ଦଳ ଦଳ ହୋଇ ବୁଲୁଛନ୍ତି, ଆତଙ୍କ ମଚାଉଛନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 25, 2018

ଦଳ ଦଳ ହୋଇ ବୁଲୁଛନ୍ତି, ଆତଙ୍କ ମଚାଉଛନ୍ତି

elephants

ଅନୁଗୋଳ (ବିରଜା ଦାସ): ଅନୁଗୋଳ ଜିଲ୍ଲାରେ ହାତୀ ଆତଙ୍କ ଥମିବାର ନାଁ ନେଉନାହିଁ। ଏକାଧିକ ସ୍ଥାନରେ ହାତୀ ପଲ ଆତଙ୍କ ମଚାଇବା ସହ ବ୍ୟାପକ ଫସଲହାନୀ କରୁଛନ୍ତି। ଏପରିକି ମଣିଷ ଜୀବନ ନେବାକୁ ମଧ୍ୟ ପଛାଉ ନାହାନ୍ତି।

ଏବେ ତାଳଚେର ରେଞ୍ଜରେ ହାତୀ ଉପଦ୍ରବ ଚଳାଇଛନ୍ତି। ଟିଟିପିଏସ୍‌ ଆସ୍ ପଣ୍ଡ ନିକଟରେ ପ୍ରାୟ ୨୨ଟି ହାତୀ ଓ କଙ୍କିଳି ଗାଁ ନିକଟରେ ପ୍ରାୟ ୬ଟି ହାତୀ ଲୋକଙ୍କ ନିଦ ହଜାଇ ଦେଇଛନ୍ତି। ଏନେଇ ସ୍ଥାନୀୟ ଅଞ୍ଚଳର ଲୋକମାନେ ଭୟଭୀତ ଅଛନ୍ତି।

ହାତୀପଲ ଏହି ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ କରୁଥିବା ଲୋକେ ଅଭିଯୋଗ କରିଛନ୍ତି। ହାତୀପଲ ବ୍ରାହ୍ମଣୀ ନଦୀ ପାର ହୋଇ ଆସିଥିବା ଅନୁମାନ କରାଯାଉଛି।

ଟିଟିପିଏସ ଆସ୍ ପଣ୍ଡ ଓ କଙ୍କିଳି ଗାଁ ନିକଟରେ ବନ ବିଭାଗ ଓ ପୁଲିସ୍‌ ଏହି ହାତୀ ପଲଙ୍କୁ ଜଗି ରହିବା ସହ ସେମାନଙ୍କୁ ଘଉଡ଼ାଇବାକୁ ଉଦ୍ୟମ ଚଳାଇଛନ୍ତି।

ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ଢେଙ୍କାନାଳ ପରଜଙ୍ଗ ଅଞ୍ଚଳରେ ହାତୀ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରି ମାରିଦେଇଥିବା ଅଭିଯୋଗ ହୋଇଥିଲା।



from Odisha Reporter https://ift.tt/2D4RvQd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages