
ମୁନିଗୁଡ଼ା (ନନ୍ଦ କିଶୋର ପଟ୍ଟନାୟକ): ସକାଳୁ ସକାଳୁ ଖଟ ବିକ୍ରି କରିବାକୁ ଯାଉଥିଲେ। ସାଇକେଲ୍ରେ ଖଟର ବାହି ଓ ପୁଆକୁ ବାନ୍ଧି ସେ ଯାଉଥିଲେ। ହେଲେ ବାଟରେ ଅପେକ୍ଷା କରି ରହିଥିଲା ଯମ। ଏକ ତେଲ ଟ୍ୟାଙ୍କର ତାଙ୍କୁ ଧକ୍କା ଦେଇ ସାଇକେଲ୍ ସହିତ କିଛି ବାଟ ଘୋଷାଡ଼ି ନେଇଥିଲା। ତା’ପରେ ଟ୍ୟାଙ୍କରଟି ବି ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।
ଏ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ବୁର୍ଜୀଗୁଡ଼ା ନିକଟରେ। ମୃତ ବ୍ୟକ୍ତିଙ୍କ ନାଁ ଯୁଧିଷ୍ଠିର କୁସୁଲିଆ। ତାଙ୍କ ଘର ଅମ୍ୱାଦଳା ଥାନା ଅନ୍ତର୍ଗତ ଖମ୍ୱାରୀଗୁଡ଼ା ଗାଁରେ।
ରାସ୍ତାକଡ଼କୁ ଟ୍ୟାଙ୍କରଟି ଓଲଟି ପଡ଼ିଥିବା ବେଳେ ଏହାର ସମ୍ମୁଖ ଭାଗରେ ସାଇକେଲ୍ଟି ଭାଙ୍ଗି ଝୁଲି ରହିଛି। ସାଇକେଲ୍ ସହିତ ଖଟର ଦୁଇଟି ବାହିବି ଝୁଲି ରହିଛି।
ଦୁର୍ଘଟଣା ପରେ ଯୁଧିଷ୍ଠିରଙ୍କ ପରିବାର ଲୋକେ ଓ ବୁର୍ଜୀଗୁଡ଼ା ଗ୍ରାମବାସୀ ରାସ୍ତାରୋକ କରିଛନ୍ତି। ମୁନିଗୁଡ଼ା ପୁଲିସ୍ ଓ ତହସିଲଦାର ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି।
ଟ୍ୟାଙ୍କର ଡ୍ରାଇଭରଙ୍କୁ ଗିରଫ କରିବା ସହିତ ଯୁଧିଷ୍ଠିରଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦେବାକୁ ଲୋକେ ଦାବି କରିଛି।
ଦୁର୍ଘଟଣା ଘଟାଇବା ପରେ ଟ୍ୟାଙ୍କର ଡ୍ରାଇଭର ଫେରାର ହୋଇଯାଇଛନ୍ତି।
from Odisha Reporter https://ift.tt/2EUitvz
No comments:
Post a Comment