ଆସିଲା ‘କେଦାରନାଥ୍‌’ର ଟିଜର, ଦେଖନ୍ତୁ କିଛି ଚମତ୍କାର ଦୃଶ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 31, 2018

ଆସିଲା ‘କେଦାରନାଥ୍‌’ର ଟିଜର, ଦେଖନ୍ତୁ କିଛି ଚମତ୍କାର ଦୃଶ୍ୟ

default

ମୁମ୍ବାଇ: ଅଭିଷେକ କପୁରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କେଦାରନାଥ’ର ଟିଜର ରିଲିଜ୍‌ ହୋଇଯାଇଛି। ପ୍ରାକୃତିକ ବିପତ୍ତି ସହ ଜଡ଼ିତ ଥିବା ଏକ ପ୍ରେମ କାହାଣୀକୁ ନେଇ ତିଆରି ହୋଇଛି ଏହି ଫିଲ୍ମ। ସିନେମାଟିର ଟିଜର୍‌ ଖୁବ୍‌ ଜବରଦସ୍ତ ହୋଇଛି। ଏଥିରେ ସାରା ଅଲ୍ଲୀ ଖାନ୍‌ ଓ ସୁଶାନ୍ତ ସିଂହଙ୍କ କେମେଷ୍ଟ୍ରି ଦେଖିବାକୁ ମିଳିଛି। ଏହି ଫିଲ୍ମ ଜରିଆରେ ସାରା ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି।

ଫିଲ୍ମର ସମସ୍ତ କାମ ସରିଯାଇଛି। କିନ୍ତୁ କିଛି ବିବାଦ ପାଇଁ ଏହାର ରିଲିଜ୍‌କୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲେ ମଧ୍ୟ ସମାଧାନ ହୋଇଯାଇଥିବା ଚର୍ଚ୍ଚା ହେଉଛି। ଏସବୁ ଭିତରେ ସାରାଙ୍କ ଆଉ ଏକ ଫିଲ୍ମ ‘‘ସିମ୍ବା’’  ରିଲିଜ୍‌ ହେବା ନେଇ କଥା ଉଠିଥିଲା। ହେଲେ ସେ ସମ୍ପର୍କରେ କୌଣସି ପକା ଖବର ଆସି ନାହିଁ। ତେଣୁ ‘କେଦାରନାଥ୍‌’ ସାରାଙ୍କର ଡେବ୍ୟୁ ଫିଲ୍ମ ବୋଲି କହିହେବ।

ଫିଲ୍ମର  କାହାଣୀ:

ଫିଲ୍ମର କାହାଣୀ କେଦାରନାଥ ମନ୍ଦିରକୁ ଦର୍ଶନ କରିବାକୁ ଯାଉଥିବା ଶ୍ରଦ୍ଧାଳୁଙ୍କ ଯାତ୍ରା ଉପରେ ଆଧାରିତ। କିଛି ବର୍ଷ ପୂର୍ବେ କେଦାରନାଥରେ ପ୍ରବଳ ବର୍ଷା ଓ ଭୂଷ୍ଖଳନ ଯୋଗୁ ଅନେକ ଧନ ଜୀବନ ନଷ୍ଟ ହୋଇଥିଲା। ସେଠାକୁ ଦର୍ଶନ କରିବାକୁ ଯାଇଥିବା ଭକ୍ତମାନଙ୍କର  ମଧ୍ୟ ମୃତ୍ୟୁ ହୋଇଥିଲା। ପ୍ରାକୃତିକ ବିପର୍ଯ୍ୟୟର ଏହି ଭୟଙ୍କର ଘଟଣା ସହ ଏକ ସୁନ୍ଦର ପ୍ରେମ କାହାଣୀକୁ  ନେଇ ସିନେମାର କାହାଣୀ ତିଆରି ହୋଇଛି। ଟିଜରରେ ଭୂସ୍ଖଳନର ଚମତ୍କାର ଦୃଶ୍ୟ ମଧ୍ୟ ରହିଛି।

 



from Odisha Reporter https://ift.tt/2PA0K0A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages