ଦୀପାବଳି ପୂର୍ବରୁ ମହଙ୍ଗା ମାଡ଼, ପୁଣି ବଢ଼ିଲା ଏଲ୍‌ପିଜି ଦର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 31, 2018

ଦୀପାବଳି ପୂର୍ବରୁ ମହଙ୍ଗା ମାଡ଼, ପୁଣି ବଢ଼ିଲା ଏଲ୍‌ପିଜି ଦର

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ମହଙ୍ଗା ହେଲା ଲିକ୍ୱିଡ୍ ପେଟ୍ରୋଲିୟମ୍‌ ଗ୍ୟାସ୍‌ (ଏଲ୍‌ପିଜି) ସିଲିଣ୍ଡର । ବୁଧବାର ମଧ୍ୟରାତ୍ରିରୁ ସବ୍‌ସିଡି ଓ ଅଣ ସବ୍‌ସିଡି ଏଲପିଜି ଦର ବୃଦ୍ଧି ପାଇଛି। ଜୁନ୍‌ ମାସ ପରଠାରୁ ଏଲ୍‌ପିଜିରେ ଏଭଳି ଲଗାତାର ୬ଥର ଦରବୃଦ୍ଧି ହେଲାଣି। ସବ୍‌ସିଡି ଯୁକ୍ତ ଗ୍ୟାସ ସିଲିଣ୍ଡର ପିଛା ୨ଟଙ୍କା ୯୪ ପଇସା ବୃଦ୍ଧି ପାଇଥିବା ବେଳେ ଅଣ ସବସିଡି ସିଲିଣ୍ଡର ଦର ୬୦ ଟଙ୍କା ବୃଦ୍ଧି ପାଇଛି।

ଏହି ବର୍ଦ୍ଧିତ ଦର ଯୋଗୁ ଏବେ ଗ୍ରାହକମାନଙ୍କୁ ସବ୍‌ସିଡିଯୁକ୍ତ ଗ୍ୟାସ୍‌ ପାଇଁ ସିଲିଣ୍ଡର ପିଛା ୫୦୫ ଟଙ୍କା ୩୪ ପଇସା ଦେବାକୁ ପଡ଼ିବ। ପୂର୍ବରୁ ୫୦୨ ଟଙ୍କା ୪୦ ପଇସା ଦେବାକୁ ପଡ଼ୁଥିଲା। ସେହିପରି ଅଣସବ୍‌ସିଡି ଗ୍ୟାସ୍‌ ସିଲିଣ୍ଡର ପାଇଁ ୮୮୦ ଟଙ୍କା ଦେବାକୁ ପଡ଼ିବ।

ଇଣ୍ଡିଆନ୍‌ ଅଏଲ୍ କର୍ପୋରେସନ୍‌ ପକ୍ଷରୁ ଜାରି ଏକ ବିବୃତ୍ତିରେ ଏହି ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଟିକସ ପ୍ରଭାବରେ ଏଲ୍‌ପିଜିର ମୂଳ ଦର ବଢ଼ିଥିବାରୁ ଏପରି ଦରବୃଦ୍ଧି ହୋଇଛି। ଜୁନ୍‌ ମାସ ପରଠାରୁ ସବ୍‌ସିଡିଯୁକ୍ତ ଏଲ୍‌ପିଜିରେ ୧୪.୧୩ଟଙ୍କାର ଦରବୃଦ୍ଧି ହୋଇସାରିଲାଣି।

ଅନ୍ୟପଟେ ତୈଳକମ୍ପାନୀ ଗୁଡ଼ିକ ଆଜି ପେଟ୍ରୋଲ ଦର ହ୍ରାସ କରିଛନ୍ତି। ଦିଲ୍ଲୀରେ ଆଜି ପେଟ୍ରୋଲ ଦର ୧୮ ପଇସା ହ୍ରାସ ପାଇ ୭୯ ଟଙ୍କା ୩୭ ପଇସା ହୋଇଛି। ହେଲେ ଡିଜେଲ ଦର ହ୍ରାସ ହୋଇନାହିଁ। ଏବେ ଡିଜେଲ ଲିଟର ପିଛା ୭୩ ଟଙ୍କା ୭୮ ପଇସା ରହିଛି।



from Odisha Reporter https://ift.tt/2Q77Re1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages