ଗଣଦୁଷ୍କର୍ମ ପ୍ରତିବାଦରେ ବିଜେପିର ୧୨ ଘଣ୍ଟିଆ କୋଣାର୍କ ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 25, 2018

ଗଣଦୁଷ୍କର୍ମ ପ୍ରତିବାଦରେ ବିଜେପିର ୧୨ ଘଣ୍ଟିଆ କୋଣାର୍କ ବନ୍ଦ

rttkkoo

କୋଣାର୍କ(ସଞ୍ଜୟ ପତି): ବଙ୍ଗୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ପ୍ରତିବାଦରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ କୋଣାର୍କ ବନ୍ଦ ଡାକାରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଦଳ।

ଫଳରେ କୋଣାର୍କରୁ ବାହାରକୁ ଗାଡ଼ି ଚଳାଚଳ ବନ୍ଦ ରହିଛି। କୋଣାର୍କରୁ ପୁରୀ, କୋଣାର୍କ-ଭୁବନେଶ୍ୱର, କୋଣାର୍କରୁ କାକଟପୁର ରାସ୍ତା ଅବରୋଧ କରିଛନ୍ତି ବିଜେପି କର୍ମୀ।

ବନ୍ଦ ଯୋଗୁ ସହର ମଧ୍ୟକୁ ଗାଡ଼ି ଆସିପାରୁନାହିଁ। ଫଳରେ ଦୂର ଦୂରାନ୍ତରୁ ଆସିଥିବା ପର୍ଯ୍ୟଟକ ନାହିଁ ନ ଥିବା ହଇରାଣ ହେଉଛନ୍ତି।

କୋଣାର୍କରେ ବଙ୍ଗୀୟ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରିଥିବା ମୁଖ୍ୟ ଅଭିଯୁକ୍ତର ଗିରଫ ଦାବିରେ ଦଳ ଏହି ବନ୍ଦ ଡାକରା ଦେଇଛି। ଏହାସହ କୋଣାର୍କ ଭଳି ପର୍ଯ୍ୟଟନ କ୍ଷେତ୍ରରେ ସେକ୍ସ ରାକେଟର ମୂଳୋତ୍ପାଟନ ସହ ଦେହ ବ୍ୟବସାୟ ମୁକ୍ତ ସହର ଗଠନ ଦାବିରେ ବିଜେପି ମହିଳା ମୋର୍ଚ୍ଚା ବନ୍ଦ ପାଳୁଛି।

ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତି ପରିଡ଼ାଙ୍କ ନେତୃତ୍ୱରେ ଦଳୀୟ କର୍ମୀ ପିକେଟିଂ କରି ଦୋକାନ ବଜାର ବନ୍ଦ କରୁଛନ୍ତି।



from Odisha Reporter https://ift.tt/2Rdtjyb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages