
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ସରକାର ସାହୁକାର ଭଳି ମଣିଷ ଜୀବନକୁ ଟଙ୍କାର ବିନିମୟରେ ବିବେଚନା କରୁଛନ୍ତି। ସାମାଜିକ ଗଣମାଧ୍ୟମରେ ଭିଡିଓ ବାର୍ତ୍ତାରେ ଏହା କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଫେସବୁକରେ ଏକ ଭିଡିଓ ଅପଲୋଡ୍ କରି ଶ୍ରୀ ପ୍ରଧାନ କହିଛନ୍ତି-“ତିତଲି ପ୍ରଭାବିତ ଗଜପତି ଓ ଗଞ୍ଜାମ ଗସ୍ତ ସାରି ମୁଁ ଫେରିବା ପରେ ରାଜ୍ୟର ଜଣେ ବରିଷ୍ଠ ମନ୍ତ୍ରୀଙ୍କର ବକ୍ତବ୍ୟ ଶୁଣି ସ୍ତବ୍ଧ ହୋଇ ଯାଇଥିଲି।”
ସୂଚନା ଯୋଗ୍ୟ, ବାତ୍ୟାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ଦିଆଯାଇଥିବା କ୍ଷତିପୂରଣ ୪ ଲକ୍ଷରୁ ୧୦ ଲକ୍ଷ ଟଙ୍କାକୁ ବଢ଼ାଇ ଦିଆଯାଇଥିଲା। ଏପରି କ୍ଷତିପୂରଣ ପୂର୍ବରୁ କେହି ଦେଇଥିଲେ କି ବୋଲି ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ଦେଇଥିବା ଦାୟୀତ୍ୱହୀନ ମନ୍ତବ୍ୟର କଡ଼ା ଆପତ୍ତି ଉଠାଇଛନ୍ତି ଶ୍ରୀ ପ୍ରଧାନ।
ସେ କହିଛନ୍ତି-“ଚାରି ଲକ୍ଷ ଟଙ୍କା ମୃତ୍ୟୁ କାଳୀନ ସହାୟତା ଦେବାକୁ କିଏ କହିଥିଲା? ଦଶ ଲକ୍ଷ ଟଙ୍କାର ସହାୟତା ମୁକୁନ୍ଦ ଦୋରାଙ୍କ ଝିଅର ଜୀବନଠାରୁ ଅଧିକ କି? ରାଜ୍ୟର ବରିଷ୍ଠ ମନ୍ତ୍ରୀଙ୍କ ଅହଂକାର ଭରା ବକ୍ତବ୍ୟ କଟା ଘା’ରେ ଚୂନ ଦେଲା ଭଳି ଲାଗୁଛି। ପ୍ରଜାତନ୍ତ୍ରରେ ଦାୟିତ୍ୱରେ ଥିବା ବ୍ୟକ୍ତିମାନେ ଅହଂକାରୀ ହେଲେ ସ୍ଥାଣୁତା, ଅବ୍ୟବସ୍ଥା ଓ ବ୍ୟଭିଚାର ବଢ଼େ। ପ୍ରଥମେ ଜିରୋ କାଜୁଆଲିଟିର କଥା କହିଥିଲେ ରାଜ୍ୟ ସରକାର। ବାତ୍ୟା ପରେ ପ୍ରଶାସନ ଓ ସରକାରୀ ଦଳ ଜିରୋ କାଜୁଆଲିଟିର ଆତ୍ମ ପ୍ରଚାର କଲେ। ବାତ୍ୟାର ୮ ଦିନ ପରେ ଶବ ମିଳୁଛି। ଏପର୍ଯ୍ୟନ୍ତ ବିଜୁଳି, ପାଣି ପହଞ୍ଚିନାହିଁ। ସମସ୍ତଙ୍କ ପାଇଁ ରିଲିଫର ବ୍ୟବସ୍ଥା ନାହିଁ। ଆଦିବାସୀମାନଙ୍କର ନଷ୍ଟ ହୋଇଥିବା ପଶୁ ସମ୍ପଦର ଆକଳନ କରିବା ପାଇଁ କିଛି ବ୍ୟବସ୍ଥା ନାହିାଁ ମୁହଁ ଫୁଟାଣି ଛାଡ଼ି ସମସ୍ତଙ୍କୁ ଏକାଠି କରି କାମ କର। ଗଞ୍ଜାମ ଓ ଗଜପତିରେ କ୍ଷତିଗ୍ରସ୍ତ ଲୋକଙ୍କୁ ପୁଣି ପୂର୍ବ ସ୍ଥିତିକୁ ଫେରାଇ ଆଣିବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ।”
from Odisha Reporter https://ift.tt/2OBUkOX
No comments:
Post a Comment