ଗଣେଶ ବାହାଘର ପ୍ରଥମେ ହୋଇଥିଲା କ’ଣ ପାଇଁ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 7, 2018

ଗଣେଶ ବାହାଘର ପ୍ରଥମେ ହୋଇଥିଲା କ’ଣ ପାଇଁ ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଡ଼ ଭାଇ ହୋଇଥିଲେ ବି ଶିବପୁତ୍ର କାର୍ତ୍ତିକେୟଙ୍କ ବିବାହ ପ୍ରଥମେ ହୋଇ ନ ଥିଲା। ସାନଭାଇ ଗଣେଶ ପ୍ରଥମେ ବିବାହ କରିଥିଲେ । ଅସନ୍ତୁ ଜାଣିବା କ’ଣ ପାଇଁ ଏମିତି ହୋଇଥିଲା।

ଏକଦା ଶିବପାର୍ବତୀଙ୍କ ପୁତ୍ର ଭଗବାନ ଗଣେଶ ଏବଂ ତାଙ୍କର ବଡ଼ ଭାଇ କାର୍ତ୍ତିକେୟଙ୍କ ମଧ୍ୟରେ ବିବାହ କରିବା ଲାଗି କଳହ ସୃଷ୍ଟି ହେଲା। ଏହି ସମସ୍ୟାର ସମାଧାନ କରିବା ପାଇଁ ଦୁଇ ଭାଇ ମାତାପିତାଙ୍କ ପାଖରେ ପହଞ୍ଚିଲେ। ଦୁହିଁଙ୍କର ସମସ୍ୟାର ନିବାରଣ ପାଇଁ ଶିବପାର୍ବତୀଙ୍କୁ ଦୁହିଁଙ୍କ ପାଇଁ ଏକ ସର୍ତ୍ତ ରଖିଥିଲେ। ସର୍ତ୍ତ ଅନୁସାରେ, ଦୁହିଁଙ୍କ ମଧ୍ୟରୁ ଯିଏ ପ୍ରଥମେ ପୃଥିବୀର ପରିକ୍ରମା କରି ହିମାଳୟ ପର୍ବତକୁ ଫେରିଆସିବ, ସେ ହିଁ ପ୍ରଥମେ ବିବାହ କରିବ।

ମାତାପିତାଙ୍କ ସର୍ତ୍ତ ଶୁଣିବା ପରେ କାର୍ତ୍ତିକେୟ ନିଜର ବାହନ ମୟୂର ପୃଷ୍ଠରେ ବସି ପୃଥିବୀ ପରିକ୍ରମା କରିବା ପାଇଁ ବାହାରି ପଡ଼ିଲେ। କିନ୍ତୁ ଗଣେଶ ଚିନ୍ତାରେ ପଡ଼ିଲେ। ଗଣେଶଙ୍କ ଚିନ୍ତାର କାରଣ ଥିଲା, ତାଙ୍କର ସ୍ଥୂଳକାୟ ଶରୀର ଏବଂ ତାଙ୍କର ବାହନ ମୂଷା, ଯିଏ କି ଅଧିକ ବେଗରେ ଯାଇ ପୃଥିବୀର ପରିକ୍ରମା କରିପାରିବ ନାହିଁ।
ଗଣେଶଙ୍କ ଶରୀର ସ୍ଥୂଳ ହୋଇଥିଲେ ମଧ୍ୟ ସେ ବୁଦ୍ଧିରେ ଅତ୍ୟନ୍ତ ପ୍ରଖର ଥିଲେ। ସେ ଶିବପାର୍ବତୀଙ୍କ ପୃଥିବୀଠାରୁ ବଡ଼ ବୋଲି ବିବେଚନା କରି ତାଙ୍କର ପରିକ୍ରମା କରିବା ପାଇଁ ଚିନ୍ତା କଲେ ଏବଂ ମାତାପିତାଙ୍କୁ ଗୋଟିଏ ସ୍ଥାନରେ ବସିବାକୁ କହିଥିଲେ ଏବଂ ସାତଥର ତାଙ୍କର ପରିକ୍ରମା କରିଥିଲେ। ଶିବପାର୍ବତୀ ଗଣେଶଙ୍କ ଏହି ବୁଦ୍ଧି ଦେଖି ପ୍ରସନ୍ନ ହୋଇଥିଲେ ଏବଂ ତାଙ୍କର ବିବାହ ପ୍ରଥମେ ହେବ ବୋଲି ଅନୁମତି ଦେଇଥିଲେ।
କାର୍ତ୍ତିକ ପୃଥିବୀ ପରିକ୍ରମା କରି ଫେରି ଆସିବା ପରେ ସମସ୍ତ ବିଷୟ ଶୁଣିଥିଲେ ଏବଂ ଶିବପାର୍ବତୀଙ୍କ ଉପରେ ରୁଷ୍ଚ ହୋଇ ହିମାଳୟ ପର୍ବତ ଛାଡ଼ି କୌଞ୍ଚ୍‌ ପର୍ବତକୁ ଚାଲିଯାଇଥିଲେ।



from Odisha Reporter https://ift.tt/2zWs3cK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages