ଏରସମା ରାବଣ ପୋଡ଼ି ଉତ୍ସବ ପୂର୍ବରୁ ଅତିଥିଙ୍କୁ ଅଣ୍ଡାମାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 20, 2018

ଏରସମା ରାବଣ ପୋଡ଼ି ଉତ୍ସବ ପୂର୍ବରୁ ଅତିଥିଙ୍କୁ ଅଣ୍ଡାମାଡ଼

ଜଗତସିଂହପୁର (ଓଡ଼ିଶା ରିପୋର୍ଟର): ଏରସମାରେ ରାବଣପୋଡ଼ି ଉତ୍ସବକୁ ଯିବା ବେଳେ ଅତିଥିଙ୍କୁ ଅଣ୍ଡାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଅତିଥିମାନେ ଯାଉଥିବା ଗାଡ଼ିକୁ କେହି ଦୁର୍ବୃତ୍ତ ଅଣ୍ଡାମାଡ଼ କରିଥିବା ରାଜ୍ୟସଭା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ସଭାସ୍ଥଳରେ ଭାଷଣ ଦେବା ବେଳେ ପ୍ରକାଶ କରିଛନ୍ତି। ଅନୁଭବଙ୍କ ସହ ଏହି ଗାଡ଼ିରେ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ଓ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି ମଧ୍ୟ ଥିଲେ।

ସେପଟେ ଅଣ୍ଡା ମାଡ଼ କରିଥିବା ବ୍ୟକ୍ତିଙ୍କୁ ଏରସମା ଥାନାରେ ଅଟକ ରଖାଯାଇଥିବା ତିର୍ତ୍ତୋଲ ଏସ୍‌ଡିପିଓ ଶିବ ଚରଣ ମଲ୍ଲିକ ସୂଚନା ଦେଇଛନ୍ତି।

ଉଲ୍ଲେଖନୀୟ ଯେ, ଏରସମାରେ ରାବଣପୋଡ଼ି ଆୟୋଜନକୁ ନେଇ ବରିଷ୍ଠ ବିଧାୟକ ଦାମୋଦର ରାଉତ ଓ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ରାବଣପୋଡ଼ି ପାଇଁ ଗତକାଲି ଦାମଙ୍କୁ ଅନୁମତି ନ ମିଳିବା ପ୍ରତିବାଦରେ ଆଜି ତାଙ୍କର ସମର୍ଥକମାନେ ଏରସମା ବନ୍ଦ ଡାକରା ଦେଇଥିଲେ। ଆଜି ଆୟୋଜିତ ରାବଣପୋଡ଼ି ଉତ୍ସବ ପାଇଁ ଏରସମାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।



from Odisha Reporter https://ift.tt/2NPY2iE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages