
ବାଲେଶ୍ୱର (ରଣଜିତ୍ ପାକଳ): ମୋବାଇଲ ପାଇଁ ଜୀବନକୁ ବାଜି ଲଗାଇଦେଲେ ଜଣେ ଯୁବକ। ଟ୍ରେନ୍ରୁ ଡେଇଁ ପଡ଼ିଲେ। ନିଶ୍ଚିତ ମୃତ୍ୟୁରୁ ବର୍ତ୍ତି ଯାଇଥିଲେ ମଧ୍ୟ ସେ ସଙ୍କଟାପନ୍ନ ଅବସ୍ଥାରେ ମେଡିକାଲ୍ ବେଡ୍ରେ ଜୀବନ ପାଇଁ ସଂଘର୍ଷ କରୁଛନ୍ତି। ଆଜି ଏମିତି ଅଭାବନୀୟ ଘଟଣା ବାଲେଶ୍ୱରରେ ଘଟିଛି।
ପୂରା ଘଟଣା ଏମିତି। ବସ୍ତା ଥାନା ଅମର୍ଦ୍ଦାର ବୋଧିମୁହାଁ ଗାଁର ରଞ୍ଜନ ବିନ୍ଧାଣୀ ଆଜି ଫାଷ୍ଟ୍ ପାସେଞ୍ଜରରେ ବାଲେଶ୍ୱର ଆସୁଥିଲେ। ସେ ବଗିର ଦୁଆର ମୁହଁରେ ଛିଡ଼ା ହୋଇ ମୋବାଇଲ୍ରେ କଥା ହେଉଥିଲେ। ଅସାବଧାନତା ଯୋଗୁ ତାଙ୍କ ହାତରୁ ମୋବାଇଲଟି ଖସି ପଡ଼ିଥିଲା। ତା’ପରେ ରଞ୍ଜନ କିଛି ଚିନ୍ତା ନକରି ମୋବାଇଲ୍ ପାଇଁ ଚଳନ୍ତା ଟ୍ରେନରୁ ତଳକୁ ଡେଇଁ ପଡିଥିଲେ। ଫଳରେ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା।
ସ୍ଥାନୀୟ ଲୋକେ ରଞ୍ଜନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଲେଶ୍ୱର ମେଡିକାଲ୍ କଲେଜରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି।
from Odisha Reporter https://ift.tt/2PiHx3t
No comments:
Post a Comment