ବିବାହ ତାରିଖ ଘୋଷଣା କଲେ ରଣବୀର୍‌-ଦୀପିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 21, 2018

ବିବାହ ତାରିଖ ଘୋଷଣା କଲେ ରଣବୀର୍‌-ଦୀପିକା

ଭୁବନେଶ୍ବର(ଓଡ଼ିଶା ରିପୋର୍ଟର୍): ବଲିଉଡ୍‌ର ଚର୍ଚ୍ଚିତ ପ୍ରେମୀ ଯୁଗଳ ଅଭିନେତା ରଣବୀର୍‌ ସିଂହ ଓ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ସେମାନଙ୍କ ବିବାହ ତାରିଖ ବିଧିବଦ୍ଧ ଘୋଷଣା କରିଛନ୍ତି।

ଚଳିତ ବର୍ଷ ନଭେମ୍ବର ୧୪ ଓ ୧୫ ତାରିଖକୁ ଏହି ବିବାହ ତାରିଖ ଧାର୍ଯ୍ୟ ହୋଇଛି।

ରବିବାର ସୋଶାଲ୍‌ ମିଡିଆର ଆକାଉଣ୍ଟ୍‌ରେ ଉଭୟ ଦୀପିକା ଓ ରଣବୀର୍‌ ନିଜ ନିଜ ପୋଷ୍ଟ୍‌ରେ ଏହି ତାରିଖ ସମ୍ପର୍କରେ ସୂଚନା ଦେଇ ଶୁଭେଚ୍ଛୁ ଓ ପ୍ରଶଂସକଙ୍କ ଠାରୁ ଶୁଭକାମନା ଓ ଆଶୀର୍ବାଦ ମନାସିଛନ୍ତି।

ଏହି ଯୋଡ଼ି ୨୦୧୩ ମସିହାରୁ ପରସ୍ପରକୁ ଡେଟ୍‌ କରି ଆସୁଛନ୍ତି। ପୂର୍ବରୁ ସେମାନେ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ଘୋଷଣା କରିଥିଲେ। ଏବେ ବିବାହ ତାରିଖ ଘୋଷଣା କରି ଉଭୟେ ସେମାନଙ୍କ ପ୍ରଶଂସକ ଓ ଶୁଭେଚ୍ଛୁଙ୍କୁ ଖୁସି ଖବର ଦେଇଛନ୍ତି।



from Odisha Reporter https://ift.tt/2q3YLDB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages