
ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ୱେଷ୍ଟଇଣ୍ଡିଜ୍ ସହିତି ୫ଟିକିଆ ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ରେ ବିଜୟୀ ହେବା ପରେ କ୍ରିକେଟପ୍ରେମୀଙ୍କୁ ଝଟ୍କା ଦେଇଥିଲା ଅଧିନାୟକ ବିରାଟ କୋହଲିଙ୍କ ନିରାଶାବାଣୀ। ଚଳିତବର୍ଷ ଅନେକ ଟୁର୍ଣ୍ଣାମେଣ୍ଟ ମିସ୍ କରିସାରିଥିବା ବିରାଟ ନିଜର ଆହତ ଜନିତ ଅସୁସ୍ଥତାକୁ ଦର୍ଶାଇ କହିଥିଲେ, “ଖେଳକୁ ଉପଭୋଗ କରିବା ପାଇଁ ମୋ ନିକଟରେ ଆଉ ଅଳ୍ପ ବର୍ଷ ବାକି ରହିଛି। ଦେଶପାଇଁ ଖେଳିବା ନିଶ୍ଚୟ ଗୌରବ ଏବଂ ବଡ଼ ସମ୍ମାନର କଥା। ଏହି ଖେଳକୁ ଏତେ ହେୟ ଜ୍ଞାନ କରିହେବ ନାହିଁ। ସେ ଆହୁରି ମଧ୍ୟ କହିଥିଲେ ଯେ, ଖେଳ ପ୍ରତି ସାଧୁତା ପ୍ରଦର୍ଶନ କରିବାକୁ ହେବ, ମୁଁ ତାହା ହିଁ କରିବାର ପ୍ରୟାସ କରୁଛି।”
ପୂର୍ବରୁ ବର୍ଷ ସାରା କ୍ରିକେଟ୍ ଖେଳିବାକୁ ବିରୋଧ କରି ଆସିଥିବା ବିରାଟ ଗତ ଏସିଆ କପ୍ରେ ଖେଳି ନଥିଲେ।
ତେବେ ୨୦୧୮ ମସିହାରେ ବାରମ୍ବାର ଆହତ ହୋଇଥିବା ବିରାଟ ସର୍ବଶ୍ରେଷ୍ଠ ଫର୍ମରେ ଥିବା ସମୟରେ ଏଭଳି ମନ୍ତବ୍ୟ ଦେଇଥିବାରୁ ତାଙ୍କ ପ୍ରଶଂସକମାନେ ଏଥିରେ ବ୍ୟଥିତ ହୋଇଛନ୍ତି। ଏହାର ପ୍ରତିକ୍ରିୟାରେ ବିରାଟଙ୍କ ପିଲାଦିନର କୋଚ୍ ରାଜକୁମାର ଶର୍ମା କହିଛନ୍ତି, ବିରାଟ୍ କୁଆଡ଼େ ଯାଉନାହାନ୍ତି, ତାଙ୍କ ନିକଟରେ ଆହୁରି ୧୦ ବର୍ଷ କ୍ରିକେଟ୍ ବାକି ଅଛି।

ଶ୍ରୀ ଶର୍ମା ଆହୁରି ମଧ୍ୟ କହିଥିଲେ, “ମୁଁ ଭାବୁନି ସେ ଅଳ୍ପ ଦିନରେ ଅବସର ନେଇଯିବେ। ଆପଣମାନେ ନିଶ୍ଚିତ ରୁହନ୍ତୁ। ସେ ଭାରତ ପାଇଁ ଆହୁରି ୧୦ ବର୍ଷ ଖେଳୁଥିବାର ଆପଣମାନେ ଆଗକୁ ଦେଖିବାକୁ ପାଇବେ। ସେ କହିବାକୁ ଚାହୁଁଥିଲେ ଯେ ସେ ଆଉ ୫ରୁ ୭ ବର୍ଷ ଯାଏ ଖେଳିପାରିବେ। କିନ୍ତୁ ତାଙ୍କୁ ସେପରି କିଛି ଆଘାତ ଲାଗିନଥିବାରୁ ସେ ଆହୁରି ୧୦ ବର୍ଷ ଖେଳିବା ନିଶ୍ଚିତ।”
କୋହଲି ଚଳିତବର୍ଷ ଏସିଆ କପ୍ ବ୍ୟତୀତ, ସାଉଥ୍ଆଫ୍ରିକା ଟି୨୦ ସିରିଜ୍ ଏବଂ ନିଦାହାସ୍ ଟ୍ରଫି ମିସ୍ କରିସାରିଛନ୍ତି। ୨୦୧୮ ଆଇପିଏଲ୍ ପରଠାରୁ ତାଙ୍କର ଆହତଜନିତ ସମସ୍ୟା ଆରମ୍ଭ ହୋଇଛି।
from Odisha Reporter https://ift.tt/2Pbp6Of
No comments:
Post a Comment