ଫସିଗଲେ ରସିକିଆ ହଷ୍ଟେଲ୍ ମାଲିକ: ମିଳିମିଶି ଜାଲ ବିଛାଇଥିଲେ ଛାତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 2, 2018

ଫସିଗଲେ ରସିକିଆ ହଷ୍ଟେଲ୍ ମାଲିକ: ମିଳିମିଶି ଜାଲ ବିଛାଇଥିଲେ ଛାତ୍ରୀ

ଭୁବନେଶ୍ୱର (ଓଡ଼ିଶାରିପୋର୍ଟର): ଫସିଗଲେ ରସିକିଆ ହଷ୍ଟେଲ ମାଲିକ। କ୍ୟାମେରାରେ କଏଦ୍‌ ହେଲା ହଷ୍ଟେଲ ମାଲିକଙ୍କ ଦୁଷ୍ଟାମି। ଯେଉଁ ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦୈନିକ ଛାତ୍ରୀମାନଙ୍କୁ ଅସଦାଚରଣ କରି ଆସୁଥିବା ସମ୍ପୃକ୍ତ ହଷ୍ଟେଲ ମାଲିକଙ୍କ ହରକତ୍‌ ଏବେ ପଦାକୁ ଆସିଛି।

ଏମିତି ଘଟଣା ଘଟିଛି ବରଗଡ଼ ସହରରେ ଥିବା ଏକ ଲେଡିଜ୍ ହଷ୍ଟେଲରରେ। ମିଳିଥିବା ସୂଚନା ଅନୁଯାୟୀ, ନୂଆ କରି କଲେଜରେ ପଢ଼ୁଥିବା ୩୦ରୁ ଅଧିକ ଛାତ୍ରୀ ଉକ୍ତ ହଷ୍ଟେଲରେ ରହୁଥିଲେ। ଛାତ୍ରୀମାନଙ୍କୁ ଏକାକୀ ଦେଖି ଏହାର ସୁଯୋଗ ଉଠାଉଥିଲେ ସମ୍ପୃକ୍ତ ହଷ୍ଟେଲ ମାଲିକ। କେହି ଏକୁଟିଆ ଥିଲେ ତାଙ୍କୁ ପାଖକୁ ଡାକି ବିଭିନ୍ନ ଆଳରେ ତାଙ୍କ ସହ ଅସଦାଚରଣ କରୁଥିଲେ।

ସେମାନେ ମିଳିମିଶି ଏକ ଉପାୟ ପାଞ୍ଚିଲେ। ଯୋଜନା ଅନୁଯାୟୀ, ହଷ୍ଟେଲର ଷ୍ଟୋର୍‌ ରୁମ୍‌ରେ ଏକ ଗୁପ୍ତ କ୍ୟାମେରା ଖଞ୍ଜି ଦେଇଥିଲେ। ଆଉ ମଲିକ ଜଣକ ପୂର୍ବଭଳି ଜଣେ ଛାତ୍ରୀଙ୍କୁ ଡାକି ତାଙ୍କୁ ଆଲିଙ୍ଗନ କରିବା ସହ ତାଙ୍କ ଶରୀରକୁ ଛୁଉଁଥିବା ଭିଡିଓରେ ନଜରକୁ ଆସିଛି। ଏ ସବୁ ଦୃଶ୍ୟ କ୍ୟାମେରାରେ କଏଦ୍‌ ହୋଇଥିଲା।

କିନ୍ତୁ ଲୋକଲଜ୍ଜାକୁ ଦୃଷ୍ଟିରେ ରଖି ଛାତ୍ରୀମାନେ ମୁହଁ ଖୋଲିପାରୁ ନଥିଲେ। ଫଳରେ ସଂପୃକ୍ତ ହଷ୍ଟେଲ ମାଲିକ ଜଣକ ଏହାର ଫାଇଦା ଉଠାଇ ଚାଲିଥିଲେ। ସମ୍ପୃକ୍ତ ହଷ୍ଟେଲ ମାଲିକଙ୍କ ବୟସ ପ୍ରାୟ ୬୦ ବର୍ଷ ହେବ। ତେବେ ସବୁଦିନ ମାଲିକ ଜଣକ ଏମିତି ହରକତ କରୁଥିବାରୁ ଏଥିରେ ଅତିଷ୍ଠ ହୋଇ ମାଲିକଙ୍କୁ ପାନେ ଦେବେ ବୋଲି ବିଚାର କଲେ।

ଏଥିପାଇଁ ସେମାନେ ମିଳିମିଶି ଏକ ଉପାୟ ପାଞ୍ଚିଲେ। ଯୋଜନା ଅନୁଯାୟୀ, ହଷ୍ଟେଲର ଷ୍ଟୋର୍‌ ରୁମ୍‌ରେ ଏକ ଗୁପ୍ତ କ୍ୟାମେରା ଖଞ୍ଜି ଦେଇଥିଲେ। ଆଉ ମଲିକ ଜଣକ ପୂର୍ବଭଳି ଜଣେ ଛାତ୍ରୀଙ୍କୁ ଡାକି ତାଙ୍କୁ ଆଲିଙ୍ଗନ କରିବା ସହ ତାଙ୍କ ଶରୀରକୁ ଛୁଉଁଥିବା ଭିଡିଓରେ ନଜରକୁ ଆସିଛି। ଏ ସବୁ ଦୃଶ୍ୟ କ୍ୟାମେରାରେ କଏଦ୍‌ ହୋଇଥିଲା।

ଯେଉଁ ଭିଡିଓକୁ ନେଇ ଛାତ୍ରୀମାନେ ଟାଉନ୍‌ ଥାନାରେ ଦେବା ସହ ମାଲିକଙ୍କ ବିରୋଧରେ ଅଭିଯୋଗ କରିଥିଲେ। ପୁଲିସ ଏହି ଭିଡିଓ କ୍ଲିପ୍‌ ଦେଖି ମାମଲାକୁ ଗମ୍ଭୀରତାର ସହ ନେଇଥିଲା। ଆଉ ଅଭିଯୁକ୍ତଙ୍କୁ ପୁଲିସ ଧରିଥିବା ଜଣାପଡ଼ିଛି। ଅଭିଯୁକ୍ତ ଧରା ପଡ଼ିବାର ଆଠ ଦଶଦିନ ପରେ ଏବେ ଭିଡିଓଟି ସୋଶାଲ୍ ମିଡିଆରେ ଭାଇରାଲ ହେବା ଦେଖାଯାଇଛି।



from Odisha Reporter https://ift.tt/2RlCRI2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages