
ଆଠଗଡ଼(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ଖୁଣ୍ଟୁଣୀ ବନାଞ୍ଚଳ ଅନ୍ତର୍ଗତ ବଉଳ-ସାରକୋଳି ରାସ୍ତାରେ ହାତୀ ପଲ ଉପଦ୍ରବ କରୁଛନ୍ତି। ସୁବାଷି ରିଜର୍ଭ ଫରେଷ୍ଟରୁ ଏହି ହାତୀପଲ ବାହାରି ଆଖପାଖ ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ହାତୀ ପଲରେ ୨୦ରୁ ଊର୍ଦ୍ଧ୍ୱ ହାତୀ ଥିବା ଜଣାପଡ଼ିଛି।
ରାସ୍ତା ଉପରେ ହାତୀପଲ ଯାତାୟତ କରିବା ଯୋଗୁ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବନ ବିଭାଗ କର୍ମଚାରୀ ଠିକ୍ ସମୟରେ ପହଞ୍ଚି ହାତୀ ଘୋଡ଼ାଉ ନ ଥିବାରୁ ସାଧାରଣ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।
from Odisha Reporter https://ift.tt/2Aa9u56
No comments:
Post a Comment