ରାଗିଗଲେ, କାର୍ଯ୍ୟକ୍ରମ ଅଧାରୁ ଉଠି ଚାଲିଗଲେ ଅରୁଣା… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 1, 2018

ରାଗିଗଲେ, କାର୍ଯ୍ୟକ୍ରମ ଅଧାରୁ ଉଠି ଚାଲିଗଲେ ଅରୁଣା…

ମୁମ୍ବାଇ: ବଲିଉଡ୍‌ର ବରିଷ୍ଠ ଅଭିନେତ୍ରୀ ଅରୁଣା ଇରାନୀ ଏବେ ଫିଲ୍ମ ବ୍ୟତୀତ ଟେଲି ଧାରବାହିକରେ ବେଶ୍‌ ସକ୍ରିୟ।  ତାଙ୍କୁ ଶେଷଥର ପାଇଁ ‘ପୋରସ’ରେ ଦେଖିବାକୁ ମିଳିଥିଲା। ଏବେ ପୁଣି ତାଙ୍କୁ କଲର୍ସ ଚ୍ୟାନେଲ୍‌ରେ ପ୍ରସାରିତ ହେଉଥିବା ନୂଆ ଧାରାବାହିକ ‘ଦାସ୍ତାନ୍‌-ଏ- ମହୋବତ୍‌- ସଲ୍ଲିମ୍‌ ଅନାରକଲି’ରେ ଦେଖିବାକୁ ମିଳିବ। ସେଥିରେ ସେ ହମିଦାବାନୋ ବେଗମ୍‌ ଚରିତ୍ରରେ ଅଭିନୟ କରୁଛନ୍ତି। କିନ୍ତୁ ନିକଟରେ ଶୋ’ ସହ ଜଡ଼ିତ ଏମିତି ଏକ ଘଟଣା ଘଟିଛି ଯାହା ଅରୁଣାଙ୍କୁ ଖୁବ୍‌ ଖରାପ୍‌ ଲାଗିଛି।

କଥା ହେଉଛି ନିକଟରେ ଏହି ଧାରାବାହିକର କ୍ୟୁ ମେମ୍ବରଙ୍କୁ ନେଇ ଏକ ଲଞ୍ଚ ପାର୍ଟିର ଆୟୋଜନ କରାଯାଇଥିଲା।  ସେଠାରେ ଶୋ’ର ପ୍ରମୁଖ କଳାକାରମାନେ ଉପସ୍ଥିତ ଥିଲେ। ଅରୁଣା ଇରାନୀ ବି ଏଥିରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ହୋଷ୍ଟ ସେଠାରେ ଥିବା ସମସ୍ତ କଳାକାରଙ୍କ ପରିଚୟ ଦେଇଥିଲେ। କିନ୍ତୁ ଅରୁଣାଙ୍କ ବିଷୟରେ କିଛି କହି ନ ଥିଲେ। ଏ କଥା ତାଙ୍କୁ ଭଲ ଲାଗିଲା ନାହିଁ। ସେଥିପାଇଁ ପ୍ରେସ୍‌ କନ୍‌ପ୍ରେନ୍ସ ସମ୍ପୁର୍ଣ୍ଣ ଶେଷ ହେବା ପୂର୍ବରୁ ସେ  ସେଠାରୁ ଉଠି ଚାଲିଯାଇଥିଲେ।

ସୂଚନା ମୁତାବକ ଅରୁଣା କଷ୍ଟ୍ୟୁମ୍‌ରେ ବି ଥିଲେ। ସେହି ପାର୍ଟିରେ ମିଡିଆ ସହ କଥା ହେବାକୁ ସେ ଖୁବ୍‌ ଉତ୍ସାହିତ ଥିଲେ। କିନ୍ତୁ ତାଙ୍କର କୌଣସି ପରିଚୟ କରାଯାଇ ନ ଥିବାରୁ ତାଙ୍କୁ ଖରାପ ଲାଗିଥିଲା। ସେଠାରେ ଶୋ’ର କେବଳ କିଛି ପ୍ରମୁଖ କଳାକାରଙ୍କ ପରିଚୟ ଦିଆଯାଇଥିଲା।  ଯେଉଁଥିରେ ବାଦ୍‌ସାହ ଅକବର ଓ ତାଙ୍କ ପତ୍ନୀ ସଲୀମ୍‌ ଓ ଅନାରକଲୀଙ୍କ ନାଁ ଥିଲା।



from Odisha Reporter https://ift.tt/2P5c55z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages