ଦାନ୍ତକାଠି ସଂଗ୍ରହ ପାଇଁ ଯାଇଥିଲେ, ଭାଲୁ ମାରିଦେଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 6, 2018

ଦାନ୍ତକାଠି ସଂଗ୍ରହ ପାଇଁ ଯାଇଥିଲେ, ଭାଲୁ ମାରିଦେଲା

ବାରିପଦା (ଓଡ଼ିଶା ରିପୋର୍ଟର): ପତ୍ନୀଙ୍କ ସହ ଦାନ୍ତକାଠି ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିଲେ। କିନ୍ତୁ ଆଉ ଘରକୁ ଫେରି ପାରିଲେ ନାହିଁ। ଜଙ୍ଗଲରେ ଏକ ଭାଲୁର ଆକ୍ରମଣରେ ସ୍ମାମୀଙ୍କର ମୃତ୍ୟୁ ଘଟିଥିବାବେଳେ ପତ୍ନୀ ଗୁରୁତର ଆହତ ହୋଇଛନ୍ତି।

ଏହି ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି।

ଆଜି ସକାଳେ ଠାକୁରମୁଣ୍ଡା ବ୍ଲକ୍‌ କଉଡ଼ିଆବାହାଳି ଗାଁର ଧରଣୀଧର ହୋ ଓ ତାଙ୍କ ସ୍ତ୍ରୀ ସରସ୍ୱତୀ ଜଙ୍ଗଲକୁ ଦାନ୍ତକାଠି ସଂଗ୍ରହ ପାଇଁ ଯାଇଥିଲେ। ଏହି ସମୟରେ ଏକ ଭାଲୁ ଉଭୟଙ୍କୁ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ଧରଣୀଧରଙ୍କ ମୃତ୍ୟୁ ଘଟିଥିବା ବେଳେ ସରସ୍ୱତୀ ଗୁରୁତର ଆହତ ହୋଇଥିଲେ। ସରସ୍ୱତୀଙ୍କୁ ଠାକୁରମୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି।



from Odisha Reporter https://ift.tt/2zW3Ray

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages