ସ୍ଲାଇଡ୍ ଶେଲ୍ଟର: ବୁଦ୍ଧି ଶିଖିବା ପରେ ଯୋଜନା ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 21, 2018

ସ୍ଲାଇଡ୍ ଶେଲ୍ଟର: ବୁଦ୍ଧି ଶିଖିବା ପରେ ଯୋଜନା !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଣ ପାହାଡ଼ରେ ବସବାସ କରୁଥିବା ଆଦିବାସୀଙ୍କ ପାଇଁ ଆଶ୍ରୟସ୍ଥଳୀ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର। ଗଜପତିରେ ପାହାଡ଼ ଧସି ୧୬ ଜଣଙ୍କ ମୃତ୍ୟୁ ପରେ ଗଜପତି ସମେତ ଅନ୍ୟ ଜିଲ୍ଲାର ପାହାଡ଼ି ଇଲାକାରେ ଲ୍ୟାଣ୍ଡ ସ୍ଲାଇଡ୍ ଶେଲ୍ଟର ନିର୍ମାଣ ପାଇଁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ତେବେ ବର୍ଷ ବର୍ଷ ଧରି ପାହାଡ଼ ଉପରେ ବସବାସ କରୁଥିବା ଅଧିବାସୀଙ୍କୁ କେମିତି କରିବେ ଥଇଥାନ ? କେମିତି କାର୍ଯ୍ୟକାରୀ ହେବ ଏହି ଯୋଜନା ? ତାକୁ ନେଇ ପ୍ରଶ୍ନ ଉଠିଥିବାବେଳେ ନଗଡ଼ା ପ୍ରସଙ୍ଗ ଉଠାଇ ବୁଦ୍ଧି ଶିଖିବା ପରେ ସରକାରଙ୍କ ଏହି ଯୋଜନା ବୋଲି କହି ସମାଲୋଚନା କରିଛନ୍ତି ବିରୋଧୀ।

ତିତ୍‌ଲି ଯୋଗୁ ଗଜପତି ବାରଘରରେ ପାହାଡ଼ ଧସି ପୋକ ମାଛି ଭଳି ୧୬ ଜଣଙ୍କ ଜୀବନ ଯିବା ପରେ ରଜ୍ୟ ସରକାରଙ୍କ ଚେତା ପଶିଛି। ଏଣିକି ପାହାଡ଼ ଉପରେ ବସବାସ କରୁଥିବା ଲୋକଙ୍କୁ ତଳକୁ ଆଣିବାକୁ ଚିନ୍ତା କରୁଛନ୍ତି ସରକାର। ସେମାନଙ୍କ ଆନୁଷଙ୍ଗିକ ସୁବିଧା ସୁଯୋଗ ପ୍ରଦାନ କରାଯାଇ ବୁଝାଇ ସୁଝାଇ ସୁରକ୍ଷିତ ସ୍ଥାନରେ ଥଇଥାନ କରାଯିବ। ଏଥିପାଇଁ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଭଳି ଲ୍ୟାଣ୍ଡ ସ୍ଲାଇଡ୍ ଶେଲ୍ଟର ନିର୍ମାଣ କରିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି।

କେବଳ ଗଜପତି ନୁହେଁ, ନିୟମଗିରି ପାହାଡ଼ରେ ବସବାସ କରୁଥିବା ଆଦିମ ଆଦିବାସୀଙ୍କ ଭଳି ଅନ୍ୟ ପାହାଡ଼ି ଇଲାକାର ପଡ଼ା ଓ ଗାଁ ଲୋକଙ୍କ ପାଇଁ ମଧ୍ୟ ଏଭଳି ବ୍ୟବସ୍ଥା କରାଯିବ। ତେବେ କିଭଳି ଏବଂ କେଉଁ ସ୍ଥାନରେ ଲ୍ୟାଣ୍ଡ ସ୍ଲାଇଡ୍ ଶେଲ୍ଟର ନିର୍ମାଣ କରିବେ, ତାହା ରାଜ୍ୟ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି।

titliଅନ୍ୟପକ୍ଷରେ ଦେଖିବାକୁ ଗଲେ ନେଡ଼ିଗୁଡ଼ କହୁଣୀକୁ ବୋହି ଗଲା ପରେ ବୁଦ୍ଧି ପଶିଲା ଭଳି ରାଜ୍ୟ ସରକାର ଏହି ଯୋଜନା କରୁଥିବା ଅଭିଯୋଗ ହେଉଛି। ଅପପୁଷ୍ଟିର ଗାଁ ନଗଡ଼ାର ନଗ୍ନ ଚିତ୍ର ସାମ୍ନାକୁ ଆସିବା ପରେ ସମାନ ଯୋଜନା ଚିନ୍ତା କରିଥିଲେ ରାଜ୍ୟ ସରକାର। ସେହି ସମୟରେ ପ୍ରାୟ ୩ଶହ ପାହାଡ଼ି ଗାଁର ଲୋକଙ୍କୁ ତଳକୁ ଅଣାଯିବ ବୋଲି ଚିହ୍ନଟ ବି କରିଥିଲେ। କିନ୍ତୁ ଆଜିକୁ ୨ ବର୍ଷ ବିତିଯାଇଥିଲେ ବି ଯୋଜନା ସଂପୂର୍ଣ୍ଣ କାର୍ଯ୍ୟକାରୀ ହୋଇପାରିନି।

ଏଭଳି ସ୍ଥିତିରେ ଗଜପତିର ଗଣମୃତ୍ୟୁ ପରେ ପୁଣି ଥରେ ଦୁର୍ଗମ ତଥା ବଣପାହାଡ଼ ଘେରା ଲୋକଙ୍କ ସୁରକ୍ଷା ପାଇଁ ତରବରିଆ ଭାବେ ଯୋଜନା କରି ପଟ୍ଟା ବାଣ୍ଟିଛନ୍ତି ସରକାର। ଯାହାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇବା ସହ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି।

ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି, “ସରକାର ଏତିକି ଜାଣି ପାରିଲେ ନାହିଁ, ଲୋକେ କେତେ ଅସୁରକ୍ଷିତ ହୋଇ ରହିଛନ୍ତି। ଏହାର ଅନୁଧ୍ୟାନ କରି ଶୀଘ୍ର କରନ୍ତୁ। ଅନୁଧ୍ୟାନ ନକରି ଏପରି ନାଟକବାଜି କରି ଓଡ଼ିଆ ଜାତିକୁ ପ୍ରତାରିତ କରନ୍ତୁ ନାହିଁ।”

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, “ସାଧାରଣ ଲୋକ ପାଣି ପାଉ ନାହାନ୍ତି। ଗାଁକୁ ରାସ୍ତା ନାହିଁ। ଖାଇବାକୁ ମୁଠେ ଚାଉଳ ନାହିଁ। ପାହାଡ଼ରୁ ଓହ୍ଲାଇକି ସେ ସବୁକୁ ସୁନା କରିଦେବେ ବୋଲି ଯିଏ ଭାବୁଛି ତା’ର ଏହି ଚିନ୍ତାଧାରା ଅବାସ୍ତବ।”

titliଅନ୍ୟପକ୍ଷରେ ବିରୋଧୀଙ୍କ ସମାଲୋଚନା ପରେ ଜବାବ ରଖିଛି ବିଜେଡି। ବିଜେଡି ମୁଖପାତ୍ର ସୁଲୋଚନା ଦାସ କହିଛନ୍ତି, “ବାରଘରର ଲୋକମାନେ ତଳକୁ ଆସି ସମତଳ ଭୂମିରେ ରହିବାକୁ ଚାହୁଁଛନ୍ତି। ସେଭଳି ସ୍ଥାନ ଅନେକ ଅଛି, ଯେଉଁଠି ଲୋକଙ୍କୁ ତଳକୁ ଆଣି ଥଇଥାନ କରାଯିବ। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି। ନିଶ୍ଚିତ ଭାବେ ଏହା କରାଯିବ।”

ଗ୍ରାମ୍ୟ ଉନ୍ନୟନ ବିଭାଗର ଆକ୍ସନ ପ୍ଲାନ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୦ ହଜାର ଗାଁକୁ ସବୁଦିନିଆ ରାସ୍ତା ନାହିଁ। ଅର୍ଥାତ ଏବେ ବି ବହୁ ଇଲାକା ଦୁର୍ଗମ ହୋଇ ପଡ଼ିରହିଛି। ଏଭଳି ସ୍ଥିତିରେ ରାସ୍ତା ନିର୍ମାଣ କରିପାରୁନଥିବା ରାଜ୍ୟ ସରକାରଙ୍କ ଦୁର୍ଗମ ତଥା ପାହାଡ଼ି ଇଲାକାର ଲୋକଙ୍କ ପାଇଁ ଆଶ୍ରୟସ୍ଥଳୀ ନିର୍ମାଣ ଯୋଜନା ଏକ ଧୂଆଁବାଣ ନୁହେଁ ତ ?



from Odisha Reporter https://ift.tt/2NTAYQb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages