ଖୁବ୍‌ ଶୀଘ୍ର ବଜାରକୁ ଆସିବ ନୋକିଆର ନୂଆ ସ୍ମାର୍ଟଫୋନ୍‌  ୭.୧ ପ୍ଲସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 5, 2018

ଖୁବ୍‌ ଶୀଘ୍ର ବଜାରକୁ ଆସିବ ନୋକିଆର ନୂଆ ସ୍ମାର୍ଟଫୋନ୍‌  ୭.୧ ପ୍ଲସ୍‌

ନୂଆଦିଲ୍ଲୀ:  ଗତ ସପ୍ତାହରେ ନୋକିଆ କମ୍ପାନୀ ସ୍ମାର୍ଟଫୋନ୍‌ ୫.୧ ପ୍ଲସ୍‌ ବଜାର ପ୍ରବେଶ କରିଛି। ଏହାପରେ କମ୍ପାନୀ ଲାଟେଷ୍ଟ୍‌ ସ୍ମାର୍ଟଫୋନ୍‌ ନୋକିଆ ୭.୧ ପ୍ଲସ୍‌ ସ୍ମାର୍ଟଫୋନ୍‌ ଲଞ୍ଚ୍‌ କରିବାକୁ ଯାଉଛି।

ଏହି ଫୋନ୍‌ରେ ରହିଛି notch display। ଏହା ବ୍ୟତୀତ ଏଥିରେ ୟୁଏସ୍‌ବି ଟାଇପ୍‌ର ସିପୋର୍ଟ ମଧ୍ୟ ରହିଛି। ଏହି ସ୍ମାର୍ଟଫୋନ୍‌ର ଲଞ୍ଚ୍‌ ସମୟରେ କମ୍ପାନୀ କହିଛି, ଏଥିରେ ଆଣ୍ଡ୍ରୋଏଡ୍‌ ‘ପାଇ’ର ଅପ୍‌ଡେଟ୍‌ ଭର୍ସନ୍‌ ମିଳିବ।

ନୋକିଆ ୭.୧ ପ୍ଲସ୍‌ ଆଣ୍ଡ୍ରୋଏଡ୍‌ ଏଣ୍ଟର୍‌ପ୍ରାଇଜର୍ସ ରେକମେଣ୍ଡେଡ୍‌ ରେଞ୍ଜ୍‌ର ଏକ ଅଂଶବିଶେଷ। ଏହାର ଅର୍ଥ ଆଣ୍ଡ୍ରୋଏଡ୍‌ ସିକ୍ୟୁରିଟି ଅପ୍‌ଡେଟ୍‌ ରିଲିଜ୍‌ ହେବାର ୯୦ ଦିନ ମଧ୍ୟରେ ଏହାର ଅପଡେଟ୍‌ ଆପଣ ଫୋନ୍‌ରେ ପାଇବାର ଗ୍ୟାରେଣ୍ଟି କମ୍ପାନୀ ଦେଉଛି।
ଫୋନ୍‌ରେ ଥିବା ଫିଚର୍‌:

ଏଥିରେ ୬.୧୮ ଇଞ୍ଚ୍‌ର ଫୁଲ୍‌ ଏଚ୍‌ଡି  notch display ରହିଛି। ଏହାର ଆସ୍ପେକ୍ଟ ରେଶିଓ ୧୯:୯ ରହିଛି। ଯାହାର ଡିସ୍‌ପ୍ଲେ ଆପେଲ୍‌ ଆଇଫୋନ୍‌ X ପରି ଦେଖିବାକୁ।

କମ୍ପାନୀ ଫୋନ୍‌ର ଦୁଇଟି ଭାରିଏଣ୍ଟ୍‌ ଲଞ୍ଚ କରିଛି। ଗୋଟିଏରେ ୩ଜିବି ରାମ୍‌ ସହିତ ୩୨ ଜିବି ଇଣ୍ଟର୍‌ନାଲ୍‌ ମେମୋରୀ ରହିଥିବା ବେଳେ ଅନ୍ୟଟିରେ ୪ଜିବି ରାମ୍‌ ସହିତ ୬୪ ଜିବି ଇଣ୍ଟର୍‌ନାଲ୍‌ ମେମୋରୀ ରହିଛି।

ଏହି ଦୁଇଟି ଭାରିଏଣ୍ଟ୍‌ର ଇଣ୍ଟର୍‌ନାଲ୍‌ ମେମୋରିକୁ ମାଇକ୍ରୋ ଏସ୍‌ଡି କାର୍ଡ ଦ୍ୱାରା ୪୦୦ ଜିବି ପର୍ଯ୍ୟନ୍ତ ବଢ଼ା ଯାଇପାରିବ। ଏଥିରେ Octa core ପ୍ରୋସେସର୍‌ ରହିଛି।

ଫୋନ୍‌ରେ ପାୱାରା ବ୍ୟାକଅପ୍‌ ପାଇଁ ରହିଛି 3400 mAhର ବ୍ୟାଟେରୀ।

ଫଟୋଗ୍ରାଫି ପାଇଁ ଫୋନ୍‌ର ବ୍ୟାକ୍‌ କ୍ୟାମେରା ୧୨ ମେଗା ପିକ୍ସେଲ୍‌ ଏବଂ ଫ୍ରଣ୍ଟ୍‌ କ୍ୟାମେରା ୫ ମେଗା ପିକ୍ସେଲ୍‌ ରହିଛି।

ଏଥିରେ ୟୁଜର୍‌ ଏକା ସଙ୍ଗରେ ଦୁଇଟି ସିମ୍‌କାର୍ଡ ବ୍ୟବହାର କରିପାରିବେ।

ବର୍ତ୍ତମାନ ଏହି ଫୋନ୍‌କୁ ଲଣ୍ଡନ୍‌ରେ ଲଞ୍ଚ୍‌ କରାଯାଇଛି। କମ୍ପାନୀ ଏହି ଫୋନ୍‌କୁ ୧୧ ଅକ୍ଟୋବର୍‌ରେ ଭାରତରେ ଲଞ୍ଚ୍‌ କରିବାର ଯୋଜନା କରିଛି।



from Odisha Reporter https://ift.tt/2yskwAP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages