ୍ଧା ସମ୍ରାଟ୍ ଛତ୍ରପତି ଶିବାଜୀଙ୍କୁ ମୂର୍ତ୍ତିକୁ ଅତିକ୍ରମ କରିଯାଇଛି। ଏତଦ୍‌ ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରମୁଖ ସ୍ୱପ୍ନର ପ୍ରକଳ୍ପ ସର୍ଦ୍ଦାର ସରୋବର ଡ୍ୟାମ୍‌କୁ ଅଣଦେଖା କରାଯାଇଛି ବୋଲି ଏହି ରିପୋର୍ଟ ଦର୍ଶାଇଛି।

ବ୍ରିଟେନ-ବିବିସି ଏହି ପ୍ରସଙ୍ଗରେ ବୃହତ୍ ଖର୍ଚ୍ଚ ଏବଂ ଏହାକୁ ନେଇ କୃଷକଙ୍କ ପ୍ରତିକ୍ରିୟାକୁ ସ୍ଥାନ ଦେଇଛି। ଏହା ସ୍ଥାନୀୟ କୃଷକଙ୍କ ଉକ୍ତିକୁ ଉଲ୍ଲେଖ କରି ଲେଖିଛି, “ବୃହତ ପ୍ରତିମାରେ ଖର୍ଚ୍ଚ ନକରି ସରକାର ବିଭିନ୍ନ ଜିଲ୍ଲାର କୃଷକମାନଙ୍କ ପାଇଁ ଖର୍ଚ୍ଚ କରିପାରିଥାନ୍ତେ।” ଏଥିରେ ୨୦୧୬ ମସିହାର ଏକ ସରକାରୀ ରିପୋର୍ଟକୁ ଉଲ୍ଲେଖ କରାଯାଇଛି, ଯାହା ଦର୍ଶାଇଛି ନର୍ମଦା ଜିଲ୍ଲାର ଏଧିକାଂଶ ପରିବାର ଭୋକରେ ଜୀବନ ନିର୍ବାହ କରିଥାନ୍ତି। ଏଠାରେ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମୁଛି ଏବଂ ଅପପୁଷ୍ଟିର ମାତ୍ରା ବଢ଼ିବାରେ ଲାଗିଛି।



from Odisha Reporter https://ift.tt/2qlEc5s

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages