ଭାରତର ବିଶାଳ ବିଜୟ, ଇଣ୍ଡିଜ ବାହିନୀକୁ ଏକ ଇନିଂସ୍‌ ଓ ୨୭୨ ରନ୍‌ରେ ହରାଇଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 6, 2018

ଭାରତର ବିଶାଳ ବିଜୟ, ଇଣ୍ଡିଜ ବାହିନୀକୁ ଏକ ଇନିଂସ୍‌ ଓ ୨୭୨ ରନ୍‌ରେ ହରାଇଲା

ରାଜକୋଟ୍‌: ୱେଷ୍ଟଇଣ୍ଡିଜକୁ ଅତି ସହଜରେ ମାତ୍ ଦେଇଛି ଟିମ୍‌ ଇଣ୍ଡିଆ। ରାଜକୋଟ୍‌ ଟେଷ୍ଟ୍‌କୁ ବିରାଟ୍‌ ଆଣ୍ଡ କୋ ଏକ ଇନିଂସ ଓ ୨୭୨ ରନ୍‌ରେ ଜିତି ନେଇଛନ୍ତି। ଉଭୟ ବୋଲିଂ ଓ ବ୍ୟାଟିଂରେ ଜବରଦସ୍ତ ପ୍ରଦର୍ଶନ କରି ଟିମ୍‌ ଇଣ୍ଡିଆ ୫ ଦିନିଆ ଟେଷ୍ଟ୍‌କୁ ଅଢ଼େଇ ଦିନରେ ଶେଷ କରି ଦେଇଛି।

ଭାରତ ତା’ର ପ୍ରଥମ ଇନିଂସ୍‌ରେ ବିଶାଳ ୬୪୯/୯ କରିଥିବା ବେଳେ ଇଣ୍ଡିଜ୍‌ ଦଳ ତା’ର ଦୁଇଟି ଯାକ ଇନିଂସ୍‌ରେ ମୋଟ ୩୭୭ ରନ୍‌ କରିବାକୁ ସକ୍ଷମ ହୋଇଛି। ପ୍ରଥମ ଇନିଂସ୍‌ରେ ମାତ୍ର ୧୮୧ ରନ୍‌ରେ ଅଲଆଉଟ୍‌ ହୋଇଯାଇ ଫଲୋଅନ୍‌ ହୋଇଥିବା ଇଣ୍ଡିଜ୍‌ ଦଳ ଦ୍ୱିତୀୟ ଇନିଂସ୍‌ରେ ୧୯୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଦ୍ୱିତୀୟ ଇନିଂସ୍‌ରେ ଇଣ୍ଡିଜ୍‌ ପକ୍ଷରୁ କେବଳ କିରେନ ପାୱେଲ୍‌ ସର୍ବାଧିକ ୮୩ ରନ୍‌ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟସ୍‌ମ୍ୟାନ୍‌ ଭାରତୀୟ ବୋଲରଙ୍କ ମୁକାବିଲା କରି ପାରି ନଥିଲେ।

ଇଣ୍ଡିଜ୍‌ର ଦ୍ୱିତୀୟ ଇନିଂସ୍‌ରେ ଭାରତୀୟ ସ୍ପିନ୍‌ ବାହିନୀ ଜାଲ୍‌ରେ ବ୍ୟାଟସ୍‌ମ୍ୟାନ୍‌ମାନେ ଫସି ଯାଇଥିଲେ। ଦ୍ୱିତୀୟ ଇନିଂସ୍‌ର ୧୦ଟି ଯାକ ୱିକେଟ୍‌ ତିନି ସ୍ପିନର ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ ଓ ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ ପରସ୍ପର ମଧ୍ୟରେ ବାଣ୍ଟି ନେଇଥିଲେ।

ଭାରତ ପକ୍ଷରୁ ଦ୍ୱିତୀୟ ଇନିଂସ୍‌ରେ ଚାଇନାମ୍ୟାନ୍‌ ବୋଲର କୁଲଦୀପ ଯାଦବ ସର୍ବାଧିକ ୫ଟି ୱିକେଟ୍‌ ନେଇଛନ୍ତି। ଟେଷ୍ଟ୍‌ କ୍ରିକେଟ୍‌ରେ କୁଲଦୀପ ପ୍ରଥମଥର ପାଇଁ ଏଭଳି ୫ଟି ୱିକେଟ୍‌ ନେବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେହିପରି ରବୀନ୍ଦ୍ର ଜାଡେଜା ୩ଟି ଓ ରବିଚନ୍ଦ୍ରନ ଅଶ୍ୱିନ୍‌ ୨ଟି ୱିକେଟ୍‌ ପାଇଛନ୍ତି।

ଡେବ୍ୟୁଟାଣ୍ଟ ପୃଥ୍ୱୀ ଶ’ ୧୩୪ ରନ୍‌ର ଇନିଂସ୍‌ ଖେଳିଥିବାରୁ ତାଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଘୋଷଣା କରାଯାଇଛି।

ଏହି ବିଜୟ ସହ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ୨ଟିକିଆ ଟେଷ୍ଟ୍‌ ସିରିଜ୍‌ରେ ଟିମ୍‌ ଇଣ୍ଡିଆ ଏବେ ୧-୦ରେ ଆଗୁଆ ହୋଇଛି।

ଗୁଜରାଟ୍‌ର ରାଜକୋଟ୍‌ରେ ଥିବା ସୌରାଷ୍ଟ୍ର କ୍ରିକେଟ୍‌ ଆସୋସିଏସନ୍‌ ଷ୍ଟାଡିୟମ୍‌ରେ ଚାଲିଥିବା ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଟସ୍‌ ଜିତି ବ୍ୟାଟିଂ କରିଥିଲା। ଡେବ୍ୟୁଟାଣ୍ଟ ପୃଥ୍ୱୀ ଶ’ଙ୍କ ଐତିହାସିକ ଶତକ ସାଙ୍ଗକୁ ଅଧିନାୟକ ବିରାଟ୍‌ କୋହଲି ଓ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଶତକଙ୍କୁ ଆଧାର କରି ଦଳ ଦେଢ଼ ଦିନ ମଧ୍ୟରେ ୯ ୱିକେଟ୍‌ ହରାଇ ବିଶାଳ ୬୪୯ ରନ୍‌ କରିବା ପରେ ପାଳି ଘୋଷଣା କରିଥିଲା।

ଭାରତର ଏହି ବିଶାଳ ସ୍କୋରର ପିଛା କରିବାକୁ ଓହ୍ଲାଇଥିବା ୱେଷ୍ଟ୍‌ଇଣ୍ଡିଜ୍‌ ବାହିନୀ ଆରମ୍ଭରୁ ହିଁ ଏକପ୍ରକାରର ଆତ୍ମସମର୍ପଣ କରିଦେଇଥିଲା। ଗତକାଲିର ଖେଳଶେଷ ସୁଦ୍ଧା ଇଣ୍ଡିଜ୍‌ ବାହିନୀ ତା’ର ପ୍ରଥମ ଇନିଂସ୍‌ରେ ୬ ୱିକେଟ୍‌ ହରାଇ ମାତ୍ର ୯୪ ରନ୍‌ କରିପାରିଥିଲା।

ତୃତୀୟ ଦିନ ଅର୍ଥାତ ଆଜି ଖେଳ ଆରମ୍ଭରୁ ଇଣ୍ଡିଜର ଦୁଇ ଅପରାଜିତ ବ୍ୟାଟସ୍‌ମ୍ୟାନ୍‌ ରୋଷ୍ଟନ୍‌ ଚେଜ୍‌ ଓ କେମୋ ପାଉଲ୍‌ ଭଲ ଆରମ୍ଭ କରିଥିଲେ। ତେବେ ପାଉଲ୍‌ ୪୭ ରନ୍‌ ଓ ରୋଷ୍ଟନ୍‌ ଚେଜ୍‌ ୫୩ ରନ୍‌ କରି ଆଉଟ୍‌ ହେବା ପରେ ଇଣ୍ଡିଜ୍‌ ଦଳ ମାତ୍ର ୧୮୧ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା।

ପ୍ରଥମ ଇନିଂସ୍‌ରେ ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନ୍‌ ସର୍ବାଧିକ ୪ଟି ୱିକେଟ୍‌ ନେଇଥିବା ବେଳେ ମହମ୍ମଦ ଶାମି ୨ଟି ଓ ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ ଏବଂ ଉମେଶ ଯାଦବ ଗୋଟିଏ ଲେଖାଏ ୱିକେଟ୍‌ ନେଇଥିଲେ।

ପ୍ରଥମ ଇନିଂସ୍‌ରେ ଫଲୋଅନ୍‌ ପାଇଥିବା ଇଣ୍ଡିଜ୍‌ ଦଳ ଦ୍ୱିତୀୟ ଇନିଂସ୍‌ରେ କମ୍‌ବ୍ୟାକ୍‌ କରିବ ବୋଲି ସମସ୍ତେ ଆଶା କରିଥିଲେ। କିନ୍ତୁ କୁଲଦୀପ, ଅଶ୍ୱିନ ଓ ଜାଡେଜାଙ୍କ ମିଳିତ ସ୍ପିନଂ ଆକ୍ରମଣ ପରେ ଦଳ ସଂପୂର୍ଣ୍ଣ ଧରାଶାୟୀ ହୋଇଯାଇଥିଲା। କେବଳ ଓପନର୍‌ କିରେନ୍‌ ପାୱେଲ୍‌ କିଛି ସମୟ ଭାରତୀୟ ବୋଲରଙ୍କୁ ମୁକାବିଲା କରିଥିଲେ। ସେ ୮୩ ରନ୍‌ କରି ଆଉଟ୍‌ ହେବା ପରେ ଅନ୍ୟ ବ୍ୟାଟସ୍‌ମ୍ୟାନ୍‌ରେ ନିୟମିତ ବ୍ୟବଧାନରେ ପ୍ୟାଭିଲିୟନ୍‌ ଫେରିବା ଆରମ୍ଭ କରିଥିଲେ। ଦଳ ଦ୍ଵିତୀୟ ଇନିଂସରେ ମାତ୍ର ୧୯୬ ରନ୍‌ କରିପାରିଥିଲା।



from Odisha Reporter https://ift.tt/2pDDRuA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages