ହେଡ୍‌ ସାର୍ ଚାଉଳ ବିକିବାକୁ ନେଉଥିଲେ, ଧରା ପଡ଼ିଲେ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 31, 2018

ହେଡ୍‌ ସାର୍ ଚାଉଳ ବିକିବାକୁ ନେଉଥିଲେ, ଧରା ପଡ଼ିଲେ!

vasta

ଜଳେଶ୍ୱର (ଓଡ଼ିଶା ରିପୋର୍ଟର): ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ପାଇଁ ସ୍କୁଲ୍‌କୁ ଆସୁଥିବା ଚାଉଳକୁ ଜଣେ ପ୍ରଧାନଶିକ୍ଷକ ବିକ୍ରି କରୁଥିବା ନେଇ ଅଭିଯୋଗ ଆସିଛି। ଆଜି ସେ ଚାଉଳ ବିକ୍ରି କରିବାକୁ ନେଉଥିବା ବେଳେ ଧରାପଡ଼ିଥିବା ଲୋକେ କହିଛନ୍ତି। ଘଟଣାର ତଦନ୍ତ କରାଯିବ ବୋଲି ସିଆର୍‌ସିସି କହିଛନ୍ତି।

ଏ ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ପଥରପୁରା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାଗୀରଥି ପାତ୍ରଙ୍କ ବିରୋଧରେ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ମଧ୍ୟାହ୍ନ ଭୋଜନ ପାଇଁ ଉଦ୍ଦିଷ୍ଟ ୩ ବସ୍ତା ଚାଉଳ ପ୍ରଧାନଶିକ୍ଷକ ଏକ ରିକ୍ସାରେ ଲଦି ବିକ୍ରି କରିବାକୁ ନେଉ ଥିଲେ। କିଛି ଗ୍ରାମବାସୀ ଏହା ଦେଖି ସନ୍ଦେହ କଲେ। ତେଣୁ ସେମାନେ ପ୍ରଧାନଶିକ୍ଷକଙ୍କୁ ଅଟକାଇ ପଚରାଉଚରା କରିଥିଲେ। ଏହା ପରେ ସ୍କୁଲ୍ ପରିସରରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା।

ଲୋକଙ୍କ ଅଭିଯୋଗକୁ ପ୍ରଧାନଶିକ୍ଷକ ଖଣ୍ଡନ କରିଛନ୍ତି। ଅନ୍ୟପକ୍ଷରେ ରିକ୍ସା ଚାଳକ କହିଛନ୍ତି ଯେ ଚାଉଳ ବସ୍ତାଗୁଡ଼ିକୁ ବିକ୍ରି କରିବା ସେ ଦୋକାନକୁ ନେଉଥିଲେ।

ସିଆରସିସି ପ୍ରଦୀପ କୁମାର ଜେନା କହିଛନ୍ତି,“ମତେ ବିଇଓ ଫୋନ୍‌ କରି ଏହି ଘଟଣା ସମ୍ପର୍କରେ କହିଥିଲେ ଓ ସ୍କୁଲକୁ ଯିବାକୁ କହିଥିଲେ। ପ୍ରଧାନଶିକ୍ଷକ ଚାଉଳ ବିକ୍ରି କରିବାକୁ ନେଉଥିଲେ ବୋଲି ଗ୍ରାମବାସୀ ମତେ କହିଥିଲେ। ଘଟଣାର ତଦନ୍ତ କରାଯିବ, ତା’ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।”



from Odisha Reporter https://ift.tt/2qipVGC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages