
ନୂଆଦିଲ୍ଲୀ:ପାକିସ୍ତାନ ସମେତ ୧୨୪ ରାଷ୍ଟ୍ରର କଣ୍ଠଶିଳ୍ପୀ ମାନେ ଗାଇଲେ ଜାତିର ପିତା ମାହାତ୍ମା ଗାନ୍ଧିଙ୍କ ପ୍ରିୟ ଭଜନ । ଆଜି ବାପୁଙ୍କ ୧୫୦ ତମ ଜୟନ୍ତୀ ଅବସରେ ଏଭଳି କିଛି ନିଆରା କରି ଦେଖାଇଛନ୍ତି ୧୨୪ଟି ଦେଶର କଣ୍ଠଶିଳ୍ପୀ । ଏକ ଭିଡିଓରେ ସମସ୍ତ କଣ୍ଠଶିଳ୍ପୀମାନେ ଗାନ୍ଧିଜୀଙ୍କ ପ୍ରିୟ ଭଜନ ‘ବୈଷ୍ଣବ ଜନ ତୋ ତେନେ କହିଏ’ ଗୀତଟିକୁ ଅତି ସୁମଧର କଣ୍ଠରେ ଗାଉଥିବାର ଦେଖିବାକୁ ମିଳିଛି ।
ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସୋଶାଲ ମିଡିଆ ପେଜରେ ସେୟାର କରିଛନ୍ତି । ଭାରତୀୟ ମୁକ୍ତି ସଂଗ୍ରାମର ମହାନାୟକ ତଥା ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଆଜି ଥିଲା ୧୫୦ତମ ଜନ୍ମଦିନ।
ଏହି ଅବସରରେ ସତ୍ୟ ଓ ଅହିଂସାର ପୂଜାରୀଙ୍କୁ ଦେଶବ୍ୟାପୀ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଛି। ଆଜି ସକାଳେ ଗାନ୍ଧୀଙ୍କ ସମାଧିପୀଠ ରାଜଘାଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ମହାତ୍ମା ଗାନ୍ଧିଙ୍କ ସ୍ମୃତି ପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି, କଂଗ୍ରେସ ସଭାପତି ରାହୁଲ ଗାନ୍ଧି ମଧ୍ୟ ରାଜଘାଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
from Odisha Reporter https://ift.tt/2NeE1Cd
No comments:
Post a Comment