ସାଵରୀମାଲା ମନ୍ଦିର ପ୍ରବେଶ ଉଦ୍ୟମ କରିଥିବା ରେହାନା ଫତିମା ମୁସଲିମ୍‌ ସମ୍ପ୍ରଦାୟରୁ ବହିଷ୍କୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 21, 2018

ସାଵରୀମାଲା ମନ୍ଦିର ପ୍ରବେଶ ଉଦ୍ୟମ କରିଥିବା ରେହାନା ଫତିମା ମୁସଲିମ୍‌ ସମ୍ପ୍ରଦାୟରୁ ବହିଷ୍କୃତ

ଥିରୁଭନନ୍ତପୁରମ୍‌ (ଓଡ଼ିଶା ରିପୋର୍ଟର): ସାବରୀମାଲା ମନ୍ଦିର ପ୍ରବେଶ ପାଇଁ ଉଦ୍ୟମ କରିଥିବା ଜଣାଶୁଣା ସାମାଜିକ କର୍ମୀ ରେହାନା ଫତିମାଙ୍କୁ ମୁସଲିମ୍‌ ଫାତିମାଙ୍କୁ ମୁସଲିମ୍‌ ସମ୍ପ୍ରଦାୟରୁ ବହିଷ୍କାର କରାଯାଇଛି। ରେହାନା ଏବଂ ତାଙ୍କ ପରିବାରକୁ ବହିଷ୍କାର କରିବାପାଇଁ କେରଳ ମୁସଲିମ୍‌ ଜମାତ୍‌ ପରିଷଦ ପକ୍ଷରୁ ଏର୍ଣ୍ଣାକୁଲମ୍‌ କେନ୍ଦ୍ରୀୟ ମୁସଲିମ୍‌ ଜମାତ୍‌କୁ ନିର୍ଦ୍ଦେଶ ଦିଆଯାଇଛି।

ପରିଷଦର ଅଧ୍ୟକ୍ଷ ଏ ପୂଙ୍କୁଞ୍ଜୁ ଆଜି କହିଛନ୍ତି ରେହାନାଙ୍କ କାର୍ଯ୍ୟକଳାପ ହିନ୍ଦୁ ଧର୍ମର ପ୍ରଥା ଓ ପରମ୍ପରା ବିରୋଧୀ ଏବଂ ଏହା ହିନ୍ଦୁ ଶ୍ରଦ୍ଧାଳୁଙ୍କ ଭାବନାରେ ଆଘାତ ପହଞ୍ଚାଇଛି।

ସୂଚନାଯୋଗ୍ୟ, ରେହାନା ଫତିମା ଏବଂ ହାଇଦ୍ରାବାଦର ମହିଳା ସାମ୍ବାଦିକ କବିତା ଜାକ୍କାଲା ଏବଂ ତାଙ୍କ ସହଯୋଗୀମାନେ କଡ଼ା ପୁଲିସ ସୁରକ୍ଷାରେ ସାବରୀମାଲା ଆଡ଼କୁ ଯାତ୍ରା କରିଥିଲେ। ସେ ଆୟପ୍ପାଙ୍କ ଭଳି କଳା ପୋଷାକରେ ବାହାରିଥିଲେ ଏବଂ ସାଥିରେ ‘ଇରୁମ୍ମୁଦିକକ୍କିକେତ୍ତୁ’ ମଧ୍ୟ ଧାରଣ କରିଥିଲେ। ତାଙ୍କ ସାଥୀ ମନୋଜ ଶ୍ରୀଧରଙ୍କ କହିବା ଅନୁଯାୟୀ ସେ ପ୍ରଥା ଓ ପରମ୍ପରା ଅନୁଯାୟୀ ୨୧ ଦିନ ଧରି ଉପବାସ ମଧ୍ୟ ରଖିଥିଲେ।

୨୦୧୪ ମସିହାରେ ରେହାନା ‘କିସ୍‌ ଅଫ୍‌ ଲଭ୍‌’ ରେ ଭାଗ ନେଇଥିଲେ ଏବଂ ଏକ ଅଶ୍ଲୀଳ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ। ସେଥିପାଇଁ ସେ ପରିଷଦର ଆକ୍ରୋଶର ଶିକାର ହୋଇଥିଲେ। ପରିଷଦ ପକ୍ଷରୁ କୁହାଯାଇଛି, ତାଙ୍କର ମୁସଲିମ୍ ନାମ ଧାରଣ କରିବାର କୌଣସି ଅଧିକାର ନାହିଁ। ରାଜ୍ୟ ସରକାର ତାଙ୍କ ନାମରେ ଭାରତୀୟ ପିଙ୍ଗଳ କୋଡ୍‌ର ୧୫୩-ଏ ଧାରା ଅଧୀନରେ ଏକ ମାମଲା ରୁଜୁ କରିବା ଆବଶ୍ୟକ।



from Odisha Reporter https://ift.tt/2CZBXgs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages