
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖାଦ୍ୟକୁ ସ୍ୱାଦିଷ୍ଟ କରିବା ପାଇଁ ଲୁଣକୁ ବ୍ୟବହାର କରାଯାଇଥାଏ। ଖାଇବାରେ ଲୁଣ ନ ପଡ଼ିଲେ ଏହା ସ୍ୱାଦହୀନ ଲାଗିଥାଏ। ଏଣୁ ଆମେ ସମସ୍ତେ ସବୁଦିନ କିଛି ପରିମାଣର ଲୁଣ ଅବଶ୍ୟ ଖାଉ। ହେଲେ ଜାଣିଛନ୍ତି ଲୁଣ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭକାରୀ । ହେଲେ ଏହାର ପରିମାଣ ଓ କେମିତି ଖାଇବା କଥା ଜାଣିଥିବା ନିହାତି ଆବଶ୍ୟକ।
ଲୁଣରେ ସୋଡିୟମ୍ କ୍ଲୋରାଇଡ୍ ସହିତ ଜିଙ୍କ୍, କ୍ୟାଲ୍ସିୟମ୍,ଆଇରନ୍ ଓ ପୋଟାସିୟମ୍ ମଧ୍ୟ ରହିଛି। ଯେଉଁ ପୋଷକ ତତ୍ତ୍ୱସବୁ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାନ୍ତି। ଏଥିପାଇଁ ଲୁଣକୁ ଆପଣ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ସମସ୍ୟା ପାଇଁ ବ୍ୟବହାର କରିପାରିବେ। ତେବେ ଆସନ୍ତୁ ଜାଣିବା, ଲୁଣକୁ ବିଭିନ୍ନ ରୋଗ ପାଇଁ କିପରି ବ୍ୟବହାର କରାଯାଇଥାଏ।
ନିଦ ଲାଗିବା ପାଇଁ ସାହାଯ୍ୟ କରେ: ଯଦି ଶୋଇବା ସମୟରେ ଆପଣଙ୍କ ମୁହଁରୁ ଲାଳ ବାହାରୁଛି, ଏହାର ଆର୍ଥ ଆପଣଙ୍କ ଶରୀରରେ ଲୁଣ କମ୍ ରହିଛି। ଶରୀରରେ ଲୁଣ କମ୍ ହେବା ପାଣି କମ୍ ହେବାର ସଙ୍କେତ ଦେଇଥାଏ। ଶରୀରରେ ପାଣିର ସନ୍ତୁଳନ ରକ୍ଷା କରିବା ପାଇଁ salivary gland ଅଧିକ ମାତ୍ରାରେ ଲାଳ ଉତ୍ପାଦନ କରିଥାଏ। ଏହି ସମସ୍ୟାକୁ ଦୂର କରିବା ପାଇଁ ଆପଣ ଶୋଇବା ପୂର୍ବରୁ ଲୁଣ ପଡ଼ିଥିବା ତରଳ ଖାଦ୍ୟ ଖାଆନ୍ତୁ। ଆପଣଙ୍କ ଶରୀରରେ ଲୁଣର ଅଭାବ ରହିବ ନାହିଁ ଏବଂ ନିଦ ମଧ୍ୟ ଭଲ ହେବ।
ପାଟି ଦୁର୍ଗନ୍ଧ ହେଉଥିଲେ: ପାଟି ଦୁର୍ଗନ୍ଧ ହେଉଥିଲେ ଓ ମୁଖ ସୁସ୍ଥତା ପାଇଁ ଡାକ୍ତର ଲୁଣ ପାଣିରେ କୁଳି କରିବା ପାଇଁ ପରାମର୍ଶ ଦେଇଥାନ୍ତି। ଏପରି କରିବା ଦ୍ୱାରା ମାଢ଼ି ଶକ୍ତ ହୋଇଥାଏ ଏବଂ ଦାନ୍ତ ମୂଳରେ ଥିବା ବ୍ୟାକ୍ଟେରିଆ ନଷ୍ଟ ହୋଇଥାନ୍ତି। ଏଥିପାଇଁ ଏକ କପ୍ ଗରମ ପାଣିରେ ଅଧା ଚାମଚ ଲୁଣ ମିଶାଇ କୁଳି କରନ୍ତୁ।
ଖାଦ୍ୟ ହଜମ କରେ: ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ପାଇଁ ଲୁଣର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଖାଦ୍ୟକୁ ହଜମ କରିବା ପାଇଁ ପାକସ୍ଥଳୀରେ ହାଇଡ୍ରୋକ୍ଲୋରିକ୍ ଏସିଡ୍ର ଆବଶ୍ୟକତା ପଡ଼ିଥାଏ ଏବଂ ଲୁଣ ହାଇଡ୍ରୋକ୍ଲୋରିକ୍ ଏସିଡ୍ ଉତ୍ପନ୍ନ କରି ହଜମ କରିବାରେ ସାହାଯ୍ୟ କରିଥାଏ।
ରକ୍ତଚାପ ସନ୍ତୁଳିତ ରଖେ: cardiovascular ସ୍ୱାସ୍ଥ୍ୟକୁ ଠିକ୍ ରଖିବା ପାଇଁ ଆପଣଙ୍କ ଶରୀରରେ ବ୍ଲଡ୍ ପ୍ରେସର୍ ସନ୍ତୁଳନ ହେବା ଜରୁରୀ । ଲୋ ବ୍ଲଡ୍ ପ୍ରେସରକୁ ଠିକ୍ କରିବା ପାଇଁ ଲୁଣ ଖାଇବାକୁ ପାଇଁ ଡାକ୍ତର ପରାମର୍ଶ ଦେଇଥାନ୍ତି। ଏହାଦ୍ୱାର ଧମନୀରେ ରକ୍ତ ସଂଞ୍ଚାଳନ ଅଧିକ ହୋଇଥାଏ।
ତ୍ୱଚାକୁ ସୁସ୍ଥ ରଖେ: ତ୍ୱଚାକୁ ସୁନ୍ଦର କରିବା ପାଇଁ ଲୁଣର ବ୍ୟବହାର କରାଯାଇଥାଏ। ଲୁଣ ବ୍ୟବାହାର କରି ମୁହଁକୁ exfoliate କରାଯାଇଥାଏ। ଏହା ଦ୍ୱାରା ମୁହଁରେ ଥିବା ମୃତ କୋଷ ନଷ୍ଟ ହୋଇଥାନ୍ତି। ମୁହଁରେ ରକ୍ତ ସଂଞ୍ଚାଳନ ହେବା ସହିତ ତ୍ୱଚା ସୁନ୍ଦର ମଧ୍ୟ ହୋଇଥାଏ।
from Odisha Reporter https://ift.tt/2EFNHql
No comments:
Post a Comment