ବୁଲି ବାହାରିଥିଲେ, ମଝି ଆକାଶରେ ଚାଲିଗଲା ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 5, 2018

ବୁଲି ବାହାରିଥିଲେ, ମଝି ଆକାଶରେ ଚାଲିଗଲା ଜୀବନ

ବାରଣାସୀ: ବ୍ୟାଙ୍କକ୍‌ରୁ ନୂଆଦିଲ୍ଲୀ ଆସୁଥିବା ବିମାନରେ ଜଣେ ଯାତ୍ରୀ ମଝି ଆକାଶରେ ହିଁ ହୃଦଘାତର ଶିକାର ହୋଇଛନ୍ତି। ବିମାନ କର୍ତ୍ତୃପକ୍ଷ ତାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ ହେଁ ବ୍ୟକ୍ତି ଜଣଙ୍କର ବିମାନ ଭିତରେ ହିଁ ମୃତ୍ୟୁ ଘଟିଥିଲା। ଫଳରେ ବିମାନଟିକୁ ବାରଣାସୀରେ ଜରୁରୀ ଅବତରଣ କରାଯାଇଥିଲା। ମୃତ ବ୍ୟକ୍ତି ଜଣଙ୍କ ଥାଇଲ୍ୟାଣ୍ଡର ବୋଲି ଜଣାପଡ଼ିଛି।

ସ୍ପାଇସ୍‌ଜେଟ୍‌ର ଏକ ବିମାନ ୧୮୯ ଜଣ ଯାତ୍ରୀଙ୍କୁ ନେଇ ବ୍ୟାଙ୍କକ୍‌ରୁ ସକାଳ ୭.୪୦ରେ ଉଡ଼ାଣ ଆରମ୍ଭ କରିଥିଲା। ଏଥିରେ ୨୨ ଜଣ ଥାଇ ପର୍ଯ୍ୟଟକ ରହିଥିଲେ। ତେବେ ଏମାନଙ୍କ ମଧ୍ୟରେ ଥିବା ୫୩ ବର୍ଷୀୟ ପର୍ଯ୍ୟଟକ ଅଟାବୋଟ୍‌ ଥୁନ୍‌ଗୋସରନ୍‌ ହଠାତ୍‌ ମଝି ଆକାଶରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇବାକୁ ବିମାନଟିର ଜରୁରୀ ଅବତରଣ ପାଇଁ ପାଇଲଟ୍‌ ଦୀର୍ଘ ସମୟଧରି ଚେଷ୍ଟା କରିବା ପରେ ଶେଷରେ ବାରଣାସୀରେ ଥିବା ଲାଲ ବାହାଦୂର ଶାସ୍ତ୍ରୀ ଅନ୍ତର୍ଜାତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ଏଥିପାଇଁ ଅନୁମତି ଦେଇଥିଲେ।
ବିମାନଟି ଅବତରଣ କରିବା ପରେ ଅଟାବୋଟ୍‌ଙ୍କୁ ସ୍ଥାନୀୟ ହସ୍ପିଟାଲ୍‌କୁ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅଟାବୋଟ୍‌ଙ୍କ ସହ ତାଙ୍କ ପତ୍ନୀ, ଭଉଣୀ ଓ ଅନ୍ୟ ୭ ଜଣ ସଦସ୍ୟ ଥିଲେ।



from Odisha Reporter https://ift.tt/2IDDj0w

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages