ହ୍ୱାଟ୍ସଆପ୍‌ରୁ ଆରମ୍ଭ ଫେସ୍‌ବୁକ୍‌ରେ ଶେଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 5, 2018

ହ୍ୱାଟ୍ସଆପ୍‌ରୁ ଆରମ୍ଭ ଫେସ୍‌ବୁକ୍‌ରେ ଶେଷ

ଆଳି (ବନମାଳି ସାହୁ): କୁହାଯାଏ ପ୍ରେମ ଶାଶ୍ୱତ। ମଣିଷକୁ ବଦଳାଇଦିଏ ଏହି ଅଢେଇ ଅକ୍ଷର। ହେଲେ ଏହି ପ୍ରେମ ଏମିତି ରୂପ ଧାରଣ କରିବ, ସେକଥା ଭାବି ମଧ୍ୟ ନଥିଲା ପ୍ରେମିକା। ଯାହା ପାଖରେ ନିଜକୁ ସମର୍ପି ଦେଇଥିଲା, ଶେଷରେ ସେହି ଧୋକାବାଜ୍‌ ପ୍ରେମିକ ତାଙ୍କରି ଫଟୋକୁ ଫେସ୍‌ବୁକ୍‌ରେ ଭାଇରାଲ୍‌ କରିଦେଲା। ଯାହା ଏବେ ମୋବାଇଲ୍‌ରୁ ମୋବାଇଲ୍‌କୁ ଘୂରି ବୁଲୁଛି।

ଏପରି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଞ୍ଚଳରେ। ପ୍ରେମିକାଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପୂରା ଘଟଣା ଏମିତି। ଗାଁ ମୁଣ୍ଡରେ ଦେଖା ହୋଇଥିଲା ଦୁଇ ଜଣଙ୍କର। ଆଖିରେ ଆଖି ମିଶିଲା, ପରେ ଫୋନ୍‌ ନମ୍ୱର ଦିଆନିଆ ହେଲା। ଫୋନ୍‌ ନମ୍ୱର ମିଳିବା ପରେ ଉଭୟଙ୍କ ମଧ୍ୟରେ ହ୍ୱାଟ୍ସଆପ୍‌ରେ ଚ୍ୟାଟିଂ ଚାଲିଲା। ଝିଅଟି ଭୁବନେଶ୍ୱରରେ ଏକ କମ୍ପାନୀରେ କାମ କରୁଥିବାରୁ ମଝିରେ ମଝିରେ ପ୍ରେମିକ ପ୍ରବର ସେଠାକୁ ଯାଉଥିଲା। ସେଠାରେ ଉଭୟ ଏକାଠି ବୁଲୁଥିଲେ ଓ ଏକାଠି ରହୁଥିଲେ। ନିଜର ସର୍ବସ୍ୱ ଅଜାଡି ଦେଇଥିଲା ପ୍ରେମିକା। କିନ୍ତୁ ଜାଣିନଥିଲା ପ୍ରେମିକର ଚାଲ୍‌।

ପ୍ରେମିକାର ଅଜାଣତରେ ପ୍ରେମିକ କିନ୍ତୁ ଉଠାଇଥିଲା କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ। ପରବର୍ତ୍ତୀ ସମୟରେ ସେହି ଫଟୋକୁ ଦେଖାଇ ପ୍ରେମିକାକୁ ପ୍ରେମିକ ବ୍ଲକମେଲିଂ ଆରମ୍ଭ କରିଦେଲା। ପ୍ରତି ମାସ ୨୦୦୦ ଟଙ୍କା ଦେବାକୁ ସେ ବାଧ୍ୟ କରିଥିଲା। ଟଙ୍କା ନଦେଲେ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ଭାଇରାଲ୍‌ କରିଦେବ ବୋଲି ଧମକ ଦେଉଥିଲା। ନିଜର ଇଜ୍ଜତ ବଞ୍ଚାଇବାକୁ ଯାଇ ଝିଅଟି ନିଜ କଷ୍ଟ ଉପାର୍ଜିତ ଅର୍ଥରୁ ମାସକୁ ୨୦୦୦ ଟଙ୍କା ଦେଉଥିଲା। ସେହି ଟଙ୍କାରେ ଗାଁରେ ରହୁଥିବା ପ୍ରେମିକ ପ୍ରବର ଅୟସ୍‌ କରୁଥିଲା।

କିଛିଦିନ ତଳେ ପ୍ରେମିକା ଜଣକ ଟଙ୍କା ଦେବାକୁ ମନା କରିଦେଲା। ତେଣୁ ରାଗରେ ପ୍ରେମିକାର କିଛି ଫେସ୍‌ବୁକ୍‌ରେ ଫେସ୍‌ବୁକ୍‌ରେ ଭାଇରାଲ କରିଦେଲା

ଏହିପରି ହ୍ୱାଟ୍ସଆପ୍‌ରୁ ଆରମ୍ଭ ହୋଇଥିବା ପ୍ରେମ ଫେସ୍‌ବୁକ୍‌ରେ ଶେଷ ହୋଇଛି। ପ୍ରେମିକ ଏବେ ଫେରାର ହୋଇ ଯାଇଛି। ଆଳି ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।



from Odisha Reporter https://ift.tt/2pDCYlC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages