କମ୍ପ୍ୟୁଟର୍‌ ବ୍ୟବହାର ସହଜ କରିଦିଏ ଏହି ସବୁ ଶର୍ଟକଟ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 7, 2018

କମ୍ପ୍ୟୁଟର୍‌ ବ୍ୟବହାର ସହଜ କରିଦିଏ ଏହି ସବୁ ଶର୍ଟକଟ୍

ଭୁବନେଶ୍ୱର: କମ୍ପ୍ୟୁଟର୍‌ କିମ୍ବା ଲ୍ୟାପ୍‌ଟପ୍‌ ବ୍ୟବହାର କଲାବେଳେ କୌଣସି କାମକୁ ଶୀଘ୍ର ସାରିବା ପାଇଁ ଆମେ ସେଥିରେ ଥିବା ଶର୍ଟକଟ୍ ‘କି’ର ବ୍ୟବହାର କରିଥାଉ। ଯାହାଦ୍ୱାରା ଖୁବ୍‌ ସହଜରେ ଓ କମ୍ ସମୟରେ ଆମେ ଅଧିକ କାମ କରିପାରି ଥାଉ। ତେବେ କଟ୍‌, କପି-ପେଷ୍ଟକୁ ଛାଡ଼ିଦେଲେ କମ୍ପ୍ୟୁଟର୍‌ରେ ଏମିତି ଅନେକ ଦରକାରୀ ଶର୍ଟକଟ୍ ‘କି’ ରହିଛି, ଯାହାକୁ ଜାଣିଲେ ଆପଣଙ୍କ କାମ ଆହୁରି ସହଜ ହୋଇଯିବ।
 
୧.ଶର୍ଟକଟ୍‌ରେ ପେଜ୍ ଅପ୍‌ ଓ ପେଜ୍‌ ଡାଉନ୍: କମ୍ପ୍ୟୁଟର୍‌ରେ ପେଜ୍‌ ସ୍କ୍ରଲ୍‌ କଲାବେଳେ ଆମେ ସାଧାରଣତଃ ଆରୋ ‘କି’ ବ୍ୟବହାର କରିଥାନ୍ତି। କିନ୍ତୁ ଯଦି ଆପଣଙ୍କ ଆରୋ ‘କି’ରେ କୌଣସି ସମସ୍ୟା ଥାଏ, ତେବେ ଆପଣ କେବଳ ସ୍ପେଶ୍‌ ବାର୍‌ ଦବାଇ ପେଜ୍ ଡାଉନ୍‌ ଓ ଶିଫ୍ଟ ସହିତ ସ୍ପେଶ୍‌ ବାର୍‌ ବ୍ୟବହାର କରି ପେଜ୍ ଅପ୍‌ କରିପାରିବେ। 
 
ଏହା ବ୍ୟତୀତ ଆପଣ Home ଏବଂ End ବଟନ୍‌ ବ୍ୟବହାର କରି ମଧ୍ୟ ପେଜ୍‌ ଅପ୍‌ କିମ୍ବା ଡାଉନ୍‌ କରିପାରିବେ। Ctrl ସହିତ Home ବଟନ୍‌ ପ୍ରେସ୍‌ କରି ପେଜ୍‌ ଅପ୍‌ ଓ Ctrl ସହ End ବଟନ୍‌ ବ୍ୟବହାର କରି ପେଜ୍‌ ଡାଉନ୍‌ କରିପାରିବେ।
 
୨.କପି ଓ ପେଷ୍ଟ୍: କମ୍ପ୍ୟୁଟର୍‌ରେ କପି କିମ୍ବା ପେଷ୍ଟ୍‌ କରିବାକୁ ହେଲେ ଆମେ ସାଧାରଣତଃ Ctrl + C  କିମ୍ବା ctrl + V ଶର୍ଟକଟ୍‌ର ବ୍ୟବହାର କରିଥାନ୍ତି। କିନ୍ତୁ ଆପଣ Insert ବଟନ୍‌ ବ୍ୟବହାର କରି କପି ଓ ପେଷ୍ଚ୍‌ କରିପାରିବେ। ଯଦି ଆପଣ Ctrl+ Insert କରି କପି କରିଛନ୍ତି, ତେବେ  Shift+Insert କରି ପେଷ୍ଟ୍‌ କରିପାରିବେ।
 
୩.ଅନ୍‌ଡୁ(Undo) କିମ୍ବା Redo: Ctrl +Z ବ୍ୟବହାର କରି ଆମେ ଅନ୍‌ଡୁ କରନ୍ତି।  ସେହିପରି Ctrl +Y ବ୍ୟବହାର କରି Redo ମଧ୍ୟ କରିପାରିବେ।
 
୪.Ctrl+F ବ୍ୟବହାର: ନିଜ କମ୍ପ୍ୟୁଟର୍‌ରେ ସ୍କ୍ରିନ୍‌ରେ କରେଣ୍ଟ୍ ଟେକ୍ସଟ୍‌ ଖୋଜିବା ପାଇଁ ଆପଣ Ctrl+F ଶର୍ଟକଟ୍‌ର ବ୍ୟବହାର କରପାରିବେ। ଏଥିପାଇଁ ନିଜ ପେଜ୍‌କୁ ଯାଇ Ctrl ସହ F ଦବାନ୍ତୁ ଓ ସେଥିରେ ଯେଉଁ ଅକ୍ଷର ଖୋଜିବାକୁ ଆପଣ ଚାହୁଁଛନ୍ତି ତାହା ଟାଇପ୍‌ କରନ୍ତୁ। ଆପଣ ଟାଇପ୍‌ ଲେଖିଥିବା ୱାର୍ଡ୍ ପାଇଯିବେ। ଯଦି ଏଥିରେ କିଛି ଭୁଲ୍‌ ଥିବା ତେବେ ଆପଣ ତାହାକୁ ଠିକ୍‌ କରିପାରିବେ।
 
୫.Alt+Tab or Ctrl+Tab: ସେହିଭଳି Alt ସହ Tab ପ୍ରେସ୍‌ କରି ଆପଣ କମ୍ପ୍ୟୁଟର୍‌ର ଗୋଟିଏ ପ୍ରୋଗ୍ରାମ୍‌ରୁ ଅନ୍ୟ ପ୍ରୋଗ୍ରାମକୁ ଯାଇ ପାରିବେ। ଉଦାହରଣ- ଯଦି ଆପଣ କମ୍ପ୍ୟୁଟର୍‌ରେ କ୍ରୋମ୍ ଓପନ୍‌ କରି ବ୍ରାଉଜିଂ କରିବା ସହିତ ପୂର୍ବରୁ ଅନ୍ୟ କୌଣସି ଫାଇଲ୍‌ ଓ ଫଟୋଶପ୍‌ ଖୋଲିଛନ୍ତି, ତେବେ ଗୋଟିଏରୁ କାମ ସାରିବା ପରେ Alt ସହ Tab ପ୍ରେସ୍‌ କରି ଅନ୍ୟ ପ୍ରୋଗ୍ରାମ୍‌କୁ ଯାଇପାରିବେ।
 
୬.Ctrl+Tab: ଏହି ଶର୍ଟକଟ୍ ବ୍ୟବହାର କରି ଆପଣ ଗୋଟିଏ ଟ୍ୟାବ୍‌ରୁ ଅନ୍ୟ ଟ୍ୟାବ୍‌କୁ ଯାଇପାରିବେ। ସେହିଭଳି ଲେଖିଲାବେଳେ ଅଧିକ ସ୍ପେଶ୍‌ ଦେବାକୁ ହେଲେ Ctrl ସହ Tab ପ୍ରେସ୍‌ କରି ଆପଣ ଅଧିକ ସ୍ପେଶ୍‌ ଦେଇପାରିବେ।    


from Odisha Reporter https://ift.tt/2NvXjTw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages