ରାଜଧାନୀରୁ ୯ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 17, 2018

ରାଜଧାନୀରୁ ୯ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆନ୍ଧ୍ରପ୍ରଦେଶରୁ ବିହାର ଚାଲାଣ ହେଉଥିବା ବେଳେ ରାଜଧାନୀରୁ ୯ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଛି। ଏକ ଟ୍ରକରେ ଚାଲାଣ ହେଉଥିବା ବେଳେ ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ନିକଟରେ ଗଞ୍ଜେଇ ଜବତ କରିଛି ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ। ତେବେ ଚଢ଼ଉ ବେଳେ ଗାଡ଼ି ଡ୍ରାଇଭର ଚମ୍ପଟ ମାରିଥିଲା।

୪୪ଟି ସିଲ୍‌ଡ ପ୍ୟାକେଟ୍‌ ଭିତରେ ଚାଲାଣ ହେଉଥିଲା ଗଞ୍ଜେଇ। ଏସବୁ ଡ୍ରାଇଭର ନିଜ ସିଟ ତଳେ ଓ ମୁଣ୍ଡର ଉପରି ଭାଗରେ ଥିବା ଟ୍ରକର ସିଲିଂ ଭିତରେ ଲୁଚାଇ ଆଣୁଥିଲା। ଏହି ଚୋରା ଗଞ୍ଜେଇ ମାଲକାନଗିରି, କୋରାପୁଟ, କନ୍ଧମାଳ ଆଦି ଅଞ୍ଚଳରୁ ସଂଗ୍ରହ କରାଯାଇଥିବା ଅନୁମାନ କରାଯାଉଛି।

ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ସଂପୃକ୍ତ ଟ୍ରକ ମାଲିକ ଓ ଟ୍ରାନ୍ସପୋର୍ଟ ଏଜେନ୍ସୀଙ୍କୁ ସମନ କରିଛି। ଚୋରା ଚାଲାଣ ପଛରେ କାହାର ହାତ ରହିଛି, ସେନେଇ ଅଧିକ ତଦନ୍ତ କରାଯିବ ବୋଲି ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ମିଳିଛି।



from Odisha Reporter https://ift.tt/2yJhp7n

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages