କଂଗ୍ରେସର ପ୍ରଶ୍ନ: ସିବିଆଇକୁ ନେଇ ବିଜେଡି ଚୁପ୍ କାହିଁକି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 26, 2018

କଂଗ୍ରେସର ପ୍ରଶ୍ନ: ସିବିଆଇକୁ ନେଇ ବିଜେଡି ଚୁପ୍ କାହିଁକି ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶର ସର୍ବୋଚ୍ଚ ତଦନ୍ତ ଏଜେନ୍ସୀ ସିବିଆଇରେ ସଙ୍କଟ ଦେଖାଦେଇଥିବାବେଳେ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହିଁକି ନିରବତା ଅବଲମ୍ବନ କରିଛନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି। କେନ୍ଦ୍ର ସରକାରଙ୍କ ଦୁର୍ନୀତି ଚପାଇବା ପାଇଁ ସିବିଆଇ ନିର୍ଦ୍ଦେଶକଙ୍କ ରାତିଅଧିଆ ବଦଳିକୁ ବିରୋଧ କରି ରାଜ୍ୟ କଂଗ୍ରେସ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଭୁବନେଶ୍ୱରସ୍ଥିତ ସିବିଆଇ କାର୍ଯ୍ୟାଳୟ ଆଗରେ କଂଗ୍ରେସ ନେତା ଓ କର୍ମୀମାନେ ବିକ୍ଷୋଭ କରାଯାଇଥିଲା।

ତେବେ ଟ୍ୱିଟ୍ ମାଧ୍ୟମରେ ନିରଞ୍ଜନ କହିଛନ୍ତି ଯେ ସିବିଆଇ ଉପରେ ଆକ୍ରମଣ ହେଉଥିବାବେଳେ ଆମର ମୁଖ୍ୟମନ୍ତ୍ରୀ ଓ ବିଜେଡି ଏହି ପ୍ରସଙ୍ଗରେ ନିରବତା ଅବଲମ୍ବନ କରୁଛନ୍ତି। ତାହା ତାଙ୍କୁ ଦୁଃଖ ଦେଉଛି କିନ୍ତୁ ଆଶ୍ଚର୍ଯ୍ୟ କରୁନି। କାରଣ ବିଜେପି ଓ ବିଜେଡି ଭାଇଭାଇ ତଥା ପରସ୍ପରକୁ ସହଯୋଗ କରିଥାନ୍ତି।

ଅପରପକ୍ଷରେ ବିକ୍ଷୋଭ ପ୍ରଦର୍ଶନବେଳେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ସିବିଆଇରେ ଦ୍ୱିତୀୟ ସ୍ଥାନରେ ଥିବା ରାକେଶ ଅସ୍ଥାନା ଓଡ଼ିଶା ଆସି ଚିଟଫଣ୍ଡ ଦୁର୍ନୀତିର ଖୋଳତାଡ଼ କରିଥିଲେ। କିନ୍ତୁ କ’ଣ ହେଲା କେଜାଣି ତା’ପରଠୁ ସିବିଆଇ ତଦନ୍ତ ପୁରା ବନ୍ଦ ହୋଇଗଲା। ରାଜ୍ୟର ଲକ୍ଷ ଲକ୍ଷ ଗରିବ ଲୋକ ନିଜର ଜମା ଅର୍ଥ ପାଇନଥିବାବେଳେ ସିବିଆଇ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ କୌଣସି ଏକ ଡିଲ୍ ହୋଇଗଲା। ଯାହାକୁ ରାଜ୍ୟ ସରକାର ମ୍ୟାନେଜ୍ କରିଥିବା ଭଳି ଲାଗୁଛି।

ରାଫେଲ୍ ଦୁର୍ନୀତିର ତଦନ୍ତକୁ ଚପାଇ ଦେବା ପାଇଁ ସିବିଆଇ ନିର୍ଦ୍ଦେଶକ ଥିବା ଆଲୋକ ବର୍ମାଙ୍କୁ ରାତିଅଧିଆ ବଦଳି କରାଯାଇଛି ବୋଲି ଅଭିଯୋଗ କରି ଦେଶରେ ହିଟଲରୀ ଶାସନ ପାଇଁ କେନ୍ଦ୍ର ସରକାରଙ୍କର ଏହା ଏକ ଚକ୍ରାନ୍ତ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ସିବିଆଇର ସର୍ବୋଚ୍ଚ ଅଧିକାରୀଙ୍କୁ ବିନା ସୂଚନାରେ ରାତି ଅଧିଆ ଛୁଟିରେ ପଠାଇବା ଓ ଅନ୍ୟ କାହାକୁ ନିଯୁକ୍ତି ଦେବା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଏହି ବିକ୍ଷୋଭ ପ୍ରଦର୍ଶନରେ ଦଳର ବହୁ ବରିଷ୍ଠ ନେତାଙ୍କ ସମେତ ଭୁବନେଶ୍ୱର ଜିଲ୍ଲା ସଂଗଠନର ପଦାଧିକାରୀ ଓ କର୍ମୀମାନେ ସାମିଲ ହୋଇଥିଲେ ।



from Odisha Reporter https://ift.tt/2AtNlil

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages