ଭୁବି ଓ ବୁମ୍ରାଙ୍କୁ ଡାକରା ନେଇ ଏମିତି କଟାକ୍ଷ କଲେ ଇଣ୍ଡିଜ୍‌ କୋଚ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 26, 2018

ଭୁବି ଓ ବୁମ୍ରାଙ୍କୁ ଡାକରା ନେଇ ଏମିତି କଟାକ୍ଷ କଲେ ଇଣ୍ଡିଜ୍‌ କୋଚ୍‌

ପୁଣେ: ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷ ଅନ୍ତିମ ୩ ଦିନିକିଆ ମ୍ୟାଚ୍‌ ପାଇଁ ଟିମ୍‌ ଇଣ୍ଡିଆର ଦୁଇ ସ୍ପିଡ୍‌ଷ୍ଟର ଭୁବନେଶ୍ୱର କୁମାର(ଭୁବି) ଓ ଯଶପ୍ରୀତ୍‌ ବୁମ୍ରାଙ୍କୁ ୧୫ ଜଣିଆ ସ୍କ୍ୱାଡରେ ସାମିଲ କରାଯାଇଛି। ଏହାକୁ ନେଇ ଦୀର୍ଘଦିନ ହେଲା ଭୁବି ଓ ବୁମ୍ରାଙ୍କ ବୋଲିଂ ଦେଖିବାକୁ ପାଇ ନଥିବା କ୍ରିକେଟପ୍ରେମୀ ବେଶ ଉତ୍ସାହିତ ହୋଇପଡ଼ିଛନ୍ତି। କାରଣ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦୁଇଟି ଟେଷ୍ଟ ଓ ଦିନିକିଆଇ ସିରିଜ୍‌ର ପ୍ରଥମ ୨ଟି ଦିନିକିଆଇ ମ୍ୟାଚ୍‌ରୁ ବୁମ୍ରା ଓ ଭୁବିଙ୍କୁ ବିଶ୍ରାମ ଦିଆଯାଇଥିଲା।

ତେବେ ବୁମ୍ରା ଓ ଭୁବିଙ୍କ କମ୍‌ବ୍ୟାକ୍‌କୁ ଦେଖି ଇଣ୍ଡିଜ୍‌ କୋଚ୍‌ ଷ୍ଟୁଆର୍ଟ ଲ’ ଟିମ୍‌ ଇଣ୍ଡିଆକୁ କଟାକ୍ଷ କରିଛନ୍ତି। ଆଇସିସି ଆଚରଣ ବିଧି ଉଲ୍ଲଙ୍ଘନ କରିଥିବାରୁ ଭାରତ ବିପକ୍ଷ ପ୍ରଥମ ଦୁଇଟି ଦିନିକିଆରୁ ଲ’ଙ୍କୁ ଡ୍ରେସିଂ ରୁମ୍‌ରୁ ବାହାରେ ରଖାଯାଇଥିଲା। ତେବେ ସେ ଏବେ ପୁଣିଥରେ ଦଳ ସହ ସାମିଲ ହୋଇଛନ୍ତି।

ଦଳରେ ସାମିଲ ହେଉ ହେଉ ଲ’ କହିଛନ୍ତି, ପ୍ରଥମ ଦୁଇଟି ଦିନିକିଆରେ ୱେଷ୍ଟଇଣ୍ଡିଜ୍‌ ବ୍ୟାଟସ୍‌ମ୍ୟାନମାନେ ଟିମ୍‌ ଇଣ୍ଡିଆର ବୋଲରଙ୍କୁ ଜବରଦସ୍ତ ଖେଳିଛନ୍ତି। ସେଥିପାଇଁ ଦଳ ଦୁଇଟି ଯାକ ମ୍ୟାଚ୍‌ରେ ୩୨୦ରୁ ଅଧିକ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଖାସ୍‌ ସେଥିପାଇଁ ଭାରତ ତା’ର ଦୁଇ ପ୍ରମୁଖ ବୋଲର୍‌ଙ୍କୁ ବାଧ୍ୟ ହୋଇ ସ୍କ୍ୱାଡ୍‌ରେ ସାମିଲ କରିଛି। ଆମେ ବାଧ୍ୟକଲୁ ଭାରତକୁ ଏପରି କରିବାକୁ। ଭାରତ ଏବେ ଇଣ୍ଡିଜ୍‌ ବ୍ୟାଟସ୍‌ମ୍ୟାନଙ୍କୁ ଦେଖି ନିଜକୁ ନିଜେ ପ୍ରଶ୍ନ କରୁଥିବାରୁ ଲ’ ଖୁସି ବ୍ୟକ୍ତ କରିଛନ୍ତି।

ପୂର୍ବରୁ ଟିମ୍‌ ଇଣ୍ଡିଆ ଆମକୁ ଏକାଧିକ ପ୍ରଶ୍ନ ଭିତରେ ଛନ୍ଦି ଦେଇଥିଲା। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଟିମ୍‌ ଇଣ୍ଡିଆ ନିଜକୁ ନିଜେ ପ୍ରଶ୍ନ କରିବା ଆରମ୍ଭ କରିଛି। ତେବେ ଏହାର ଉତ୍ତର ଆମେ ନିଶ୍ଚିତ ଦେବୁ ବୋଲି ସେ କହିବାକୁ ପଛାଇ ନାହାନ୍ତି।

ଆସନ୍ତାକାଲି ଉଭୟ ଦେଶ ତୃତୀୟ ଦିନିକିଆ ପାଇଁ ପୁଣେର ମହାରାଷ୍ଟ୍ର କ୍ରିକେଟ୍‌ ଆସୋସିଏସନ୍‌ ଷ୍ଟାଡିୟମ୍‌ରେ ମୁହାଁମୁହିଁ ହେବେ।



from Odisha Reporter https://ift.tt/2Ptj1wq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages